ଗୋଟିଏ ମିନିଟ୍ କେବଳ ୬୦ ସେକେଣ୍ଡ୍ କାହିଁକି ହୋଇଥାଏ ?

ଭୁବନେଶ୍ୱର(ସଂଗ୍ରାମ ଦାସମହାପାତ୍ର): ସମୟ ଜାଣିବା ପାଇଁ ଆମେ ଘଣ୍ଟା ବ୍ୟବହାର କରିଥାଉ। ତେବେ ସେ କାନ୍ଥ ଘଣ୍ଟା, ହାତ ଘଣ୍ଟା କିମ୍ବା ଡିଜିଟାଲ୍ ଘଣ୍ଟା ଯାହା ହୋଇଥାଉ ନା କାହିଁକି, ସେଥିରେ ସଂଖ୍ୟା ୬୦ର ବହୁ ଗୁରୁତ୍ୱ ରହିଛି। ଯେମିତିକି, ଘଣ୍ଟାକ ୬୦ ମିନିଟ, ୬୦ ସେକେଣ୍ଡକୁ ନେଇ ଗୋଟିଏ ମିନିଟ ହୋଇଥାଏ। ତେବେ ମନରେ ପ୍ରଶ୍ନ ଉଠେ, ୬୦ ମିନିଟକୁ ନେଇ ଗୋଟିଏ ଘଣ୍ଟା ଓ ୬୦ ସେକେଣ୍ଡକୁ ନେଇ ଗୋଟିଏ ମିନିଟ କାହିଁକି ହୋଇଛି […]

1 (1)

Rakesh Mallick
  • Published: Sunday, 04 March 2018
  • , Updated: 04 March 2018, 12:18 PM IST

ଭୁବନେଶ୍ୱର(ସଂଗ୍ରାମ ଦାସମହାପାତ୍ର): ସମୟ ଜାଣିବା ପାଇଁ ଆମେ ଘଣ୍ଟା ବ୍ୟବହାର କରିଥାଉ। ତେବେ ସେ କାନ୍ଥ ଘଣ୍ଟା, ହାତ ଘଣ୍ଟା କିମ୍ବା ଡିଜିଟାଲ୍ ଘଣ୍ଟା ଯାହା ହୋଇଥାଉ ନା କାହିଁକି, ସେଥିରେ ସଂଖ୍ୟା ୬୦ର ବହୁ ଗୁରୁତ୍ୱ ରହିଛି। ଯେମିତିକି, ଘଣ୍ଟାକ ୬୦ ମିନିଟ, ୬୦ ସେକେଣ୍ଡକୁ ନେଇ ଗୋଟିଏ ମିନିଟ ହୋଇଥାଏ। ତେବେ ମନରେ ପ୍ରଶ୍ନ ଉଠେ, ୬୦ ମିନିଟକୁ ନେଇ ଗୋଟିଏ ଘଣ୍ଟା ଓ ୬୦ ସେକେଣ୍ଡକୁ ନେଇ ଗୋଟିଏ ମିନିଟ କାହିଁକି ହୋଇଛି ? କାହିଁକି ଘଣ୍ଟାରେ ୬୦ଟି ଦାଗ ରହିଛି? ଏହା ୫୯ କିମ୍ବା ୬୧ ହେଲା ନାହିଁ, ୭୦ କିମ୍ବା ୫୦ ହେଲା ନାହିଁ କାହିଁକି ?

ଘଣ୍ଟାକୁ ୬୦ ଭାଗରେ କାହିଁକି ବିଭକ୍ତ କରାଯାଇଛି, ତାହାର ଉତ୍ତର ଆମ ଗଣନା ପଦ୍ଧତିରେ ରହିଛି। ଆମେ ଏବେ ସାଧାରଣତଃ ସଂଖ୍ୟା ୧୦କୁ ନେଇ ସମସ୍ତ ଗଣନା କାର୍ଯ୍ୟ କରିଥାଉ। କିନ୍ତୁ ପୁରାତନ ଯୁଗରେ ମଣିଷ ଯେତେବେଳେ ସମୟ ଜାଣିବାର ଆବଶ୍ୟକତା ଅନୁଭବ କଲା ଏବଂ ଗୋଟିଏ ଦିନକୁ ବିଭିନ୍ନ ସମୟ ଅନୁସାରେ ଭାଗଭାଗ କଲା, ସେତେବେଳେ ସଂଖ୍ୟା ଗଣନା ପଦ୍ଧତି ୬୦ ଭିତ୍ତିକ ହୋଇଥାଏ। ସେତେବେଳେ ଉଭୟ ବାବିଲୋନୀୟ ଏବଂ ଇଜିପ୍ଟବାସୀଙ୍କ ଗଣନା ପଦ୍ଧତି ୬୦ ଉପରେ ନିର୍ଭର କରୁଥିଲା। ତେଣୁ ସମୟ ଗଣନା ପଦ୍ଧତିରେ ମଧ୍ୟ ୬୦କୁ ଗୁରୁତ୍ୱ ଦିଆଯାଇଥିଲା।

୬୦ ଏକ ଏଭଳି ସର୍ବନିମ୍ନ ସଂଖ୍ୟା ଯାହାକି 2, 3, 4, 5, 6 ଓ 10 ଦ୍ୱାରା ସହଜରେ ବିଭାଜିତ ହୋଇପାରେ। ଜ୍ୟାମିତିରେ ମଧ୍ୟ ୬୦ର ଭୂମିକା ରହିଛି। ଏକ ବୃତ୍ତ ୩୬୦ ଡିଗ୍ରୀର ହୋଇଥାଏ। ତେଣୁ ଘଣ୍ଟା ବୃତ୍ତାକାର ହୋଇଥିବାରୁ ଏହାକୁ 60 ଭାଗରେ ବିଭକ୍ତ କରିବା ସହଜ ହେଲା। ଏହିସବୁ କାରଣରୁ ଘଣ୍ଟାକୁ ୬୦ ଭାଗ କରାଯାଇଛି ବୋଲି ଅନୁମାନ କରାଯାଏ।

Related story