କାମସୂତ୍ର ଅନୁଶାରେ ଏହି ପୁରୁଷମାନେ ନାରୀମାନଙ୍କର ବେଶୀ ପସନ୍ଦ

ଭାରତୀୟ କାମଶାସ୍ତ୍ର ।  ପ୍ରେମ ଏବଂ ସମ୍ଭୋଗ କରିବାର କଳା ହେଉଛି ଏହି କାମଶାସ୍ତ୍ର। କୁହାଯାଏ ଭଗବାନ ଶିବ ଏବଂ ପାର୍ବତୀଙ୍କ ମଧ୍ୟରେ ପବିତ୍ର ପ୍ରେମ ସମ୍ପର୍କକୁ ଶୁଣି ଶିବଙ୍କ ବାହନ  ନନ୍ଦୀ କାମଶାସ୍ତ୍ର ରଚନା କରିଥିଲେ।  ପରେ ଏହି ଶାସ୍ତ୍ରକୁ ମହର୍ଷି ବାତ୍ସାୟନ ପୁଃନ ରଚନା କରିଥିଲେ । ସେହିପରି ଚାଣକ୍ୟ ଏହି ଶାସ୍ତ୍ରକୁ  ବାତ୍ସାୟନଙ୍କ ନାମରେ ଲେଖିଥିବା ଜଣାଯାଏ। ତେବେ କାମ ଶାସ୍ତ୍ର ଅନୁସାରେ ମହିଳାମାନଙ୍କ ପସନ୍ଦରେ ପୁରଷମାନେ କେମିତି ହୋଇଥିବା ଆବଶ୍ୟକ ଆସନ୍ତୁ […]

purusa

Rakesh Mallick
  • Published: Saturday, 03 February 2018
  • , Updated: 04 February 2018, 05:58 PM IST

ଭାରତୀୟ କାମଶାସ୍ତ୍ର ।  ପ୍ରେମ ଏବଂ ସମ୍ଭୋଗ କରିବାର କଳା ହେଉଛି ଏହି କାମଶାସ୍ତ୍ର। କୁହାଯାଏ ଭଗବାନ ଶିବ ଏବଂ ପାର୍ବତୀଙ୍କ ମଧ୍ୟରେ ପବିତ୍ର ପ୍ରେମ ସମ୍ପର୍କକୁ ଶୁଣି ଶିବଙ୍କ ବାହନ  ନନ୍ଦୀ କାମଶାସ୍ତ୍ର ରଚନା କରିଥିଲେ।  ପରେ ଏହି ଶାସ୍ତ୍ରକୁ ମହର୍ଷି ବାତ୍ସାୟନ ପୁଃନ ରଚନା କରିଥିଲେ । ସେହିପରି ଚାଣକ୍ୟ ଏହି ଶାସ୍ତ୍ରକୁ  ବାତ୍ସାୟନଙ୍କ ନାମରେ ଲେଖିଥିବା ଜଣାଯାଏ। ତେବେ କାମ ଶାସ୍ତ୍ର ଅନୁସାରେ ମହିଳାମାନଙ୍କ ପସନ୍ଦରେ ପୁରଷମାନେ କେମିତି ହୋଇଥିବା ଆବଶ୍ୟକ ଆସନ୍ତୁ ଜାଣିବା।

କାମସୂତ୍ର ମୁତାବକ ଯେଉଁ ପୁରୁଷମାନେ ମହତ୍ୱକାଂଖୀ ଏବଂ ଉତ୍ସାହୀ ସେମାନଙ୍କ ପ୍ରତି ମହିଳାମାନେ ବେଶୀ ଆକର୍ଷିତ ହୋଇଥାନ୍ତି। ସେହିପରି ଯେଉଁମାନେ ସାହସୀ ଓ ବଳଶାଳୀ ସେହିପୁରୁଷମାନଙ୍କ ପ୍ରତି ସୁନ୍ଦରୀ ନାରୀଙ୍କ ଅଧିକ ଦୁର୍ବଳତା ଥାଏ। କାରଣ ସେମାନେ ଭାବନ୍ତି ସେହି ପୁରୁଷଙ୍କ ସହ ସେମାନେ ଅଧିକ ସୁରକ୍ଷିତ ରହିପାରିବେ। କାମସୂତ୍ର ଅନୁଶାରେ ପୁରୁଷମାନେ ସହଜରେ ଜଣକ ଭାବନାକୁ ବୁଝନ୍ତି। ଏଭଳି ବ୍ୟକ୍ତିଙ୍କ ପ୍ରତି ମହିଳାମାନେ ଅଧିକ ପ୍ରସନ୍ନ ହୋଇଥାନ୍ତି।

ଯେଉଁମାନେ ମହିଳାଙ୍କ ପ୍ରତି  ସହଜରେ ମୋହିତ ହୁଅନ୍ତି ନାହିଁ ଏବଂ କଠୋର ଆତ୍ମସଂଜମ ରକ୍ଷା କରନ୍ତି  ସେହି ପୁରୁଷମାନେ ମହିଳାଙ୍କ ଅଧିକ ପସନ୍ଦ।  ଯେଉଁ ପୁରୁଷମାନେ ସନ୍ଦେହୀ ନ ଥାନ୍ତି ଏବଂ ମନ ପରିଷ୍କାର ସେମାନେ ଅଧିକ ବିଶ୍ୱସନୀୟ ହୋଇଥାନ୍ତି।  ତେଣୁ ଏହି ବର୍ଗର ପୁରଷମାନେ ମଧ୍ୟ ମହିଳାଙ୍କ ପ୍ରଥମ ପସନ୍ଦର ହୋଇଥାନ୍ତି। କୁହାଯାଏ ଯେଉଁମାନେ କଳା କ୍ଷେତ୍ରରେ ତଥା କବିତା, ଶାୟରୀ ଏବଂ କାହାଣୀ ରଚନାରେ ମାହିର ସେହି ପୁରୁଷ  ଅଧିକ ଭାଗ୍ୟବାନ।

Related story