ଥମୁନି ଜନନୀ ଯନ୍ତ୍ରଣା: ୩ କିଲୋମିଟର ଝୁଡ଼ିରେ ବୁହା ହେଲେ ପ୍ରସୂତୀ

କେନ୍ଦୁଝର: ପୁଣି ଫେଲ୍‌ ମାରିଲା ଜନନୀ ସୁରକ୍ଷା ଯୋଜନା। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଶେଷରେ ଝୁଡ଼ିରେ ବୁହା ହେଲେ ଗର୍ଭବତୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ର ଲୁହାଜଳା ଗାଁରେ।  ଗାଁର ଭାଲିଆଡ଼ିହି ସାହିର ପୂର୍ଣ୍ଣମୀ ଡାଙ୍ଗୁଆଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଫୋନ୍‌ କରି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡାକିଥିଲେ। ଗାଁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା।  ପୂର୍ଣ୍ଣମୀଙ୍କ ପରିବାର ଲୋକେ […]

Rakesh Mallick
  • Published: Monday, 23 October 2017
  • , Updated: 23 October 2017, 08:39 AM IST

କେନ୍ଦୁଝର: ପୁଣି ଫେଲ୍‌ ମାରିଲା ଜନନୀ ସୁରକ୍ଷା ଯୋଜନା। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଶେଷରେ ଝୁଡ଼ିରେ ବୁହା ହେଲେ ଗର୍ଭବତୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ର ଲୁହାଜଳା ଗାଁରେ।  ଗାଁର ଭାଲିଆଡ଼ିହି ସାହିର ପୂର୍ଣ୍ଣମୀ ଡାଙ୍ଗୁଆଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଫୋନ୍‌ କରି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡାକିଥିଲେ। ଗାଁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା।  ପୂର୍ଣ୍ଣମୀଙ୍କ ପରିବାର ଲୋକେ ଏକ ଝୁଡିରେ ଭାର କରି ୩ କିଲୋମିଟର ମରସୁଆଁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ପ୍ରସୂତିଙ୍କୁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ବଂଶପାଳ ଡାକ୍ତରଖାନାକୁ ନିଆଯାଇଥିଲା।

Related story