ଆମ ଦେଶର ନାଁ ଭାରତ କାହିଁକି: ଜାଣନ୍ତୁ ଏହାର ରହସ୍ୟ

ଭୁବନେଶ୍ୱର(ରବି ନାରାୟଣ ସାହୁ): ବିଶ୍ୱରେ ସବୁଠାରୁ ପୁରୁଣା ସଭ୍ୟତାର ଏକ ଜଣାଶୁଣା ଦେଶ ହେଉଛି ଭାରତ । ଯେଉଁଠି ଅନେକ ଧର୍ମ, ସଭ୍ୟତା, ପରମ୍ପରାର ଲୋକେ ଏକାଠି ବସବାସ କରୁଛନ୍ତି । ଏଠାରେ ଲୋକମାନେ ନିଜ ଧର୍ମ ଓ ଇଚ୍ଛା ଅନୁସାରେ ପାଖାପାଖି ୧୬୫୦ ଭାଷାର ବ୍ୟବହାର କରନ୍ତି । ସସ୍କୃତି, ପରମ୍ପରା, ଧର୍ମ ଓ ଭାଷା ଅଲଗା ହେଲେ ମଧ୍ୟ ଲୋକମାନେ ଏଠାରେ ଜଣେ ଅନ୍ୟ ଜଣଙ୍କର ସମ୍ମାନ କରନ୍ତି । ପ୍ରାଚୀନ କାଳରୁ ଆମେ […]

bharat

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 08:17 AM IST

ଭୁବନେଶ୍ୱର(ରବି ନାରାୟଣ ସାହୁ): ବିଶ୍ୱରେ ସବୁଠାରୁ ପୁରୁଣା ସଭ୍ୟତାର ଏକ ଜଣାଶୁଣା ଦେଶ ହେଉଛି ଭାରତ । ଯେଉଁଠି ଅନେକ ଧର୍ମ, ସଭ୍ୟତା, ପରମ୍ପରାର ଲୋକେ ଏକାଠି ବସବାସ କରୁଛନ୍ତି । ଏଠାରେ ଲୋକମାନେ ନିଜ ଧର୍ମ ଓ ଇଚ୍ଛା ଅନୁସାରେ ପାଖାପାଖି ୧୬୫୦ ଭାଷାର ବ୍ୟବହାର କରନ୍ତି । ସସ୍କୃତି, ପରମ୍ପରା, ଧର୍ମ ଓ ଭାଷା ଅଲଗା ହେଲେ ମଧ୍ୟ ଲୋକମାନେ ଏଠାରେ ଜଣେ ଅନ୍ୟ ଜଣଙ୍କର ସମ୍ମାନ କରନ୍ତି । ପ୍ରାଚୀନ କାଳରୁ ଆମେ ଆମ ଦେଶକୁ ଭାରତ ନାମରେ ଜାଣନ୍ତି । ଭାରତ ଦେଶର ନାମ ଭାରତ କେମିତି ହେଲା? ଏହା ପଛରେ ଐତିହାସିକଙ୍କ ନିଜର ଅଲଗା ଅଲଗା ବିଚାର ରହିଛି । ଆସନ୍ତୁ ଜାଣିବା ଭାରତ ଦେଶର ନାମ ଭାରତ କାହିଁକି ରଖାଯାଇଛି।

୧-ଭାରତର ଭୌଗଳିକ ଇତିହାସ

ଋକ ବେଦର ସାତ ନମ୍ବର ପୁସ୍ତକର ୧୮ ତମ ଶ୍ଳୋକରେ ଦଶ ରାଜାଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ଯୁଦ୍ଧ ୧୦ ରାଜାଙ୍କର ମହାସଂଘ ଓ ଭରତ ଜନଜାତି ରାଜବଂଶର ରାଜା ସୁଦାସଙ୍କ ମଧ୍ୟରେ ଲଢେଇ  ହୋଇଥିଲା । ଏହି ଯୁଦ୍ଧରେ ରାଜା ସୁଦାସ ଦଶ ରାଜାଙ୍କ ଉପରେ ବିଜୟ ପ୍ରାପ୍ତ କରିଥିଲେ । ସେ ଭରତ ଜନଜାତିର ହୋଇଥିବାରୁ ଭାରତ ବର୍ଷର ଏପରି ନାମ କରଣ ହୋଇଥିବା ଜଣାଯାଏ।

୨-ମହାଭାରତ ଓ ଭାରତ ଚକ୍ରବର୍ତ୍ତୀଙ୍କ ଅନୁସାରେ

ମହାଭାରତ ଅନୁସାରେ ଭାରତ ବର୍ଷର ନାମ ରାଜା ଭରତ ଚକ୍ରବର୍ତ୍ତୀଙ୍କ ନାମରେ ଦିଆଯାଇଛି । ରାଜା ଭରତ, ଭରତ ରାଜବଂଶର ସଂସ୍ଥାପକ ଓ କୌରବ ଓ ପାଣ୍ଡବଙ୍କର ପୂର୍ବଜ ଥିଲେ । ସେ ହସ୍ତୀନାପୁରର ରାଜା ଦୁଷ୍ମନ୍ତ ଓ ରାଣୀ ସକୁନ୍ତଳାଙ୍କ ପୁଅ । ଭରତ ପୁରା ଭାରତ ସାମ୍ରାଜ୍ୟକୁ ଏକାଠି ସଗଂଠିତ କରି ଏକ ସାମ୍ରାଜ୍ୟ ଗଠନ କରିଥିବାରୁ ଆମ ଦେଶର ନାମ ଭାରତ ରଖାଯାଇଛି।

 

୩-ଜୈନ ଧର୍ମ ଅନୁସାରେ

ଇଣ୍ଡିଆର ପ୍ରକୃତ ନାମ ଭାରତ ଯାହା ସମ୍ରାଟ ଭରତ ଚକ୍ରବର୍ତ୍ତୀଙ୍କ ନାମ ଅନୁସାରେ ରଖା ଯାଇଥିଲା । ଯିଏ କି ଜୈନ ଧର୍ମର ପ୍ରଥମ ତୀର୍ଥକରଙ୍କର ସବୁଠାରୁ ବଡ ପୁଅ ଥିଲେ । ଏହି କାଣରୁ ଭାରତର ପ୍ରକୃତ ନାମ ଜୈନ ଧର୍ମ ଅନୁସାରେ ହୋଇଛି ବୋଲି ମଧ୍ୟ କୁହାଯାଏ।

୪-ବିଷ୍ଣୁ ପୁରାଣ ଅନୁସାରେ

ଇଣ୍ଡିଆକୁ ଭାରତବର୍ଷ ସେହି ସମୟରୁ କୁହାଯାଏ ଯେବେ ଭରତଙ୍କ ପିତା ପୁରା ରାଜପାଟ ନିଜର ପୁତ୍ରକୁ ଦେଇ ନିଜେ ସନ୍ୟାସୀ ହୋଇ ଜଙ୍ଗଲ ଚାଲିଗଲେ।

Related story