ଜିନିଷ ଛୋଟ ହେଲେ ବି ତାକୁ ବଡ଼ ବାକ୍ସରେ କାହିଁକି ପଠାଏ ଆମାଜନ ?

ଆଜିକାଲି ଅନ୍‌ଲାଇନ୍‌ ସପିଂ ସାଧାରଣ ଘଟଣା ହୋଇଗଲାଣି। ଅନ୍‌ଲାଇନ୍‌ରେ ସପିଂ ପାଇଁ ଏକାଧିକ ସାଇଟ୍‌ ରହିଛି। ଆମାଜନ ଏଥିରୁ ଗୋଟିଏ। ବେଳେ ବେଳେ ଆମାଜନ ଦ୍ରବ୍ୟ ତୁଳନାରେ ବଡ଼ ବକ୍ସ ପଠାଇଥାଏ। ଯଦି କେବେ ଆପଣ ଏପରି ସ୍ଥିତିର ସମ୍ମୁଖୀନ ହୋଇଥିବେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଭାବୁଥିବେ ଭୁଲ ଜିନିଷ ବୋଧ ହୁଏ ଆପଣଙ୍କ ପାଖକୁ ଆସିଗଲା। ହେଲେ ଏପରି କିଛି ହୋଇ ନଥାଏ। ଆସନ୍ତୁ ଜାଣିବା ଏହାର କାରଣ। ଆମାଜନରେ ଜିନିଷ ମେସିନ ଦ୍ୱାରା ପ୍ୟାକିଂ […]

amazon

Rakesh Mallick
  • Published: Thursday, 28 December 2017
  • , Updated: 28 December 2017, 10:22 PM IST

ଆଜିକାଲି ଅନ୍‌ଲାଇନ୍‌ ସପିଂ ସାଧାରଣ ଘଟଣା ହୋଇଗଲାଣି। ଅନ୍‌ଲାଇନ୍‌ରେ ସପିଂ ପାଇଁ ଏକାଧିକ ସାଇଟ୍‌ ରହିଛି। ଆମାଜନ ଏଥିରୁ ଗୋଟିଏ। ବେଳେ ବେଳେ ଆମାଜନ ଦ୍ରବ୍ୟ ତୁଳନାରେ ବଡ଼ ବକ୍ସ ପଠାଇଥାଏ। ଯଦି କେବେ ଆପଣ ଏପରି ସ୍ଥିତିର ସମ୍ମୁଖୀନ ହୋଇଥିବେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଭାବୁଥିବେ ଭୁଲ ଜିନିଷ ବୋଧ ହୁଏ ଆପଣଙ୍କ ପାଖକୁ ଆସିଗଲା। ହେଲେ ଏପରି କିଛି ହୋଇ ନଥାଏ। ଆସନ୍ତୁ ଜାଣିବା ଏହାର କାରଣ।

ଆମାଜନରେ ଜିନିଷ ମେସିନ ଦ୍ୱାରା ପ୍ୟାକିଂ ହୋଇଥାଏ। ମେସିନ୍‌ ଦ୍ରବ୍ୟକୁ ପ୍ୟାକିଂ କରିବା ପରେ ଏହା ଲେବରଙ୍କ ପାଖକୁ ଆଉ ଏକ ବକ୍ସରେ ପ୍ୟାକିଂ କରାଯିବାକୁ ଆସିଥାଏ। ତେବେ ବହୁ ସମୟରେ ଭୁଲ ବଶତଃ ଛୋଟ ଦ୍ରବ୍ୟ ପାଇଁ ଲେବରକୁ ବଡ଼ ପ୍ୟାକେଟ୍‌ ଦିଆଯାଇଥାଏ। ଏପରି ସ୍ଥିତିରେ ସେମାନଙ୍କ ପାଖରେ ଛୋଟ ବକ୍ସରେ ସାଙ୍ଗେ ସାଙ୍ଗେ ପ୍ୟାକିଂ କରାଯିବା ସମ୍ଭବ ହୋଇନଥାଏ ଓ ସେମାନେ ଉକ୍ତ ବଡ଼ ବକ୍ସରେ ପ୍ୟାକିଂ କରିଦେଇଥାନ୍ତି। ଏଥିପାଇଁ କିଛି ଚିନ୍ତା କରିବାର କାରଣ ନାହିଁ।

ସେହିପରି ଏକାଥରେ ଗୋଦାମରୁ ବହୁ ସଂଖ୍ୟାରେ ଦ୍ରବ୍ୟ ପ୍ୟାକିଂ ହୋଇ ଗ୍ରାହକଙ୍କ ପାଖକୁ ପଠାଯାଇଥାଏ। ଛୋଟ ଛୋଟ ବକ୍ସ ହେଲେ ଏହାକୁ ଟ୍ରକ୍‌ରେ ଭରିବା ବେଳେ ପ୍ୟାକେଟ୍‌ ଗୁଡିକ ମଧ୍ୟରେ ବହୁ ଖାଲି ସ୍ଥାନ ରହିଯାଇଥାଏ। ଯାହା ରାସ୍ତାରେ ଯିବା ବେଳେ ଧକଡ଼ ଚକଡ଼ରେ ଦ୍ରବ୍ୟ ନଷ୍ଟ ହେବାର କାରଣ ପାଲଟି ଥାଏ। ଏଥିପାଇଁ କମ୍ପାନୀ ଗ୍ରାହକଙ୍କ ଅର୍ଡର ଦ୍ରବ୍ୟ ବଡ଼ ବକ୍ସରେ ପ୍ୟାକିଂ କରିବାକୁ ଉଚିତ ମଣିଥାଏ। ବଡ଼ ବକ୍ସ ହେଲେ ଏହା ଟ୍ରକ୍‌ରେ ଲୋଡ଼ କରିବାରେ ସୁବିଧା ହୋଇଥାଏ ଓ ଗ୍ରାହକଙ୍କ ପାଖରେ ସେମାନଙ୍କ ଦ୍ରବ୍ୟ ସୁରକ୍ଷିତ ପହଞ୍ଚି ଥାଏ।

ଯଦି ଆଗକୁ କେବେ ଆମାଜନରେ କୌଣସି ଜିନିଷ ଅର୍ଡର କରିବେ ଆଉ ଆପଣଙ୍କ ପାଖକୁ ଆବଶ୍ୟକଠାରୁ ବଡ଼ ବକ୍ସ ଆସିଯିବ ଏଥିରେ ଆଶ୍ଚର୍ଯ୍ୟ ହେବେ ନାହିଁ। କମ୍ପାନୀ ଦ୍ରବ୍ୟ ସୁରକ୍ଷିତ ଭାବେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଏପରି କରିଥିବା ଭାବିନେବେ।

Related story