ଭୁବନେଶ୍ୱର: ପୃଥିବୀ ବିଷୟରେ ଯେତେ କହିଲେ ବି କମ୍ ହେବ। ଏଠାରେ ଏମିତି ବିଚିତ୍ର ସ୍ଥାନ ରହିଛି ଯାହାକୁ ଆଖିରେ ଦେଖିଲେ ବି ବିଶ୍ୱାସ କରିହେବ ନାହିଁ। ଏହିପରି ଏକ ସ୍ଥାନ ବିଷୟରେ ଆମେ କହିବାକୁ ଯାଉଛି, ଯେଉଁଠି ଦୁଇଟି ମହାସାଗରର ମିଳନ ଘଟିଛି। ହେଲେ ଆପଣ ଦେଖୁ ଦେଖୁ ଜାଣି ନେବେ କେଉଁ ମହାସାଗରର ସୀମା କେଉଁଠି। ଏବେ ଚିନ୍ତା କରୁଥିବେ, ଦୁଇଟି ମହସାଗରର ପାଣି ମିଶିବା ପରେ କେମିତି ଜାଣିବେ କାହାର ସୀମା କେଉଁଟା। କାରଣ ପାଣି ତ ପାଣି, ମିଶିବା ପରେ କେମିତି ଜଣାପଡ଼ିବ କାହାର ପାଣି କେଉଁଟା। ହେଲେ ଏହା ସମ୍ପୂର୍ଣ୍ଣ ସତ। ଦେଖିଲା ମାତ୍ରେ ଆପଣ ଜାଣିଯିବେ କେଉଁ ମହାସାଗରର ସୀମା କେଉଁଠି। ଆସନ୍ତୁ ପୃଥିବୀର ଏହି ବିଚିତ୍ର ସ୍ଥାନ ସମ୍ପର୍କରେ।
ଏହି ଦୁଇଟି ମହାସାଗର ଅଲାସ୍କାରେ ମିଶିଛନ୍ତି। ଏମାନଙ୍କ ମିଳନର ଦୃଶ୍ୟ ଅତ୍ୟନ୍ତ ମନୋରମ। କାରଣ ଦୁଇ ମହାସାଗରର ପାଣି ନ ମିଶି ସମ୍ପୂର୍ଣ୍ଣ ଅଲଗା ଦେଖାଯାଇଥାଏ। ଏହି ଅଞ୍ଚଳ ଦେଇ ଜାହାଜରେ ଯିବା ବେଳେ ଏହାକୁ ସ୍ପଷ୍ଟ ଦେଖି ହେବ। ସେହିପରି ଆକାଶମାର୍ଗରୁ ଏହାର ଦୃଶ୍ୟ ମନୋରମ।
ପ୍ରଶାନ୍ତ ମହାସାଗରର ପାଣି ଗ୍ଲେସିୟରରୁ ଆସିଥିବାରୁ ଏହା ହାଲକା ନୀଳ ହୋଇଥାଏ। ସେହିପରି ଭାରତ ମହାସାଗରର ପାଣି ବହୁତ ଲୁଣିଆ। ଏହି ପାଣିର ଘନତ୍ୱ ଅଲଗା ହୋଇଥିବାରୁ ପରସ୍ପର ସହ ମିଶି ପାରି ନଥାଏ। ଏହି କାରଣରୁ ଯେଉଁଠି ଦୁଇ ମହାସାଗରର ମିଳନ ହୋଇଛି, ସେଠାରେ ଏକ ସୀମାରେଖା ପରି ଦେଖିବାକୁ ମିଳିଥାଏ। ଏହାସହ ଭିନ୍ନ ଘନତ୍ୱ କାରଣରୁ ସୂର୍ଯ୍ୟକିରଣରେ ଲୁଣିଆ ଓ ମିଠା ପାଣିର ରଙ୍ଗ ଅଲଗା ଅଲଗା ସ୍ପଷ୍ଟ ଦିଶିଥାଏ।
ଏହାକୁ ନେଇ ବହୁତ ଲୋକ ଧର୍ମ ସହ ସମ୍ପର୍କ ଜୋଡିଥାନ୍ତି। ବୈଜ୍ଞାନିକଙ୍କ ମତକୁ ମାନିଲେ କେଉଁଠି ନା କେଉଁଠି ଏହା ପରସ୍ପର ସହ ସମ୍ପୂର୍ଣ୍ଣ ମିଶିଛନ୍ତି। କେବଳ ଉପରି ଭାଗରେ ଘନତ୍ୱ କାରଣରୁ ଅଲଗା ଅଲଗା ଦିଶିଥାଏ।