ମାତ୍ର ୯ ବର୍ଷ ବୟସରେ ହରିୟାଣାର ଝିଅ ଜାହ୍ମବୀଙ୍କୁ ‘Wonder girl of India’ର ଟାଇଟଲ୍ ମିଳିଥିଲା। ଏବେ ତାଙ୍କୁ ୧୪ବର୍ଷ ଏବଂ ସେ ବି.ଏ ଦ୍ୱିତୀୟ ବର୍ଷର ଛାତ୍ରୀ ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଯେତେବେଳେ କି ତାଙ୍କ ବୟସ ଅନୁସାରେ ସେ ୮ମ ଶ୍ରେଣୀରେ ପଢିବା କଥା । ଜାହ୍ନବୀଙ୍କ ସାଙ୍ଗ ସାଥୀମାନେ ଏବେ ୮ମ ଶ୍ରେଣୀରେ ପଢ଼ନ୍ତି।
ହରିୟାଣାର ମାଲପୁର ଗାଁର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଛନ୍ତି ଜାହ୍ନବୀ। ବାପା ଜଣେ ଶିକ୍ଷକ ଏ ମାଆ ଗୃହିଣୀ। ଜାହ୍ନବୀ ୮ଟି ବିଦେଶୀ ଭାଷା ଜାଣିଛନ୍ତି। ଫରାସୀ, ବେସିକ୍, ଜାପାନିଜ୍, ଇଂଲିଶ୍, ହିନ୍ଦୀ ଓ ହରିୟାଣା ଭାଷାରେ ଜାହ୍ନବୀ ସ୍ପଷ୍ଟ ଭାବେ କଥା ହୋଇପାରନ୍ତି।
ଆର୍ଥିକ ସ୍ତରରେ ଜାହ୍ନବୀଙ୍କ ପରିବାର ଏତେ ଦୃଢ଼ ନଥିଲେ। ପ୍ରଥମେ ତାଙ୍କ ବାପା ଏକ ପ୍ରାଇଭେଟ୍ ସ୍କୁଲ୍ରେ ପାଠ ପଢ଼ାଉଥିଲେ। ଜାହ୍ନବୀଙ୍କ ଜନ୍ମ ହେବାପରେ ସେ ଏକ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଆଜି ବି ସେ ସ୍କୁଲ୍କୁ ସାଇକେଲ୍ ଚଲାଇ ଯାଆନ୍ତି।
ଜାହ୍ନବୀଙ୍କ ବାପା କହନ୍ତି- "ଯେତେବେଳେ ମୋ ସ୍ତ୍ରୀ ଗର୍ଭବତୀ ଥିଲେ, ଅନ୍ୟ ପରିବାର ପରି ମୋ ଘରଲୋକେ ମଧ୍ୟ ଗୋଟେ ପୁଅ ହେଉ ବୋଲି ଆଶା ରଖିଥିଲେ। ଯେତେବେଳେ ଜାହ୍ନବୀ ଜନ୍ମ ନେଲା କେହି ଏତେଟା ଖୁସି ହେଲେନାହିଁ। କିନ୍ତୁ ମୁଁ ସବୁବେଳେ ମୋ ଝିଅକୁ ମୋର ଗର୍ବ ଓ ଗୌରବ ଭାବି ଆସିଛି। ଝିଅମାନେ ପୁଅ ମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍ ବୋଲି ମୁଁ ଭାବେନି।"
ସେ ଆହୁରି ମଧ୍ୟ କହିଛନ୍ତି- "ଆମେ ଏକ ତଳିଆ ଅଞ୍ଚଳରେ ରହୁଛୁ। ମୁଁ କିମ୍ବା ମୋ ସ୍ତ୍ରୀ କେହି ଇଂଲିଶ୍ରେ କଥା ହେବା ଜାଣିନୁ। ଜାହ୍ନବୀର ସ୍କୁଲକୁ ଗଲେ ସେଠାରେ ସ୍କୁଲ କର୍ତ୍ତୃପକ୍ଷ ଆମ ସହ ହରିୟାଣ୍ଭି ଭାଷାରେ କଥା ହୁଅନ୍ତି। କାରଣ ଆମେ ଇଂଲିଶ୍ ବୁଝିପାରୁନୁ। ତଥାପି ମୁଁ ଜାହ୍ନବୀକୁ ପଢିବାର ସାହାଯ୍ୟ କରେ। ମୋର ମନେ ଅଛି ସେ ଯେବେ ପ୍ରଥମ ଥର ଲାଲ୍କିଲ୍ଲାରେ ଇଂଲିଶ୍ରେ ବିଦେଶୀ ପର୍ଯ୍ୟଟକଙ୍କ ସହ କଥା ହୋଇଥିଲା। ସେଦିନ ଜାହ୍ନବୀଙ୍କୁ ଦେଖି ମୁଁ ଗର୍ବ ଅନୁଭବ କରିଥିଲି।"
ବ୍ରିଜ୍ମୋହନ ଜାହ୍ନବୀଙ୍କୁ ଇଂଲିଶ୍ ନ୍ୟୁଜ୍ ବୁଲେଟିନ୍ର ଭିଡିଓ ଡାଉନ୍ଲୋଡ କରି ଦେଉଥିଲେ। ଯାହାକୁ ଦେଖିବା ପରେ ଜାହ୍ନବୀ ଅବିକଳ ସେମିତି କଥା ହେଉଥିଲେ। ଆଜି ଜାହ୍ନବୀ ବିଭିନ୍ନ ପ୍ରକାରର ଭାଷା ଯେପରିକି ଇଂଲିଶ୍, ଆମେରିକାନ, ପୋସ୍, ସ୍କଟିଶ୍, ଅଷ୍ଟ୍ରେଲିଆନ୍ ଇଂରାଜୀ ଭାଷାରେ ଭାଷଣ ଦେଉଛନ୍ତି। ଏବେ ସେ ଜଣେ ପ୍ରରଣାବକ୍ତା ଭାବେ ଆଇଏସ୍ ଅଫିସରଙ୍କୁ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭାଷଣ ଦେଉଛନ୍ତି। ଭାରତର ୮ଟି ଦେଶରେ ସେ ତାଙ୍କ ଭାଷଣ ମାଧ୍ୟମରେ ଲୋକଙ୍କୁ ପ୍ରେରିତ କରିଛନ୍ତି।
ଭବିଷ୍ୟତରେ ସେ ସାମ୍ବାଦିକତାରେ ଡିଗ୍ରୀ ହାସଲ କରି BBCର ଜଣେ ସମାଚାର ପାଠକ(News anchor) ହେବାକୁ ଚାହୁଁଛନ୍ତି।