ସପ୍ତାହକୁ ମାତ୍ର ଦିନଟିଏ ନିଜ ପର୍ସରେ ଟଙ୍କା ରଖନ୍ତି ବ୍ରିଟେନ୍‌ର ରାଣୀ: ଜାଣନ୍ତୁ କେବେ ଓ କାହିଁକି

ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍‌ଙ୍କ ଜୀବନଶୈଳୀ ସମସ୍ତଙ୍କଠାରୁ ଭିନ୍ନ। ଇଣ୍ଟରନେଟ୍‌ରେ ତାଙ୍କର ଅନେକ ସୁନ୍ଦର ଫଟୋ ରହିଛି ଯେଉଁଥିରେ ସେ ପ୍ରାୟ ସମୟ ଗୋଟେ ପର୍ସ ଧରି ଠିଆ ହୋଇଥିବାର ଦେଖାଯାଏ। ଜାଣିଛନ୍ତି  ଉକ୍ତ ପର୍ସରେ କଣ ରଖନ୍ତି ମହାରାଣୀ। ଆସନ୍ତୁ ଜାଣିବା ଏଲିଜାବେଥ୍‌ଙ୍କ ପର୍ସ ସମ୍ପର୍କରେ କିଛି ରୋଚକ ଓ ଅଜଣା କଥା । କ’ଣ ଥାଏ ଏଥିରେ? ଏଲିଜାବେଥ୍ ପର୍ସରେ ମେକଅପ୍ ସାମଗ୍ରୀ ଓ ଚଷମା ରଖନ୍ତି। ସପ୍ତାହରେ କେବଳ ଗୋଟେ ଦିନ ସେ ତାଙ୍କ […]

Ordigital Desk
  • Published: Wednesday, 25 October 2017
  • , Updated: 25 October 2017, 06:54 PM IST

ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍‌ଙ୍କ ଜୀବନଶୈଳୀ ସମସ୍ତଙ୍କଠାରୁ ଭିନ୍ନ। ଇଣ୍ଟରନେଟ୍‌ରେ ତାଙ୍କର ଅନେକ ସୁନ୍ଦର ଫଟୋ ରହିଛି ଯେଉଁଥିରେ ସେ ପ୍ରାୟ ସମୟ ଗୋଟେ ପର୍ସ ଧରି ଠିଆ ହୋଇଥିବାର ଦେଖାଯାଏ। ଜାଣିଛନ୍ତି  ଉକ୍ତ ପର୍ସରେ କଣ ରଖନ୍ତି ମହାରାଣୀ। ଆସନ୍ତୁ ଜାଣିବା ଏଲିଜାବେଥ୍‌ଙ୍କ ପର୍ସ ସମ୍ପର୍କରେ କିଛି ରୋଚକ ଓ ଅଜଣା କଥା ।

କ'ଣ ଥାଏ ଏଥିରେ?

ଏଲିଜାବେଥ୍ ପର୍ସରେ ମେକଅପ୍ ସାମଗ୍ରୀ ଓ ଚଷମା ରଖନ୍ତି। ସପ୍ତାହରେ କେବଳ ଗୋଟେ ଦିନ ସେ ତାଙ୍କ ପର୍ସରେ ପଇସା ରଖନ୍ତି । ସେ ବାରଟି ହେଉଛି 'ରବିବାର'

ରବିବାର ରହସ୍ୟ

ଯେହେତୁ ସେ ଜଣେ ରାଣୀ , ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାକୁ ଲୋକମାନେ ପୂର୍ବରୁ ରହିଥାନ୍ତି। ଏଲିଜାବେଥ୍ ରବିବାରେ ପର୍ସରେ ପଇସା ରଖି ବାହାରିବାର କାରଣ କିନ୍ତୁ ନିଆରା । ସେ ପ୍ରତ୍ୟେକ ରବିବାରେ ଚର୍ଚ୍ଚ ଯାଆନ୍ତି ଓ ସେଠାରେ ଖର୍ଚ୍ଚ ଓ ଦାନଧର୍ମରେ ଲାଗୁଥିବା ପଇସା ନିଜେ କାଢି ଦିଅନ୍ତି । ତେଣୁ ପ୍ରତ୍ୟେକ ରବିବାର ସେ ପର୍ସରେ ୫ରୁ୧୦ ପାଉଣ୍ଡ ରଖିଥାନ୍ତି ।

Related story