ମହିଳା ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଳକ୍‌ର ଗୋଜଡ଼ିହା ଗାଁର ଜଣେ ମହିଳା ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସରସ୍ୱତୀ ପାତ୍ର। ଗତକାଲି ରାତିରେ ସେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସରସ୍ୱତୀ ୩୦ ହଜାର ଟଙ୍କା ଉଧାର କରି ନିଜର ଅଢ଼େଇ ମାଣ ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ବାରମ୍ବାର ପୋକ ଲାଗି ତାଙ୍କ ପାଚିଲା […]

farmer

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 11:05 AM IST

ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଳକ୍‌ର ଗୋଜଡ଼ିହା ଗାଁର ଜଣେ ମହିଳା ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସରସ୍ୱତୀ ପାତ୍ର। ଗତକାଲି ରାତିରେ ସେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସରସ୍ୱତୀ ୩୦ ହଜାର ଟଙ୍କା ଉଧାର କରି ନିଜର ଅଢ଼େଇ ମାଣ ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ବାରମ୍ବାର ପୋକ ଲାଗି ତାଙ୍କ ପାଚିଲା ଧାନ ନଷ୍ଟ ହୋଇଯାଉଥିବାରୁ ସେ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବୁଧବାର ବରଗଡ଼ର କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ତାଙ୍କ ଫସଲରେ ଚକଡ଼ା ପୋକ ଲାଗିଯାଇଥିଲା। ମଙ୍ଗଳବାର ସେ ନିଜର ପ୍ରାୟ ଅଧା ଏକର ଫସଲରେ ନିଆଁ ଲଗାଇ ଦେବାପରେ ତା’ପର ଦିନ ଆତ୍ମହତ୍ୟା କରିଥିଲେ।

Related story