ପାଗଳ କରୁଛି ‘ଜୁଲି ଜୁଲି’ରେ ବୃଦ୍ଧାଙ୍କ ନାଚ: ଦେଖନ୍ତୁ ଭିଡିଓ

୯୦ଦଶକର ଗୀତ ‘ଜୁଲି ଜୁଲି’ରେ ଆପଣ ମିଥୁନ୍‌ ଚକ୍ରବତୀଙ୍କ ନାଚ ତ ଦେଖିଥିବେ। ଏବେ ସେହି ଗୀତରେ ଜଣେ ବୃଦ୍ଧାଙ୍କ ନାଚ ମିଥୁନ୍‌ଙ୍କୁ ମାତ୍‌ ଦେଇଛି। ସୋସିଆଲ୍‌ ମିଡିଆରେ ଏହି ନାଚର ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବାର କାରଣ ପାଲଟିଛି ବୃଦ୍ଧାଙ୍କ ଚମତ୍କାର ନୃତ୍ୟ। ଫିଲ୍ମ ‘ଜିତେ ହୈ ସାନ୍‌ ସେ’ର ଚର୍ଚ୍ଚିତ ଗୀତ ‘ଜୁଲି ଜୁଲି’ରେ ସେ ନାଚୁଛନ୍ତି। ତାଙ୍କ ନାଚିବାର ଅନ୍ଦାଜ୍ ଖୁବ୍‌ ନିଆରା। ପୁରା ଏନର୍ଜେଟିକ୍‌ ହୋଇ ସେ ନାଚୁଛନ୍ତି। ତାଙ୍କ ସହ ଭିଡିଓରେ ଆଉ ଦୁଇଟି ପିଲା ମଧ୍ୟ ନାଚୁଛନ୍ତି। କିନ୍ତୁ ସମସ୍ତଙ୍କୁ ଠାରୁ ବୃଦ୍ଧାଜଣଙ୍କ ବେଶ୍ କମାଲ ଦେଖାଉଛନ୍ତି। ଗୀତଟିକୁ ଗାଇବା ସହ ସେ ନାଚୁଛନ୍ତି।

ଭିଡିଓଟି କେଉଁଠିକାର କିଛି ସ୍ପଷ୍ଟ ଭାବେ ଜଣାପଡିନି। କିନ୍ତୁ ଲୋକଙ୍କୁ ବୃଦ୍ଧାଙ୍କ ନାଚ ଖୁବ୍‌ ପସନ୍ଦ ଆସୁଛି। ଫେସ୍‌ବୁକରେ ଏହି ନାଚର ଭିଡିଓଟିକୁ ବହୁଳ ମାତ୍ରାରେ ସେୟାର କରୁଥିବାର ଦେଖିବାକୁ ମିଳିଛି।