ଲୋମ ଟାଙ୍କୁରା ଘଟଣା: ମହିଳାଙ୍କୁ ପିଟି ପିଟି ଦରମଲା କଲେ, ନ ମରିବାରୁ ବିଷ ପେଇଦେଲେ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ସଭ୍ୟ ସମାଜ ପାଇଁ ଲଜ୍ଜା। ଧୀରେ ଧୀରେ ମଣିଷ ଭିତରୁ ଉଭେଇ ଯାଉଛି ମଣିଷପଣିଆ। କିଛି ଲୋକ ଜଣେ ମହିଳାଙ୍କୁ ଉଲଗ୍ନ କରି ଅତି ନିର୍ଦ୍ଦୟ ଭାବେ ପିଟିଲେ। ତା ପରେ ତାଙ୍କୁ ବିଷ ପେଇ ହତ୍ୟା କରିଛନ୍ତି। ଏପରି ଲୋକଟାଙ୍କୁରା ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ୱୁ ଫାଣ୍ଡି ଅଞ୍ଚଳରେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଘଟଣାଟି ଗତ ବୁଧବାର ଦିନର। ଗାଁର କିଛି ଲୋକ […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 09:31 PM IST

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ସଭ୍ୟ ସମାଜ ପାଇଁ ଲଜ୍ଜା। ଧୀରେ ଧୀରେ ମଣିଷ ଭିତରୁ ଉଭେଇ ଯାଉଛି ମଣିଷପଣିଆ। କିଛି ଲୋକ ଜଣେ ମହିଳାଙ୍କୁ ଉଲଗ୍ନ କରି ଅତି ନିର୍ଦ୍ଦୟ ଭାବେ ପିଟିଲେ। ତା ପରେ ତାଙ୍କୁ ବିଷ ପେଇ ହତ୍ୟା କରିଛନ୍ତି। ଏପରି ଲୋକଟାଙ୍କୁରା ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ୱୁ ଫାଣ୍ଡି ଅଞ୍ଚଳରେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଘଟଣାଟି ଗତ ବୁଧବାର ଦିନର। ଗାଁର କିଛି ଲୋକ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ। ପରେ ପାଣିରେ ମଧ୍ୟ ବୁଡାଇ ମାରିବାକୁ ଚେଷ୍ଟା କରିଥିଲେ। ତେବେ ସେଥିରେ ବିଫଳ ହେବା ପରେ ସମ୍ପୃକ୍ତ ମହିଳାଙ୍କୁ ବିଷ ପିଆଇ ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ସଂପର୍କରେ ପରିବାର ଲୋକେ ଜାଣି ପାରି ମହିଳାଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ତେବେ ସନ୍ଧ୍ୟା ସମୟରେ ଏକ ବିଲରୁ ବିଷ ପିଇଥିବା ଅବସ୍ଥା ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ରାମନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଜମ୍ବୁ ଫାଣ୍ଡିରେ ମୃତ ମହିଳାଙ୍କ ପୁଅ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଘଟଣାର ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନି।

ମେରାଇନ୍‌ ଥାନା ଆଇଆଇସି ପ୍ରଦ୍ୟୁମ୍ନ ନାୟକ କହିଛନ୍ତି- “ଘଟଣା ଘଟିବାର ୨୪ ଘଣ୍ଟା ପରେ ଥାନାରେ ଅଭିଯୋଗ ହୋଇଥିଲା। ଯାହାଦ୍ୱାରା ଅଭିଯୁକ୍ତମାନେ ଘଟଣା ଘଟାଇ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।”

Related story