ବିବାହ ପରେ ଏସବୁ କାମ ମନା!

ବିବାହ ପରେ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ପୂର୍ବରୁ ଯେଉଁ କଥା ଆପଣ ନିଜ ପାର୍ଟନରଙ୍କୁ ଭଲ ଲାଗେ ସେ ସବୁ ମଜାରେ ନେଇଥାନ୍ତି। କିନ୍ତୁ ବିବାହ ପରେ ସେହି କଥାରେ ସେମାନେ ଖୁବ୍‌ ଗମ୍ଭୀର ହୋଇଯାଆନ୍ତି। ତେଣୁ ଧ୍ୟାନ ରଖନ୍ତୁ।  ବିଶେଷ କରି ବିବାହ ପରେ ଭୁଲ୍‌ରେ ନିଜ ପାର୍ଟନରଙ୍କୁ ଏମିତି କଥା କୁହନ୍ତୁ ନାହିଁ। ନଚେତ୍‌ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ। ବିବାହରେ ହୋଇଥିବା ଖର୍ଚ୍ଚ: ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ନେଇ […]

Naba

Rakesh Mallick
  • Published: Tuesday, 30 January 2018
  • , Updated: 30 January 2018, 07:49 PM IST

ବିବାହ ପରେ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ପୂର୍ବରୁ ଯେଉଁ କଥା ଆପଣ ନିଜ ପାର୍ଟନରଙ୍କୁ ଭଲ ଲାଗେ ସେ ସବୁ ମଜାରେ ନେଇଥାନ୍ତି। କିନ୍ତୁ ବିବାହ ପରେ ସେହି କଥାରେ ସେମାନେ ଖୁବ୍‌ ଗମ୍ଭୀର ହୋଇଯାଆନ୍ତି। ତେଣୁ ଧ୍ୟାନ ରଖନ୍ତୁ।  ବିଶେଷ କରି ବିବାହ ପରେ ଭୁଲ୍‌ରେ ନିଜ ପାର୍ଟନରଙ୍କୁ ଏମିତି କଥା କୁହନ୍ତୁ ନାହିଁ। ନଚେତ୍‌ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ। ବିବାହରେ ହୋଇଥିବା ଖର୍ଚ୍ଚ: ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ନେଇ ନିଜ ପାର୍ଟନରକୁ ସବୁବେଳେ କହିବା ବା ସେହି କଥାରେ ବିବାଦ ଛିଡା କରିବା ଠିକ୍‌ ନୁହେଁ । ସଂପର୍କୀୟଙ୍କୁ ଥଟ୍ଟା କରିବା: ନିଜ ପାର୍ଟନରଙ୍କ ସମ୍ପର୍କୀୟଙ୍କୁ ନେଇ ଭୁଲରେ ବି ଥଟ୍ଟା କରିବା ଉଚିତ୍‌ ନୁହେଁ। ଉଭୟ ପୁଅ ଝିଅ ଏଭଳି କରିବା ଅନୁଚିତ୍‌।

ପୂର୍ବ ପ୍ରେମୀ ସହ ତୁଳନା: ନୂଆ ନୂଆ ବିବାହ ହୋଇଥିଲେ ସାଧାରଣତଃ  ପୁଅ ଓ ଝିଅ ମାନେ ନିଜ ପୂର୍ବ ପ୍ରେମିକା ଓ ପ୍ରେମିକଙ୍କ ସହ ନିଜ ପାର୍ଟନରକୁ ତୁଳନା କରନ୍ତି। କିନ୍ତୁ ବାସ୍ତବରେ କେବେବି ଏମିତି ତୁଳନା କରିବା ଉଚିତ୍‌ ନୁହେଁ। ନଚେତ୍‌ ସଂପର୍କରେ ଫାଟ ଦେଖାଦେଇପାରେ।

ଅହଙ୍କାର: କୌଣସି କାମ କରିବା ବେଳେ ଏଇଟା ତୁମ ଦାଇତ୍ୱ ସେଇଟା ମୋ ଦାୟିତ୍ୱ ଏଭଳି ନିଜ ପାର୍ଟନରଙ୍କୁ କହିବା ଅନୁଚିତ। ଫଳରେ ସମ୍ପର୍କର ଦୂରତା ବଢିବାର ଆଶଙ୍କା ରହିଥାଏ।

ବନ୍ଧୁଙ୍କ ବିଷୟରେ ମନ୍ଦ କଥା କହିବା: ବାହାଘର ହେଉକି ଆଉ କୌଣସି କ୍ଷେତ୍ରରେ ଗୋଟିଏ ଭୁଲ ପାଇଁ ନିଜ ପାର୍ଟନରଙ୍କ ବନ୍ଧୁଙ୍କୁ ସବୁବେଳେ ନିନ୍ଦା କବିବା ଉଚିତ୍‌ ନୁହେଁ।   ଏହା ଦ୍ୱାରା ସଂପର୍କରେ ଦୂରତା ଆସିଥାଏ। ପରସ୍ପରକୁ ଥଟ୍ଟା ପରିହାସ କଲେ ନିଜ ସଂପର୍କ ବିଗିଡ଼ିବା ସହ ବିବାହ ଭାଙ୍ଗିବାର ଆଶଙ୍କା ଥାଏ। ତେଣୁ ଯଥା ସମ୍ଭବ ଏସବୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ।

Related story