- Videos
- Odisha
- ପୁଣି ସ୍ୱାସ୍ଥ୍ୟସେବା ଫେଲ୍: ମେଡିକାଲ ଗେଟ୍ ଆଗରେ ପିଲା ଜନ୍ମ କଲେ ମହିଳା
ପୁଣି ସ୍ୱାସ୍ଥ୍ୟସେବା ଫେଲ୍: ମେଡିକାଲ ଗେଟ୍ ଆଗରେ ପିଲା ଜନ୍ମ କଲେ ମହିଳା
- Published: Wednesday, 12 July 2017
- , Updated: 12 July 2017, 10:11 AM IST
<p>ଭଞ୍ଜନଗର: ସରକାର ଲୋକଙ୍କ ପାଇଁ ଏତେ ଯୋଜନା କରୁଛନ୍ତି। କିନ୍ତୁ ତାହା ଫେଲ ମାରୁଛି। ଏହା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ସରକାରଙ୍କ ଏତେ ଯୋଜନା ସତ୍ତ୍ୱେ ଜନନୀ ଏଠି ଅସୁରକ୍ଷିତ। ମେଡ଼ିକାଲ କର୍ତ୍ତୃପକ୍ଷ ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ପ୍ରସୂତିଙ୍କୁ ହିନସ୍ତା ହେବାକୁ ପଡ଼ିଛି। ଏଥର ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଭଂଜନଗରର ତିଲୁଡି ପଞ୍ଚାୟତ ଅସନାପଲ୍ଲୀ ଗାଁରୁ।</p>
<p>ଗାଁର ବାସୁମତି ନାୟକ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶାଦିଦିଙ୍କ ସହାୟତାରେ ଭଂଜନଗର ମେଡ଼ିକାଲକୁ ଯାଇଥିଲେ। ସେଠାରେ ଡାକ୍ତର ପ୍ରସବ ଜଟିଳ ଥିବା ଦର୍ଶାଇ ତାଙ୍କୁ ବ୍ରହ୍ମପୁରକୁ ରେଫର କରିଥିଲେ। ପରେ ପରିବାର ଲୋକେ ଆମ୍ବୁଲାନସକୁ ବାରମ୍ବାର ଫୋନ୍ କରି ଡକାଇଥିଲେ, କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା। ଶେଷରେ ଭଂଜନଗର ମେଡ଼ିକାଲ ଗେଟ୍ ନିକଟ ଚଟାଣରେ ହିଁ ବାସୁମତି ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଉଭୟଙ୍କୁ ଭଂଜନଗରରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମା’ ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି।</p>