୫୦ବର୍ଷ ବୟସରେ ବିଧବା ମହିଳା ବିବାହ କଲେ ପ୍ରେମିକଙ୍କୁ: ଭାଇରାଲ୍‌ ହେଲା ଲଭ୍‌ ଷ୍ଟୋରୀ

ପ୍ରେମ ପବିତ୍ର। ସବୁ ବାଧାବିଘ୍ନଠାରୁ ଉଚ୍ଚରେ ଏହି ସମ୍ପର୍କ। କୌଣସି ସୀମା ଓ ସମାଲୋଚନାକୁ ମାନେନି ପ୍ରେମ। ସେଇଥିପାଇଁ ତ ଇଂରାଜୀରେ କଥାଟିଏ ଅଛି, ‘‘when you love someone, age, distance, height, weight are just numbers’’ ଅର୍ଥାତ ଯଦି ତୁମେ ସତରେ କାହାକୁ ଭଲ ପାଉଥିବ ତେବେ ବୟସ, ଦୂରତା, ବର୍ଣ୍ଣ ଉଚ୍ଚତା ଆଦି ଗୋଟେ ଗୋଟେ ସଂଖ୍ୟା ମାତ୍ର। କଥାଟି ଯିଏ ବି କହିଛି ପୁରା ସତ । ଯାହାକୁ ପ୍ରମାଣିତ […]

50 couple

Rakesh Mallick
  • Published: Friday, 13 April 2018
  • , Updated: 14 April 2018, 09:00 AM IST

ପ୍ରେମ ପବିତ୍ର। ସବୁ ବାଧାବିଘ୍ନଠାରୁ ଉଚ୍ଚରେ ଏହି ସମ୍ପର୍କ। କୌଣସି ସୀମା ଓ ସମାଲୋଚନାକୁ ମାନେନି ପ୍ରେମ। ସେଇଥିପାଇଁ ତ ଇଂରାଜୀରେ କଥାଟିଏ ଅଛି, ‘‘when you love someone, age, distance, height, weight are just numbers’’ ଅର୍ଥାତ ଯଦି ତୁମେ ସତରେ କାହାକୁ ଭଲ ପାଉଥିବ ତେବେ ବୟସ, ଦୂରତା, ବର୍ଣ୍ଣ ଉଚ୍ଚତା ଆଦି ଗୋଟେ ଗୋଟେ ସଂଖ୍ୟା ମାତ୍ର। କଥାଟି ଯିଏ ବି କହିଛି ପୁରା ସତ । ଯାହାକୁ ପ୍ରମାଣିତ କରିଛନ୍ତି କୋମଲା।

୫୦ବର୍ଷ ବୟସରେ ଭଲ ପାଉଥିବା ମଣିଷଟିକୁ ବିବାହ କରିଛନ୍ତି କୋମଲା। ସେ ଜଣେ ବିଧବା ହୋଇଥିବା ବେଳା ପରିଣତ ବୟସରେ ଏମିତି ବିବାହ କରି ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି।

ବାଂଲାଦେଶର କୋମଲା ବାଲ୍ୟ ବିବାହ କରିଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା। ମାତ୍ର୨୫ ବର୍ଷ ବୟସରେ ତାଙ୍କ ସ୍ୱାମୀ ଆରପାରିକୁ ଚାଲିଗଲେ। ସ୍ୱାମୀ ଚାଲିଯିବା ପରେ ସେ ଏକରକମ ବେସାହାର ହୋଇପଡିଥିଲେ। ଆର୍ଥିକ ସ୍ଥିତି ମଧ୍ୟ ଏତେ ଭଲ ନ ଥିଲା। ଛୋଟ ଛୋଟ ପିଲାମାନଙ୍କୁ ପୋଷିବା ପାଇଁ ସେ ଅନେକ ସଂଘର୍ଷ କଲେ। ପ୍ରଥମେ ଅଣ୍ଡା ଓ ବ୍ରେଡ୍‌ ବିକ୍ରିକରି ପଇସା ରୋଜଗାର କରୁଥିଲେ। ଧିରେ ଧିରେ ଆର୍ଥିକ ସ୍ଥିତି ସୁଧୁରିଲା। ଆରମ୍ଭ ହେଲା ଏକ ରେଷ୍ଟୁରାଣ୍ଟ । ସେଥିରୁ ଯେଉଁ ପଇସା ମିଳିଲା ସେଥିରେ ଗାଁରେ ଜମି କିଣି ଘର କଲେ ଓ ତାଙ୍କ ପିଲାଙ୍କର ବିବାହ କଲେ।

