ବୁଦ୍ଧିଆ ନିଖୋଜ: କ୍ରୀଡା ବିଭାଗ ଓ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲକୁ ରିପୋର୍ଟ ତଲବ କଲା ସିଡବ୍ଲ୍ୟୁସି

ଭୁବନେଶ୍ୱର:ୱାଣ୍ଡର ବୟ ବୁଦ୍ଧିଆ ସିଂ ସମ୍ପର୍କରେ ସସପେନ୍ସ ଲାଗି ରହିଥିବା ବେଳେ ଗୁରୁବାର କ୍ରୀଡା ବିଭାଗ ଓ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲକୁ ରିପୋର୍ଟ ମାଗିଛି ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ କମିଟି। ବୁଦ୍ଧିଆ କେବେଠାରୁ ନିଖୋଜ ଅଛନ୍ତି? ବୁଦ୍ଧିଆ ହଷ୍ଟେଲରୁ ନିଖୋଜ ହୋଇଥିଲେ ନା ତାଙ୍କ ଘରୁ ? କେଉଁ ପରିସ୍ଥିତିରେ ବୁଦ୍ଧିଆ ନିଖୋଜ ହେଲେ ? ତାର କାରଣ କ’ଣ ? ତାଙ୍କୁ ଖୋଜିବାକୁ କ୍ରୀଡା ବିଭାଗ ଓ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ କର୍ତ୍ତୃପକ୍ଷ କ’ଣ […]

cwc letter

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 09:18 PM IST

ଭୁବନେଶ୍ୱର:ୱାଣ୍ଡର ବୟ ବୁଦ୍ଧିଆ ସିଂ ସମ୍ପର୍କରେ ସସପେନ୍ସ ଲାଗି ରହିଥିବା ବେଳେ ଗୁରୁବାର କ୍ରୀଡା ବିଭାଗ ଓ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲକୁ ରିପୋର୍ଟ ମାଗିଛି ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ କମିଟି। ବୁଦ୍ଧିଆ କେବେଠାରୁ ନିଖୋଜ ଅଛନ୍ତି? ବୁଦ୍ଧିଆ ହଷ୍ଟେଲରୁ ନିଖୋଜ ହୋଇଥିଲେ ନା ତାଙ୍କ ଘରୁ ? କେଉଁ ପରିସ୍ଥିତିରେ ବୁଦ୍ଧିଆ ନିଖୋଜ ହେଲେ ? ତାର କାରଣ କ’ଣ ? ତାଙ୍କୁ ଖୋଜିବାକୁ କ୍ରୀଡା ବିଭାଗ ଓ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେଇଛନ୍ତି ? ଏ ସମ୍ପର୍କରେ ଥାନାରେ ଏତଲା ଦିଆଯାଇଛି କି ନାହଁ? କ୍ରୀଡା ବିଭାଗ ଓ ସ୍ପୋର୍ଟ୍ସ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଲେଖିଥିବା ଚିଠିରେ କମିଟି ଏସବୁ ପ୍ରଶ୍ନର ଉତ୍ତର ମାଗିଛି।

ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି,“ସ୍ପୋର୍ଟ୍ସ ହଷ୍ଟେଲରେ ବୁଦ୍ଧିଆ ରହୁଥିଲେ। ସରକାର ତାଙ୍କର ସବୁ ଖର୍ଚ୍ଚ ବହନ କରୁଥିଲେ। ବୁଦ୍ଧିଆ ନିଖୋଜ ହେବା ଏକ ସ୍ପର୍ଶକାତର ବିଷୟ। ଏହାକୁ ଆମେ ଗୁରୁତ୍ୱର ସହ ନେଇଛୁ। ଆମେ କ୍ରୀଡ଼ା ବିଭାଗ ଓ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲକୁ ନୋଟିସ୍‌ ଜାରି କରିଛୁ। ଏହାର ଏକ ନକଲ ଆମେ କ୍ରୀଡ଼ା ସଚିବଙ୍କ ନିକଟକୁ ମଧ୍ୟ ପଠାଇଛୁ।”

ଓଡ଼ିଶା କ୍ରୀଡ଼ା ନିର୍ଦ୍ଦେଶକ ଅନନ୍ତ କିଶୋର ଜେନା କହିଛନ୍ତି,“ବୁଦ୍ଧିଆ ନିଖୋଜ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ସିନା କ’ଣ ପଦକ୍ଷେପ ନିଆଯିବ। ତାଙ୍କ ଘର ଲୋକ କହୁଛନ୍ତି ତାଙ୍କ ଘରୁ ବୁଦ୍ଧିଆ କୁଆଡେ ଗଲେ କି ସ୍ପୋର୍ଟ୍ସ ହଷ୍ଟେଲରୁ କୁଆଡେ ଗଲେ ତାହା ଆମକୁ ଜଣା ନାହିଁ। ତେବେ ସରକାର କିପରି ପଦକ୍ଷେପ ନେବେ ? ଯଦି ପରିବାରବର୍ଗ କୁହନ୍ତେ କି ଆମ ଘରୁ ବୁଦ୍ଧିଆ କୁଆଡେ ଚାଲି ଯାଇଛି କି ସ୍ପୋର୍ଟ୍ସ ହଷ୍ଟେଲରୁ କୁଆଡେ ଚାଲି ଯାଇଛି ତେବେ ସରକାରଙ୍କର ଏ ସମ୍ପର୍କରେ କିଛି ପଦକ୍ଷେପ ନେବାର କର୍ତ୍ତବ୍ୟ ରହୁଛି ।”

ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ଇନ୍‌ଚାର୍ଜ ରୂପନ୍ୱିତା ପଣ୍ଡା କହିଛନ୍ତି,“ ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ କମିଟି ବୁଦ୍ଧିଆ ସିଂ ସମ୍ପର୍କରେ ଜାଣିବାକୁ ଆଜି ନୋଟିସ କରିଛନ୍ତି। ନୋଟିସ୍‌ରେ ବୁଦ୍ଧିଆ କେଉଁଠି ଅଛି, କେଉଁ ପରିସ୍ଥିତିରେ ଅଛି ତାହା ଜାଣିବାକୁ ଚାହିଁଛନ୍ତି।”

ଜୁନ୍‌ ୨୭ରେ ମା’ ସୁକାନ୍ତି ସିଂଙ୍କ ଫ୍ଲାଇଟରେ ମୁମ୍ବାଇ ଯାଇଥିବା ବୁଦ୍ଧିଆ ଓଡ଼ିଶା ଫେରିଛନ୍ତି କି ସେଠି ଅଛନ୍ତି ଏ ସମ୍ପର୍କରେ ‘ବୁଦ୍ଧିଆ ସିଂ:ବର୍ଣ୍ଣ ଟୁ ରନ୍‌’ ଫିଲ୍ମର ପ୍ରଯୋଜନା ସଂସ୍ଥା ଓ ତାର ନିର୍ଦ୍ଦେଶକ କିଛି ସ୍ପଷ୍ଟ କରୁନାହାନ୍ତି। ଅଗଷ୍ଟ ୫ରେ ଏହି ଫିଲ୍ମ ରିଲିଜ୍‌ ହେବ। ଏହା ପୂର୍ବରୁ ଫିଲ୍ମର ପ୍ରମୋସନ ପାଇଁ ବୁଦ୍ଧିଆ ମୁମ୍ବାଇ ଯିବେ ବୋଲି ନିର୍ଦ୍ଦେଶକ ସୌମେନ୍ଦ୍ର ପାଢୀ କହିଥିଲେ।

Related story