ଔଷଧ ଖୋଳରେ କାହିଁକି ଥାଏ ଲାଲ୍‌ ପଟିର ଗାର ଓ Rxର ଅର୍ଥ କ’ଣ ? ଜାଣନ୍ତୁ ଏପରି କିଛି ଦରକାରୀ କଥା

ଅନେକ ସମୟରେ ଡାକ୍ତରଙ୍କ ପରାମର୍ଶ ନ ନେଇ ଆମେ ଔଷଧ କିଣିଥାଉ। ପରେ ଏହା ଆମ ପାଇଁ କ୍ଷତିକାରକ ହୋଇଥାଏ। ଉପଯୁକ୍ତ ଜ୍ଞାନ ଅଭାବରୁ ଆମେ ଏମିତି ଔଷଧ କିଣିଥାଉ ଯାହା ଡାକ୍ତରଙ୍କ ପରାମର୍ଶ ବିନା ଖାଇବା କଥା ନୁହେଁ। ଏଥିପାଇଁ ଔଷଧ କିଣିଲା ବେଳେ କେତୋଟି ସାଧାରଣ କଥା ବିଷୟରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ଏ ସମ୍ପର୍କିତ କିଛି ଦରକାରୀ ସୂଚନା ଦେବୁ ଯାହା ଜଣେ ସାଧାରଣ ବ୍ୟକ୍ତି ଜାଣିବା […]

first

first

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 11:44 PM IST

ଅନେକ ସମୟରେ ଡାକ୍ତରଙ୍କ ପରାମର୍ଶ ନ ନେଇ ଆମେ ଔଷଧ କିଣିଥାଉ। ପରେ ଏହା ଆମ ପାଇଁ କ୍ଷତିକାରକ ହୋଇଥାଏ। ଉପଯୁକ୍ତ ଜ୍ଞାନ ଅଭାବରୁ ଆମେ ଏମିତି ଔଷଧ କିଣିଥାଉ ଯାହା ଡାକ୍ତରଙ୍କ ପରାମର୍ଶ ବିନା ଖାଇବା କଥା ନୁହେଁ। ଏଥିପାଇଁ ଔଷଧ କିଣିଲା ବେଳେ କେତୋଟି ସାଧାରଣ କଥା ବିଷୟରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ଏ ସମ୍ପର୍କିତ କିଛି ଦରକାରୀ ସୂଚନା ଦେବୁ ଯାହା ଜଣେ ସାଧାରଣ ବ୍ୟକ୍ତି ଜାଣିବା ନିହାତି ଆବଶ୍ୟକ।

ଔଷଧ କିଣିଲା ବେଳେ ବିଭିନ୍ନ ଟାବ୍ଲେଟ୍ ଖୋଳରେ ଲାଲ୍ ପଟି, Rx, NRx କିମ୍ବା XRx ଲେଖାଯାଇଥାଏ। ଏପରି କାହିଁକି ଲେଖାଯାଇଥାଏ ଜାଣିଛନ୍ତି କି ? ଆସନ୍ତୁ ଜାଣିବା ଟାବ୍ଲେଟ୍ ଖୋଳରେ ଲାଲ୍ ପଟି ଓ ଏହି ସବୁ ଲେଖା କାହିଁକି ଲେଖାଯାଇଥାଏ।

ଲାଲ୍‌ ପଟିର ଅର୍ଥ: ଆଣ୍ଟିବାୟୋଟିକ୍‌ ଔଷଧର ଭୁଲ ବ୍ୟବହାରକୁ ବନ୍ଦ କରିବା ପାଇଁ ଔଷଧରେ ଲାଲ୍ ପଟିର ଗାର ପଡ଼ିଥାଏ। ଡାକ୍ତରଙ୍କ ବିନା ଅନୁମତିରେ ଏପ୍ରକାରର ଔଷଧ ବିକ୍ରି କରାଯିବ ନାହିଁ କି ଏହାକୁ ବ୍ୟବହାର କରାଯିବ ନାହିଁ।

Rx: ଏହିପ୍ରକାର ଔଷଧକୁ ଡାକ୍ତରଙ୍କ ପରାମର୍ଶରେ ଖାଇବା ଦରକାର। ଡାକ୍ତରଙ୍କ ପ୍ରେସକ୍ରିପ୍‌ସନ୍‌ରେ ଲେଖାଲେ ଯାଇ Rx ଲେଖାଥିବା ଔଷଧ ଖାଇବା ଆବଶ୍ୟକ।

NRx: ଯେଉଁମାନଙ୍କୁ ନିଶା ଔଷଧ ପାଇଁ ଲାଇସେନ୍‌ସ ପ୍ରାପ୍ତ ହୋଇଥାଏ ସେମାନଙ୍କୁ ଏପରି ଔଷଧ ବିକ୍ରି କରିବା ଅନୁମତି ଥାଏ। ଡାକ୍ତରମାନେ ପରାମର୍ଶ ଦେବା ପରେ ଯାଇ ଏପରି ଔଷଧ କିଣାଯାଇ ପାରିବ।

XRx: ଏଭଳି ଔଷଧକୁ ଦୋକାନରୁ କିଣାଯାଇପାରିବ ନାହିଁ। XRx ଲେଖାଥିବା ଔଷଧ କେବଳ ଡାକ୍ତରଙ୍କ ପାଖରୁ ହିଁ କିଣାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos