ଆପଣ କଥା କଥାରେ କାନ୍ଦୁଛନ୍ତି କି ?

ଆପଣ ଦେଖିଥିବେ ଅନେକ ପୁଅ କିମ୍ବା ଝିଅ କଥା କଥାରେ କାନ୍ଦି ପକାନ୍ତି। ଯାହାକୁ ଆମେ ମଜାରେ ନାକକାନ୍ଦୁରି ବା ନାକକାନ୍ଦୁରା ବୋଲି କହିଥାଉ। ଫିଲ୍ମରେ କିଛି ଦୁଃଖ ସିନ୍‌ ଅବା କାହା ଉପରେ ରାଗିଗଲେ ଆମ ଆଖିରୁ ଲୁହ ବାହାରି ଆସେ । କେବେ କେବେ କିଛି ଲୋକ ବିନା କାରଣରେ ମଧ୍ୟ କାନ୍ଦି ପକାଇଥାନ୍ତି। ବିଶେଷଜ୍ଞଙ୍କ ମତରେ ବିନା କାରଣରେ କାନ୍ଦିବାକୁ ଏକ ସମସ୍ୟା ବୋଲି କୁହାଯାଏ। ଏହି ଲକ୍ଷଣକୁ ଶାରୀରିକ ଏବଂ ମାନସିକ […]

f-dd

f-dd

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 07:05 PM IST

Sports

Latest News

ଆପଣ ଦେଖିଥିବେ ଅନେକ ପୁଅ କିମ୍ବା ଝିଅ କଥା କଥାରେ କାନ୍ଦି ପକାନ୍ତି। ଯାହାକୁ ଆମେ ମଜାରେ ନାକକାନ୍ଦୁରି ବା ନାକକାନ୍ଦୁରା ବୋଲି କହିଥାଉ। ଫିଲ୍ମରେ କିଛି ଦୁଃଖ ସିନ୍‌ ଅବା କାହା ଉପରେ ରାଗିଗଲେ ଆମ ଆଖିରୁ ଲୁହ ବାହାରି ଆସେ । କେବେ କେବେ କିଛି ଲୋକ ବିନା କାରଣରେ ମଧ୍ୟ କାନ୍ଦି ପକାଇଥାନ୍ତି। ବିଶେଷଜ୍ଞଙ୍କ ମତରେ ବିନା କାରଣରେ କାନ୍ଦିବାକୁ ଏକ ସମସ୍ୟା ବୋଲି କୁହାଯାଏ। ଏହି ଲକ୍ଷଣକୁ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ ଥିବା ଦର୍ଶାଏ।  ଆପଣ ଏମିତି ପରିସ୍ଥିତିକୁ ସାମ୍ନା କରୁଛନ୍ତି କି? ଅର୍ଥାତ କଥା କଥାରେ ଆପଣଙ୍କ ଆଖିରେ ଲୁହ ଆସିଯାଉଛି କି? ଯଦି ଏମିତି ଭୋଗୁଛନ୍ତି ତେବେ ଜାଣିବାକୁ ଚେଷ୍ଟା କରିଛନ୍ତି, ଆପଣଙ୍କୁ କାନ୍ଦ କାହିଁକି ଲାଗିଥାଏ?

କାରଣ କିଛି ଏମିତି

୧-ବେଳେବେଳେ ଏକ ଲମ୍ବା ଦିନର ବ୍ୟବଧାନ ପରେ ଥକାପଣ ଯୋଗୁଁ କିଛି ଲୋକଙ୍କୁ କାନ୍ଦ ଲାଗିଥାଏ। ‘ୟୁନିଭରସିଟି ଅଫ୍‌ ପେଲସିଲଭାନିଆ’ର ରିପୋର୍ଟ ଅନୁସାରେ ପ୍ରତିଦିନ ରାତିରେ ୪ଘଣ୍ଟା ଶୋଇଲେ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ନିଦ୍ରା ଅଭାବରୁ ଅନେକ ବ୍ୟକ୍ତିଙ୍କର ମନ ଖରାପ ହୋଇଥାଏ ତ’ ଅନ୍ୟ କେତେକ ବ୍ୟକ୍ତି ଉଦାସ ରହିଥାନ୍ତି।

୨-ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅଧିକ ଚିନ୍ତା ଏବଂ ଏକୁଟିଆ ରହୁଥିବା ବ୍ୟକ୍ତିଙ୍କୁ ଶୀଘ୍ର କାନ୍ଦ ଲାଗିଥାଏ। ଏମାନେ ନିଜକୁ ସମ୍ଭାଳିବା ପାଇଁ ଅନ୍ୟର ସାହାରା ଖୋଜିଥାନ୍ତି। ଅନେକ ସମୟରେ ଝିଅମାନେ ମାସିକ ଋତୁଶ୍ରାବ ଜନିତ ଯନ୍ତ୍ରଣା ପାଇଁ କାନ୍ଦିଥାନ୍ତି। ଏହି ସମୟରେ ଶରୀରରେ ହରମୋନ୍‌ ପରିବର୍ତ୍ତନ ଯୋଗୁଁ ଆଖିରେ ଲୁହ ଆସିଥାଏ। କେବେକେବେ ଆପଣଙ୍କୁ ଆଘାତ, ଭିଟାମିନ୍‌ର ଅଭାବ, ଥାଇରଏଡ଼୍‌ ସମସ୍ୟା, ରକ୍ତଚାପ ଯୋଗୁଁ ମଧ୍ୟ କାନ୍ଦ ଲାଗିଥାଏ।

୩-ସମସ୍ତଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଥାଏ, ଯାହା ତାଙ୍କୁ ଉତ୍ତେଜିତ କରିବା ସହ କାନ୍ଦିବାକୁ ବାଧ୍ୟ କରିଥାଏ।

୪-କାନ୍ଦିବାର ଏକ ମୁଖ୍ୟ କାରଣ ଦୁଃଖରେ ରହିବା। କିଛି ଲୋକ କମ୍‌ ସମୟ ମଧ୍ୟରେ ଦୁଃଖରୁ ବାହାରି ଆସିଥାନ୍ତି ତ’ କିଛି ଲୋକ ସେଥିରୁ ବାହାରି ପାରନ୍ତି ନାହିଁ। ଏହା ଯୋଗୁଁ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos