କାହିଁକି ସୂର୍ଯ୍ୟାସ୍ତ ପରେ ଶବ ସତ୍କାର କରାଯାଏ ନାହିଁ ?

ଶବ ସତ୍କାର  ନେଇ ହିନ୍ଦୁ ଧର୍ମରେ ଅନେକ ବିଶ୍ୱାସ ରହିଛି। ମୁଖ୍ୟତଃ ଆତ୍ମା ସହ ସୂର୍ଯ୍ୟଙ୍କ କ’ଣ ସମ୍ପର୍କ ରହିଛି? ସୂର୍ଯ୍ୟାସ୍ତ ପରେ  କାହିଁକି ଶବ ସଂସ୍କାର କରାଯାଏ ନାହିଁ? ଏମିତି କେତେ କଣ ନୀତିନିୟମ ରହିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ତେବେ ସୂର୍ଯ୍ୟ, ଆତ୍ମା ଏବଂ ଦାହ , ସଂସ୍କାର ସହ କଣ ସମ୍ପର୍କ ରହିଛି ଆସନ୍ତୁ  ଜାଣିବା। ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ଆତ୍ମାର କାରକ ବୋଲି ବିବେଚନା କରାଯାଏ।  ଆତ୍ମା ସୂର୍ଯ୍ୟଙ୍କଠାରୁ […]

j-777

j-777

Rakesh Mallick
  • Published: Monday, 01 January 2018
  • Updated: 01 January 2018, 04:35 PM IST

Sports

Latest News

ଶବ ସତ୍କାର  ନେଇ ହିନ୍ଦୁ ଧର୍ମରେ ଅନେକ ବିଶ୍ୱାସ ରହିଛି। ମୁଖ୍ୟତଃ ଆତ୍ମା ସହ ସୂର୍ଯ୍ୟଙ୍କ କ’ଣ ସମ୍ପର୍କ ରହିଛି? ସୂର୍ଯ୍ୟାସ୍ତ ପରେ  କାହିଁକି ଶବ ସଂସ୍କାର କରାଯାଏ ନାହିଁ? ଏମିତି କେତେ କଣ ନୀତିନିୟମ ରହିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ତେବେ ସୂର୍ଯ୍ୟ, ଆତ୍ମା ଏବଂ ଦାହ , ସଂସ୍କାର ସହ କଣ ସମ୍ପର୍କ ରହିଛି ଆସନ୍ତୁ  ଜାଣିବା।

ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ଆତ୍ମାର କାରକ ବୋଲି ବିବେଚନା କରାଯାଏ।  ଆତ୍ମା ସୂର୍ଯ୍ୟଙ୍କଠାରୁ ହିଁ ଜନ୍ମ ନେଇଥାଏ ଆଉ ସୂର୍ଯ୍ୟଙ୍କଠାରେ ହିଁ ବିଲୀନ ହୋଇଥାଏ। ଆଉ ସେଠାରେ ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିଥାଏ। ରାତ୍ରି ସମୟରେ ଆସୁରିକ ଶକ୍ତିର ହିଁ ଅଦ୍ଭୁଦୟ ହୋଇଥାଏ।  ଯେଉଁ ଶକ୍ତି ମୁକ୍ତିର ମାର୍ଗରେ ବାଧକ ସାଜିଥାଏ। ଏହି କାରଣରୁ ଶାସ୍ତ୍ର ଅନୁଶାରେ ସୂର୍ଯ୍ୟାସ୍ତ ପରେ ମୃତବ୍ୟକ୍ତିର ଅନ୍ତିମ ସଂସ୍କାର କରାଯାଏ ନାହିଁ। ତେଣୁ ସେହି ବ୍ୟକ୍ତିର ମୃତ ଶରୀରକୁ ତୁଳସୀ ପତ୍ର ଦେଇ ଘୋଡ଼ାଇ ରଖାଯାଇଥାଏ।  ଏଥିସହ ଶବର ଚାରିପଖାରେ ଦୀପ ଜଳାଇବା କଥା। ସେହିପରି ଶବକୁ ଏକା  ଛାଡ଼ିଦେବା କଥା ନୁହଁ। ମୃତ ବ୍ୟକ୍ତିର ଆତ୍ମା ଶବର ଚାରିପାଖରେ ଘୁରି ବୁଲିଥାଏ। ଆଉ ଆତ୍ମୀୟ ପରିଜନଙ୍କ ବ୍ୟବହାରକୁ ପରଖିଥାଏ। ସେଥିପାଇଁ ମୃତ ବ୍ୟକ୍ତିର ପରିବାର ଲୋକେ ଶବ ପାଖରେ ରହି ଭଗବାନଙ୍କୁ ସ୍ମରଣ କରିବା ଉଚିତ୍‌। ଏହା କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିଥାଏ। ଅନ୍ୟ ଏକ କାରଣ ହେଉଛି ଆତ୍ମାର ଗମନ ପରେ ଶରୀରଟି ଏକ ଖାଲି ଘରରେ ପରିଣତ ହୋଇଯାଏ। ତେଣୁ ଏହା ଭିତରେ ନକରାତ୍ମକ ଶକ୍ତି ପ୍ରବେଶର ଆଶଙ୍କା ରହିଛି। ଏହାର ନିରାକରଣ ପାଇଁ ଉପରୋକ୍ତ ନିୟମ ମାନିବା କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos