ଟ୍ରେନ୍‌ର ଶେଷ ବଗିରେ କାହିଁକି ‘X’ ଚିହ୍ନ ଥାଏ ?

ନୂଆଦିଲ୍ଲୀ: ପ୍ରତିଦିନ ଆମ ଜୀବନରେ ଏମିତି କିଛି ଦୃଶ୍ୟପଟ ଆସୁଥିଲେ ବି  ସେସବୁ ବିଷୟରେ ଆମେ ଅନେକ କଥା ଜାଣି ନ ଥାଉ। ଧ୍ୟାନ ବି ଦେଇ ନ ଥାଉ।  ସେ ସବୁ ଚିତ୍ର ଏବଂ ଘଟଣା ପଛରେ ରୋଚକ କାହାଣୀ ଲୁଚି ଥାଏ ଯାହା ଗୁରୁତ୍ୱପୂର୍ଣ୍ଣ ଏବଂ ଜ୍ଞାନଉପଯୋଗୀ ମଧ୍ୟ। ସେମିତି ଏକ ଯାନ ହେଲା ଟ୍ରେନ। ଆପଣ ଦେଖିଥିଲେ ସବୁ ଯାତ୍ରୀବାହୀ ଟ୍ରେନ୍‌ ଶେଷ ବଗି ପଛରେ ‘X’ ଲେଖାଯାଇଥାଏ।  ତେବେ କାହିଁକି ଏହି […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 11:10 AM IST

ନୂଆଦିଲ୍ଲୀ: ପ୍ରତିଦିନ ଆମ ଜୀବନରେ ଏମିତି କିଛି ଦୃଶ୍ୟପଟ ଆସୁଥିଲେ ବି  ସେସବୁ ବିଷୟରେ ଆମେ ଅନେକ କଥା ଜାଣି ନ ଥାଉ। ଧ୍ୟାନ ବି ଦେଇ ନ ଥାଉ।  ସେ ସବୁ ଚିତ୍ର ଏବଂ ଘଟଣା ପଛରେ ରୋଚକ କାହାଣୀ ଲୁଚି ଥାଏ ଯାହା ଗୁରୁତ୍ୱପୂର୍ଣ୍ଣ ଏବଂ ଜ୍ଞାନଉପଯୋଗୀ ମଧ୍ୟ। ସେମିତି ଏକ ଯାନ ହେଲା ଟ୍ରେନ। ଆପଣ ଦେଖିଥିଲେ ସବୁ ଯାତ୍ରୀବାହୀ ଟ୍ରେନ୍‌ ଶେଷ ବଗି ପଛରେ ‘X’ ଲେଖାଯାଇଥାଏ।  ତେବେ କାହିଁକି ଏହି ‘X’ ଚିହ୍ନ ଥାଏ ଏବଂ ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା।  ମୁଖ୍ୟତଃ ଏହି ଚିହ୍ନ ଟ୍ରେନ କର୍ମଚାରୀଙ୍କ ସୁବିଧା ପାଇଁ ଲଗାଯାଇଥାଏ।

ଟ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ଯାଇଛି ନା ନାହିଁ ଏହି ଚିହ୍ନରୁ ଷ୍ଟେସନ ଗାର୍ଡ଼ ଜାଣିପାରନ୍ତି। କାଳେ କୌଣସି କାରଣରୁ  କୌଣସି ବଗି ବିଚ୍ଛିନ୍ନ ହୋଇ ରହିଯାଇଥିବ ତେଣୁ ନିଶ୍ଚିତ ହେବା ପାଇଁ ‘X’ ଲେଖାଯାଇଥାଏ।  ଯଦି ଏହି ‘X’ ଚିହ୍ନ ବଗିରେ ନ ଥିବ ତେବେ ଷ୍ଟେସନ କର୍ମଚାରୀ ଟ୍ରେନ୍‌ ଅଟକାଇବା ପାଇଁ ସଙ୍କେତ ଦେଇଥାଆନ୍ତି। ଆଉ ସମସ୍ୟା ଅବଗତ କରାଇଥାଆନ୍ତି।

ଏହି ‘ଏକ୍ସ’ ଚିହ୍ନର ରଙ୍ଗ ହେଉଛି ଧଳା ଓ ଲାଲ। ଖାଲି ଏତିକି ନୁହେଁ ଅନେକ ଟ୍ରେନର ଶେଷ ବଗିରେ ଲ୍ୟାମ୍ପ ମଧ୍ୟ ଲଗାଯାଇଛି।  ଏହି ଲ୍ୟାମ୍ପ ଆଗରୁ ତେଲରେ ଜଳୁଥିଲା। ଏବେ ଏହା  ବିଦ୍ୟୁତଶକ୍ତି ଦ୍ୱାରା ଜଳୁଛି। ନିୟମ ଅନୁସାରେ ସବୁ ଟ୍ରେନର ଶେଷ ବଗିରେ ଏହି ଚିହ୍ନ ରଖିବା ବାଧ୍ୟତା ମୂଳକ। ଏହାଛଡା ଟ୍ରେନର ଶେଷ ବଗିରେ ଏକ ବୋର୍ଡ ଟଙ୍ଗାଯାଇଥାଏ ଯେଉଁଥିରେକି ‘LV’ ଲେଖାଯାଇଥାଏ। ‘ଏଲଭି’ ହେଉଛି ଲାଷ୍ଟ ଭେଇକିଲ । ଏହାର ଅର୍ଥ ହେଉଛି ଶେଷ ବଗି।

Related story