ଏତେ ଶକ୍ତିଶାଳୀ ହୋଇ ବି ସୀତାଙ୍କୁ ରାବଣ କବଳରୁ କାହିଁକି ମୁକ୍ତ କରି ପାରି ନ ଥିଲେ ହନୁମାନ? ଜାଣନ୍ତୁ ରହସ୍ୟ

କୁହାଯାଏ ଭଗବାନ ଶିବଙ୍କ ୧୧ତମ ଅବତାର ହେଉଛନ୍ତି ବଜରଙ୍ଗବାଲି ହନୁମାନ। ତାଙ୍କୁ ମହାବୀର ବୋଲି କୁହାଯାଏ। ରାମାୟଣରେ ପ୍ରଭୁ ରାମଚନ୍ଦ୍ର ଓ ରାବଣଙ୍କ ଯୁଦ୍ଧ ଭିତରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ରାମାୟଣରେ ହନୁମାନଙ୍କର ବୀରତ୍ୱର ଅନେକ ଗାଥା ବର୍ଣ୍ଣନା ହୋଇଛି। ସେଥିମଧ୍ୟରୁ ଗୋଟିଏ କାହାଣୀ ହେଉଛି  ହନୁମାନ ଏତେ ବୀର ଓ ଶକ୍ତିଶାଳୀ ହୋଇ ମଧ୍ୟ ରାବଣଙ୍କ କବଳରୁ  ମାତା ସୀତୀଙ୍କୁ  ମୁକ୍ତ କରିପାରି ନ ଥିଲେ। ଏମିତି କି ରାବଣ ସୀତାଙ୍କୁ ଅପହରଣ […]

hanuman sita

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 08:54 PM IST

କୁହାଯାଏ ଭଗବାନ ଶିବଙ୍କ ୧୧ତମ ଅବତାର ହେଉଛନ୍ତି ବଜରଙ୍ଗବାଲି ହନୁମାନ। ତାଙ୍କୁ ମହାବୀର ବୋଲି କୁହାଯାଏ। ରାମାୟଣରେ ପ୍ରଭୁ ରାମଚନ୍ଦ୍ର ଓ ରାବଣଙ୍କ ଯୁଦ୍ଧ ଭିତରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ରାମାୟଣରେ ହନୁମାନଙ୍କର ବୀରତ୍ୱର ଅନେକ ଗାଥା ବର୍ଣ୍ଣନା ହୋଇଛି। ସେଥିମଧ୍ୟରୁ ଗୋଟିଏ କାହାଣୀ ହେଉଛି  ହନୁମାନ ଏତେ ବୀର ଓ ଶକ୍ତିଶାଳୀ ହୋଇ ମଧ୍ୟ ରାବଣଙ୍କ କବଳରୁ  ମାତା ସୀତୀଙ୍କୁ  ମୁକ୍ତ କରିପାରି ନ ଥିଲେ। ଏମିତି କି ରାବଣ ସୀତାଙ୍କୁ ଅପହରଣ କରି ଲଙ୍କାର ଅଶୋକବାଟିକାରେ  ରଖିଥିବା ସ୍ଥାନକୁ  ହନୁମାନ ଯାଇଥିଲେ ମଧ୍ୟ ସୀତାଙ୍କୁ ମୁକୁଳେଇ ପାରି ନ ଥିଲେ। ତେବେ ଏହା ପଛର ରହସ୍ୟ କ’ଣ। ଆସନ୍ତୁ ଜାଣିବା।

ପୌରାଣିକ କଥା ଅନୁଯାୟୀ, ରାମାୟଣ ଯୁଦ୍ଧ ପରେ ପ୍ରଭୁ ହନୁମାନ ନିଜ ମାତା ଅଞ୍ଜନିଙ୍କୁ ରାମାୟଣର ଗାଥା ଶୁଣାଉଥିଲେ। ସେତିକି ବେଳେ ମା’ ଅଞ୍ଜନୀ ହନୁମାନଙ୍କୁ ପଚାରିଥିଲେ ଯେ , ତୁମେ ତ ଏତେ ଶକ୍ତିଶାଳୀ। ତୁମେ ନିଜ ଲାଙ୍ଗୁଡ଼ରେ ଲଙ୍କା ରାଇଜକୁ ଜଳେଇଦେଇଥିଲ। ଏପରିକି ତୁମେ  ରାବଣକୁ ବି ବହୁତ ସହଜରେ ମାରି ସୀତାମାତାଙ୍କୁ ତାଙ୍କ କଏଦରୁ ମୁକ୍ତ କରିପାରିଥାନ୍ତ।

କିନ୍ତୁ ତୁମେ ସୀତା ମାତାଙ୍କୁ ମୁକ୍ତ ନ କରି ଫେରିଆସିଲ କାହିଁକି? ଯଦି ତୁମେ ମାତା ସୀତାଙ୍କୁ ମୁକ୍ତ କରିଦେଇଥାନ୍ତ ତେବେ ଏତେ ଭୟଙ୍କର ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା। ଏହାର ଜବାବ ଦେଇ ହନୁମାନ କହିଥିଲେ, ‘ମୋତେ ମୋର ମହା ପ୍ରଭୁ ସେମିତି କିଛି କରିବାକୁ କହି ନ ଥିଲେ।  ପ୍ରଭୁ ଶ୍ରୀରାମ ମୋତେ ଯେତିକି ନିର୍ଦ୍ଦେଶ ଦେଇଥିଲେ ମୁଁ ସେତିକି ପାଳନ କରିଛି। ସେ ମୋତେ କେବଳ ସୀତା ମାତାଙ୍କୁ ତାଙ୍କର ରତ୍ନ ମୁଦ୍ରିକା ଦେବା ପାଇଁ ପଠାଇଥିଲେ। ପ୍ରଭୁ ମୋତେ ଯେତିକି କରିବାକୁ କୁହନ୍ତି ମୁଁ କେବଳ ସେତିକି  ହିଁ କରେ। ମୁଁ କେବେ ବି ମୋର ଲକ୍ଷ୍ମଣ ରେଖା ଉଲ୍ଲଙ୍ଘନ କରେ ନାହିଁ। ଉପରୋକ୍ତ କାହାଣୀରୁ ଏହା ସ୍ପଷ୍ଟ ହୋଇଗଲା ଯେ ମହାବୀର ହନୁମାନ ଏତେ ଶକ୍ତିଶାଳୀ ହୋଇ ମଧ୍ୟ କାହିଁକି ସୀତାମାତାଙ୍କୁ ଠାବ କରି ମଧ୍ୟ ସାଙ୍ଗରେ ଆଣିପାରି ନ ଥିଲେ। ଯଦି ଆପଣ ହନୁମାନଙ୍କ ଭକ୍ତ ତେବେ ମଙ୍ଗଳବାର ଓ ଶନିବାର ହନୁମାନ ଜୟନ୍ତୀ ଦିନ  ହନୁମାନ ଚାଳିସାକୁ ସାତଥର ପାଠ କରନ୍ତୁ। ଦେଖିବେ ସମସ୍ତ ଦୁଃଖ କଷ୍ଟ ଦୂରେଇଯିବ।

Related story