ଭୁବନେଶ୍ୱର: ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ଲଢାଯାଇଥିଲା। କୁରୁକ୍ଷେତ୍ରରେ ଏହି ମହାସଂଗ୍ରାମ ପାଇଁ ପ୍ରଭୁ ଶ୍ରୀ କୃଷ୍ଣ ହିଁ ନିର୍ଣ୍ଣୟ ନେଇଥିଲେ। ତେବେ ଯୁଦ୍ଧ ପାଇଁ ପ୍ରଭୁ ଶ୍ରୀ କୃଷ୍ଣ କାହିଁକି ଏହି କ୍ଷେତ୍ରକୁ ବାଛିଲେ ? କ’ଣ ଥିଲା ରହସ୍ୟ ? ଏହା ପଛରେ କେଉଁ କାରଣ ଉଦ୍ଦିଷ୍ଟ ଥିଲା ଏହାକୁ ନେଇ ଭିନ୍ନ ଭିନ୍ନ କାହାଣୀ ଶୁଣିବାକୁ ମିଳେ। ତେବେ ଗୋଟିଏ କିମ୍ବଦନ୍ତି ନିମ୍ନରେ ବର୍ଣ୍ଣନା ହୋଇଥିବା କଥାକୁ ମଧ୍ୟ ଦର୍ଶାଏ।
ଯେତେବଳେ ମହାଭାରତ ଯୁଦ୍ଧ ନିଶ୍ଚିତ ହୋଇଗଲା ଏଥିପାଇଁ ପ୍ରକୃତ କ୍ଷେତ୍ର ଅନ୍ୱେଷଣ କରାଗଲା। ମଣିଷ ଦ୍ୱାରା କବଳିତ ହୋଇଥିବା ସମସ୍ତ ଆସୁରିକ ଶକ୍ତିକୁ ନଷ୍ଟ ଏବଂ ଧର୍ମ ବିରୋଧୀ ଶତ୍ରୁକୁ ନିଜ ଦ୍ୱାରା ନିପାତ ପାଇଁ ପ୍ରଭୁ ଶ୍ରୀ କୃଷ୍ଣ ଚାହିଁ ଥିଲେ। ତଥାପି ମନରେ ଭୟ ଥିଲା। କାରଣ ଏଠି ଭାଇ଼-ଭାଇ ମଧ୍ୟରେ, ଗୁରୁ-ଶିଷ୍ୟ ମଧ୍ୟରେ ତଥା ଏକ ପ୍ରକାର ନିବିଡ଼ ସମ୍ପର୍କୀୟଙ୍କ ମଧ୍ୟରେ ଲଢେଇ ଥିଲା। ତେଣୁ ଯୁଦ୍ଧରେ ଉଭୟ ପକ୍ଷର ଜଣକ ପରେ ଜଣେ ମୃତ୍ୟୁରେ ମ୍ରିୟମାଣ ହୋଇ ଯେପରି ନିଜ ନିଜ ମଧ୍ୟରେ ସନ୍ଧି ନ ହୁଏ ସେଥିପାଇଁ ସେମିତି ଏକ କ୍ଷେତ୍ରର ଆବଶ୍ୟକତା ଥିଲା। ଯେଉଁଠି କ୍ରୋଧ ଏବଂ ବିଦ୍ୱେଷର ନିଆଁ ପ୍ରଶମିତ ହେବାର ପ୍ରଶ୍ନ ଉଠିବନି। ତେଣୁ ଏଭଳି ଏକ ଭୂମିର ସନ୍ଧାନ ପାଇଁ ଶ୍ରୀ କୃଷ୍ଣ ନିଜ ଦୂତମାନଙ୍କୁ ପଠାଇ ଖବର ସଂଗ୍ରହ କଲେ।
ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଳହ ଉପୁଜି ତିକ୍ତତା ଚରମ ସୀମାରେ ପହଞ୍ଚିଲା। ଏଥିରେ ବଡ଼ ଭାଇ କ୍ରୋଧ ସମ୍ବରଣ କରି ନ ପାରି ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଦେଲା। ତଥାପି ଏତିକିରେ ତା’ର ରାଗ ଶାନ୍ତ ହେଲା ନାହିଁ। ଆଉ ପ୍ରତିଶୋଧ ନେବାକୁ ଯାଇ ସାନଭାଇର ଶବକୁ ଆଣି ଯେଉଁଠି ବିଲରେ ପାଣି ନିର୍ଗତ ହେଉଥିଲା ସେହି ଜାଗାରେ ପହଞ୍ଚିଲା। ଆଉ ଶବର ପାଦ ଦୁଇଟିକୁ ମୋଡ଼ି ପାଣି ନିର୍ଗତ ହେଉଥିବା ସ୍ଥାନରେ ପୁରେଇ ଦେଲା।
[caption id="attachment_184901" align="aligncenter" width="599"]
ଏଭଳି ଏକ ନୃଂଶସତାର ଘଟଣା ଶୁଣି ଉକ୍ତ ସ୍ଥାନଟି ଭାଇ-ଭାଇ ମଧ୍ୟରେ ଲଢେଇ ପାଇଁ ଉପଯୁକ୍ତ ସ୍ଥାନ ବୋଲି ପ୍ରଭୁ ଶ୍ରୀ କୃଷ୍ଣ ବିଚାର କଲେ। ଏହି ସ୍ଥାନର ଥିବା ପୂର୍ବ ପ୍ରଭାବ ଭାଇ ଭାଇଙ୍କ ମଧ୍ୟରେ ପଡ଼ିବ। ଫଳରେ ପ୍ରେମ, ଶ୍ରଦ୍ଧା ଓ ଭଲପାବା ଜାଗ୍ରତ ହେବ ନାହିଁ କି ସଦ୍ଧିର ଚର୍ଚ୍ଚା ହେବ ନାହିଁ ବୋଲି ଶ୍ରୀ କୃଷ୍ଣ ବିଚାର କଲେ। ଆଉ ଶେଷରେ ସେଇଠି ହିଁ ଯୁଦ୍ଧ ସଂଘଟିତ ହୋଇ ଥିଲା। ଯାହା କୁରୁକ୍ଷେତ୍ର ନାମରେ ପରିଚିତ। ମହାଭାରତରୁ ଏହି ଗୋଟିଏ କଥାର ସଙ୍କେତ ମିଳୁଛି ଯେ, ଶୁଭ-ଅଶୁଭ, ବିଚାର ଏବଂ ସଂସ୍କାର ଗୋଟିଏ ଭୂମି ଉପରେ ବହୁ ଦିନ ପର୍ଯ୍ୟନ୍ତ ସମାହିତ ହୋଇ ରହିଥାଏ। ତେଣୁ ଏଥିପାଇଁ ଏମିତି ସ୍ଥାନରେ ନିବାସସ୍ଥଳୀ ହେବା ଉଚିତ୍ ଯେଉଁଠି ଶୁଭ ବିଚାର ସହ ସଂଶ୍ଳିଷ୍ଟ ଥିବ।