ମଦ ପାଇଁ ମରାମରି: ଭାଟି ଭାଙ୍ଗିଲେ, ପୋଲିସ୍କୁ ଟେକାପଥର ଫିଙ୍ଗିଲେ
ବାରିପଦା(ଓଡ଼ିଶା ରିପୋର୍ଟର): ମଦ ବିରୋଧରେ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ସକାଳେ ମହିଳାମାନେ ଭାଙ୍ଗୁ ଥିଲେ। ଏହାକୁ ପୋଲିସ ବିରୋଧ କରିବାରୁ ଖଣ୍ଡଯୁଦ୍ଧ ହୋଇଥିଲା। ଫଳରେ ଏସ୍ଡିପିଓଙ୍କ ସମେତ ୮ ଜଣ ଆହତ ହୋଇଥିଲେ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ମୂଷାମାରି ଗାଁର ମଦଭାଟି ଉଚ୍ଛେଦ ଦାବିରେ ଆଜି ଶତାଧିକ ମହିଳା ମଦଭାଟି ପରିସରରେ ଭଙ୍ଗାରୁଜା କରିଥିଲେ। ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଉତ୍ତ୍ୟକ୍ତ ମହିଳାମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ। ଫଳରେ ଏସ୍ଡିପିଓଙ୍କ ସମେତ ୫ ପୋଲିସ୍ କର୍ମଚାରୀ ଆହତ ହୋଇଥିଲେ। ଏପରିକି ୩ ମହିଳା ଆହତ ମଧ୍ୟ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ମଦ ପାଇଁ ମରାମରି: ଭାଟି ଭାଙ୍ଗିଲେ, ପୋଲିସ୍କୁ ଟେକାପଥର ଫିଙ୍ଗିଲେ #Odisha #Baripada pic.twitter.com/yXlCDGjv0Z
— Odisha Reporter (@OdishaReporter) October 23, 2017
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।