ଆଇନ୍‌କୁ ଆଖିଠାର: ବୋର୍ଡ଼ ଲାଗିଛି ଜଳଖିଆ ଦୋକାନ, ପଛରେ ଗଡ଼ୁଛି ମଦ ବୋତଲ

ବାଲେଶ୍ୱର: ଜାତୀୟ ରାଜପଥ କଡ଼ରେ ଖୋଲିଛି ଜଳଖିଆ ଦୋକାନ। ଦୋକାନ ପଛରେ ଖୁଲମ୍‌ଖୁଲା ଚାଲିଛି ମଦ କାରବାର। ଏପରି ଢ଼ଙ୍ଗରେ ୫ ନମ୍ୱର ଜାତୀୟ ରାଜପଥରେ ବେପାର କରୁଛନ୍ତି ମଦ ମାଫିଆ। ବାଲେଶ୍ୱର ଜିଲ୍ଲାରେ ରାସ୍ତାକଡ଼ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ହେଲେ ଏଥିପ୍ରତି ପ୍ରଶାସନର ତିଳେ ମାତ୍ର ନଜର ନାହିଁ। ରାଜପଥଠାରୁ ୫୦୦ ମିଟର ଦୂରରେ ମଦ ଦୋକାନ ରହିବ ନାହିଁ। ସୁପ୍ରିମକୋର୍ଟ ଏହି […]

wine shop

Rakesh Mallick
  • Published: Friday, 11 August 2017
  • , Updated: 11 August 2017, 07:06 PM IST

ବାଲେଶ୍ୱର: ଜାତୀୟ ରାଜପଥ କଡ଼ରେ ଖୋଲିଛି ଜଳଖିଆ ଦୋକାନ। ଦୋକାନ ପଛରେ ଖୁଲମ୍‌ଖୁଲା ଚାଲିଛି ମଦ କାରବାର। ଏପରି ଢ଼ଙ୍ଗରେ ୫ ନମ୍ୱର ଜାତୀୟ ରାଜପଥରେ ବେପାର କରୁଛନ୍ତି ମଦ ମାଫିଆ। ବାଲେଶ୍ୱର ଜିଲ୍ଲାରେ ରାସ୍ତାକଡ଼ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ହେଲେ ଏଥିପ୍ରତି ପ୍ରଶାସନର ତିଳେ ମାତ୍ର ନଜର ନାହିଁ।

ରାଜପଥଠାରୁ ୫୦୦ ମିଟର ଦୂରରେ ମଦ ଦୋକାନ ରହିବ ନାହିଁ। ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ କଡାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଗୁଡ଼ିକ ବନ୍ଦ ହୋଇଯାଇଥିଲା। ମାତ୍ର ମଦ ମାଫିଆମାନେ ୫ ନମ୍ୱର ଜାତୀୟ ରାଜପଥରେ ନୂଆ ଉପାୟରେ ସେମାନଙ୍କ କାରବାର ଚଳାଇଛନ୍ତି।

ରାଜପଥର ରାସ୍ତା କଡ଼ରେ ଖୋଲିଛି ଜଳଖିଆ ଦୋକାନ। ଦୋକାନ ପଛରେ ଖୋଲିଛନ୍ତି ମଦ ଦୋକାନ। ଏଠାରେ ବିଭିନ୍ନ ବ୍ରାଣ୍ଡର ମଦ ସହ ଅଣ୍ଡା ଭୁଜିଆ, ସାଲାଡ୍ ଓ ବିଭିନ୍ନ ମକ୍ସଚର ଭଳି ଚାଖଣା ମଧ୍ୟ ମିଳୁଛି। ମଦ୍ୟପମାନେ ନିର୍ଭୟରେ ଦୋକାନ ପଛକୁ ଯାଇ ମଦପାନ କରି ଚାଲିଯାଉଛନ୍ତି। ଜାତୀୟ ରାଜପଥରେ ପାର୍ଶ୍ୱରେ ଏପରି ଘଟୁଥିଲେ ମଧ୍ୟ ପୋଲିସ ପ୍ରଶାସନର ତିଳେ ମାତ୍ର ନଜର ପଡ଼ୁନାହିଁ। ପୋଲିସର ନିରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବାଲେଶ୍ୱର ଜିଲ୍ଲାରେ ଜାତୀୟ ରାଜପଥ କଡ଼ରୁ ପ୍ରାୟ ୨୦ଟି ମଦ ଦୋକାନ ବନ୍ଦ ହୋଇଛି। ଫଳରେ ଜିଲ୍ଲାରୁ ଅବକାରୀ ରାଜସ୍ୱ ଆଦାୟ କମିଛି। ଗତବର୍ଷ ଏପ୍ରିଲ ପହିଲାରୁ ଜୁଲାଇ ମଧ୍ୟରେ ଅବକାରୀ ଟିକସ ବାବଦକୁ ଆଦାୟ ହୋଇଥିଲା ୩ କୋଟି ୮୪ ଲକ୍ଷ ୩୬ ହଜାର ଟଙ୍କା। ଚଳିତ ବର୍ଷ ଏହା ୩ କୋଟି ୮ ଲକ୍ଷ ୭୯ ହଜାରକୁ ଖସି ଆସିଛି।

Related story