ମୃତଶରୀରର ନାକ ଓ କାନରେ କ’ଣ ପାଇଁ ଦିଆଯାଏ ତୁଳା?

ସାଧାରଣତଃ ମଣିଷର ମୃତ୍ୟୁ ପରେ ନାକ ଓ କାନରେ ତୁଳା ଲଗାଯାଇଥାଏ। ଏପରି କ’ଣ ପାଇ କରାଯାଏ ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥାଏ। ଏହି ବିଦ୍ଧି ଓ ବ୍ୟବସ୍ଥା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ କ’ଣ ରହିଛି ଆସନ୍ତୁ ଜାଣିବା। ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତା’ ଶରୀରକୁ ସ୍ନାନ କରାଯାଇଥାଏ। ଏହାପରେ  ତା’ ନାକ ଓ କାନରେ ତୁଳା ଲଗାଯାଇଥାଏ। ଏହାର ପଛରେ ରହିଛି ଏକ ବୈଜ୍ଞାନିକ ମାନ୍ୟତା। ଏପରି କରିବା ଦ୍ୱାରା  […]

dead body

Rakesh Mallick
  • Published: Tuesday, 06 March 2018
  • , Updated: 06 March 2018, 09:56 AM IST

ସାଧାରଣତଃ ମଣିଷର ମୃତ୍ୟୁ ପରେ ନାକ ଓ କାନରେ ତୁଳା ଲଗାଯାଇଥାଏ। ଏପରି କ’ଣ ପାଇ କରାଯାଏ ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥାଏ। ଏହି ବିଦ୍ଧି ଓ ବ୍ୟବସ୍ଥା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ କ’ଣ ରହିଛି ଆସନ୍ତୁ ଜାଣିବା।

ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତା’ ଶରୀରକୁ ସ୍ନାନ କରାଯାଇଥାଏ। ଏହାପରେ  ତା’ ନାକ ଓ କାନରେ ତୁଳା ଲଗାଯାଇଥାଏ। ଏହାର ପଛରେ ରହିଛି ଏକ ବୈଜ୍ଞାନିକ ମାନ୍ୟତା। ଏପରି କରିବା ଦ୍ୱାରା  ମୃତ ଶରୀର ଭିତରକୁ  କୌଣସି କୀଟାଣୁ ଯେପରି ପ୍ରବେଶ କରି ନ ପାରେ ଏଥିପାଇଁ ନାକ ଓ କାନରେ ତୁଳା ଦ୍ୱାରା ବନ୍ଦ କରି ଦିଆଯାଇଥାଏ। ମୃତଶରୀର ନାକରୁ ଏକ ତରଳ ପଦାର୍ଥ ବାହାରୁ ଥିବାରୁ ତୁଳା ଏହାକୁ ରୋକିବାରେ ସାହାଯ୍ୟ କରିଥାଏ।

ଏହି ପଦ୍ଧତିର ଦ୍ୱିତୀୟ କାରଣ ଧାର୍ମିକ ଗ୍ରନ୍ଥ ସହ ଜଡ଼ିତ। ହିନ୍ଦୁ ଗ୍ରନ୍ଥ ଗରୁଡ଼ ପୁରାଣ ଅନୁସାରେ ମୃତ ଶରୀର ଉପରେ ସୁନା ରଖିବା ପବିତ୍ର ହୋଇଥାଏ। ଏପରି କରିବା ଦ୍ୱାରା ମୃତଶରୀରର ଆତ୍ମାକୁ ଶାନ୍ତି ମିଳିଥାଏ। ନାକ ଓ କାନର ଛିଦ୍ର ବଡ଼ ହୋଇଥିବାରୁ ଏଥିରେ ରଖାଯାଇଥିବା ସୁନା ଖଣ୍ଡ ଖସି ପଡ଼ିବାର ସମ୍ଭାବନା ଥାଏ। ତେଣୁ ନାକ ଓ କାନରେ ସୁନା ଖଣ୍ଡ ରଖିବା ପରେ ତୁଳାରେ ଏହାକୁ ବନ୍ଦ କରିଦିଆ ଯାଇଥାଏ।

Related story