ମଶାର ବି ରହିଛି ପସନ୍ଦ, ଜାଣନ୍ତୁ କେଉଁ ବ୍ୟକ୍ତିଙ୍କୁ ବେଶୀ କାମୁଡ଼ନ୍ତି

ମଶା ସମସ୍ତଙ୍କୁ କାମୁଡ଼ି ଥାଏ।  ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରତି ମଶାମାନେ ଅଧିକ ଆକର୍ଷିତ ହୋଇଥାନ୍ତି। ସେମାନଙ୍କ ରୂପ ରଙ୍ଗ କି ଶାରୀରିକ ଗଠନ ନୁହଁ ବରଂ  କିଛି ବ୍ଲଡ ଗ୍ରୋପକୁ  ମଶାମାନେ ଏମିତି ସମସ୍ୟା  ଉପୁଜି ଥାଏ।  ଏକ ସର୍ଭେ ରିପୋର୍ଟରୁ ହିଁ ଏହା ଜଣାପଡ଼ିଛି।  ଆସନ୍ତୁ ଜାଣିବା କେଁଉମାନଙ୍କୁ ମଶା ଅଧିକ କାମୁଡ଼ିଥାଏ। ୧- ଯେଉଁମାନଙ୍କର ବ୍ଲଡ୍ ଗ୍ରୁପ୍ ‘O’ ସେମାନଙ୍କୁ ମଶା  ଅଧିକ କାମୁଡ଼ିଥାଏ। ଏହି […]

masquit

Rakesh Mallick
  • Published: Sunday, 04 February 2018
  • , Updated: 04 February 2018, 05:52 PM IST

ମଶା ସମସ୍ତଙ୍କୁ କାମୁଡ଼ି ଥାଏ।  ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରତି ମଶାମାନେ ଅଧିକ ଆକର୍ଷିତ ହୋଇଥାନ୍ତି। ସେମାନଙ୍କ ରୂପ ରଙ୍ଗ କି ଶାରୀରିକ ଗଠନ ନୁହଁ ବରଂ  କିଛି ବ୍ଲଡ ଗ୍ରୋପକୁ  ମଶାମାନେ ଏମିତି ସମସ୍ୟା  ଉପୁଜି ଥାଏ।  ଏକ ସର୍ଭେ ରିପୋର୍ଟରୁ ହିଁ ଏହା ଜଣାପଡ଼ିଛି।  ଆସନ୍ତୁ ଜାଣିବା କେଁଉମାନଙ୍କୁ ମଶା ଅଧିକ କାମୁଡ଼ିଥାଏ।

୧- ଯେଉଁମାନଙ୍କର ବ୍ଲଡ୍ ଗ୍ରୁପ୍ ‘O’ ସେମାନଙ୍କୁ ମଶା  ଅଧିକ କାମୁଡ଼ିଥାଏ। ଏହି ରକ୍ତରେ କିଛି ବିଶେଷ କଣିକା ଓ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି। ଯାହା ମଶାମାନଙ୍କୁ ଆକର୍ଷିତ କରିଥାଏ।

୨- ଏକ ସର୍ଭେ ଅନୁଯାୟୀ ଯେଉଁମାନେ ଲମ୍ବା ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି ସେମାନଙ୍କୁ ମଧ୍ୟ ମଶା ଅଧିକ କାମୁଡ଼ିଥାଏ। କାରଣ ଏମାନେ ନିଶ୍ୱାସ ତ୍ୟାଗ କରିବା ସମୟରେ ବାହାରୁ ଥିବା କାର୍ବନ୍ ଡାଇଅକ୍ସାଇଡ୍‌ରେ ଶରୀରର ଗନ୍ଧ ମିଶିଥାଏ। ଯାହାକି ମଶାମାନଙ୍କୁ ଆକର୍ଷିତ କରିଥାଏ।

୩- ଯେଉଁମାନଙ୍କର ଅତ୍ୟଧିକ ଝାଳ ବାହାରିଥାଏ ବା ଅତ୍ୟଧିକ ଝାଳର ଦୁର୍ଗନ୍ଧ ବାହାରିଥାଏ, ସେମାନଙ୍କୁ ମଶା ଅଧିକ କାମୁଡ଼ିଥାଏ। କାରଣ ଝାଳରେ ଲାକ୍ଟିକ୍ ଏସିଡ୍, ୟୁରିକ ଏସିଡ୍, ଆମୋନିଆ ପରି ତତ୍ତ୍ୱ ରହିଥାଏ। ଏହା ମଶାମାନଙ୍କୁ ଅଧିକ ଆକର୍ଷିତ କରିଥାଏ।

Related story