ପିଲାମାନଙ୍କର ବିବାହ ପରେ କୋମଲା ପୁଣି ଏକଲା ହୋଇଯାଇଥିଲେ। ଯେ ଯାହା ସଂସାରରେ ବ୍ୟସ୍ତ ହୋଇଯିବା ପରେ ଜଣକ ପରେ ଜଣେ ତାଙ୍କୁ ଛାଡି ଚାଲିଗଲେ। ସ୍ୱାମୀଙ୍କ ପରେ ପିଲାମାନେ। ଏବେ ପୁଣି ସେଇ ନିଃସଙ୍ଗତା ତାଙ୍କୁ କାମୁଡି ଗୋଡାଇଲା। ସେ ଭାଙ୍ଗି ପଡିଲେ।

ଏହି ସମୟରେ ତାଙ୍କ ରେଷ୍ଟୁରାଣ୍ଟକୁ ଆସୁଥିବା ଜଣେ ଶ୍ରମିକଙ୍କ ପ୍ରତି ଆକର୍ଷିତ ହୁଅନ୍ତି କୋମଲା। ଖୁବ୍‌ ନମ୍ର ଓ ଶାନ୍ତ ସ୍ୱଭାବର ଉକ୍ତ ବ୍ୟକ୍ତି ଜଣକ କୋମଳାଙ୍କୁ ସବୁ କାମରେ ସହାୟତା କରନ୍ତି। ରେଷ୍ଟୁରାଣ୍ଟରେ ବାସନ ମାଜିବାଠୁ ଆରମ୍ଭ କରି ଝାଡୁ କରିବା ପର୍ଯ୍ୟନ୍ତ ସେ କୋମଲାଙ୍କୁ ସବୁ କାର୍ଯ୍ୟରେ ସାହାର୍ଯ୍ୟ କରୁଥିଲେ। ଏତିକି ବେଳେ ଦୁହେଁ ଦୁହିଁଙ୍କୁ ମନଦେଇ ବସନ୍ତି। ଶେଷରେ ଦିନେ ସେ କୋମଲାଙ୍କୁ ନିଜ ମନ କଥା କହିଲେ।  ସେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ବୋଲି ଜଣାଇଲେ। କୋମଲା ମଧ୍ୟ ଠିକ୍‌ ଏଇଟା ହିଁ ଚାହୁଁଥିଲେ। କିନ୍ତୁ ଲୋକ ଲଜ୍ୟାକୁ ଡରି ସେ କିଛି ଉତ୍ତର ଦେଇ ପାରୁ ନ ଥିଲେ। ହେଲେ କୋମୋଲାଙ୍କ ପ୍ରେମ ସମ୍ପର୍କ ବିଷୟରେ ତାଙ୍କ ପିଲାମାନେ ଜାଣିବାରୁ ସେ ଉକ୍ତ ଶ୍ରମିକଙ୍କୁ ପିଟିବା ଆରମ୍ଭ କଲେ। ଦୁହେଁ ଅଲଗା ହୋଇଗଲେ।

ଏହା ପରେ କୋମୋଲା ପୁଣି ଥରେ ଏକା ପଡିଗଲେ। ଏମିତି ଲାଗୁଥିଲା ଯେମିତି ଦୁନିଆରେ ଏମିତି କେହି ନାହିଁ ଯେ ତାଙ୍କୁ ସତରେ ବୁଝୁଥିବ। କିନ୍ତୁ କଥାରେ ଅଛି ଯଦି ପ୍ରକୃତରେ ତୁମେ କାହାକୁ ଭଲ ପାଉଥିବ, ତେବେ ଦୁନିଆର କୌଣସି ଶକ୍ତି ତୁମକୁ ଅଲଗା କରିପାରିବ ନାହିଁ। ଏଠି ସେମିତି ହିଁ କିଛି ହେଲା। ପ୍ରେମିକ ଜଣକ ପୁଣି ତାଙ୍କ ପାଖକୁ ଫେରିଲେ। ପୁଣି ଦେଲେ ବିବାହ ପ୍ରସ୍ତାବ। ଏଥର କୋମୋଲା ତାଙ୍କୁ ମନା କରିପାରିଲେ ନାହିଁ। ଦୁହେଁ ବିବାହ କରିନେଲେ। ଏବେ ଗତ ୫ବର୍ଷ ହେବ ଦୁହେଁ ବଡ ଖୁସିରେ ଅଛନ୍ତି।

Related story