ନାଇଟ୍ ସିଫ୍ଟ କରୁଥିବା ମହିଳାଙ୍କୁ ହୋଇପାରେ କ୍ୟାନସର୍!

ଆଜିକାଲିର ମହିଳାମାନେ ପୁରୁଷମାନଙ୍କ ସହ ତାଳ ଦେଇ ଚାଲୁଛନ୍ତି। ସବୁ କାମରେ ପୁରୁଷଙ୍କୁ ଟକ୍କର ଦେଉଛନ୍ତି। ଏପରିକି ଅଫିସରେ ନାଇଟ୍ ସିଫ୍ଟ କରିବାକୁ ବି ପଛଉ ନାହାଁନ୍ତି। ହେଲେ ଆପଣ ଜାଣନ୍ତି କି ଲଗାତାର ଭାବେ ନାଇଟ ସିଫ୍ଟରେ କାମ କରିବା ଆପଣଙ୍କ ପାଇଁ କେତେ ଭୟାନକ ହୋଇପାରେ?  ଏଥିପାଇଁ ଆପଣଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡ଼ିପାରେ। କ’ଣ କହୁଛି ରିସର୍ଚ୍ଚ: ରିସର୍ଚ୍ଚ ଅନୁଯାୟୀ, ନିୟମିତ ସିଫ୍ଟ ଜଗାରେ ଅନିୟମିତ ସମୟରେ ଲଗାତାର ଭାବେ କାମ କରିବା […]

Mature Business Woman Working Late

Mature Business Woman Working Late

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 07:03 PM IST

Sports

Latest News

ଆଜିକାଲିର ମହିଳାମାନେ ପୁରୁଷମାନଙ୍କ ସହ ତାଳ ଦେଇ ଚାଲୁଛନ୍ତି। ସବୁ କାମରେ ପୁରୁଷଙ୍କୁ ଟକ୍କର ଦେଉଛନ୍ତି। ଏପରିକି ଅଫିସରେ ନାଇଟ୍ ସିଫ୍ଟ କରିବାକୁ ବି ପଛଉ ନାହାଁନ୍ତି। ହେଲେ ଆପଣ ଜାଣନ୍ତି କି ଲଗାତାର ଭାବେ ନାଇଟ ସିଫ୍ଟରେ କାମ କରିବା ଆପଣଙ୍କ ପାଇଁ କେତେ ଭୟାନକ ହୋଇପାରେ?  ଏଥିପାଇଁ ଆପଣଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡ଼ିପାରେ।

କ’ଣ କହୁଛି ରିସର୍ଚ୍ଚ: ରିସର୍ଚ୍ଚ ଅନୁଯାୟୀ, ନିୟମିତ ସିଫ୍ଟ ଜଗାରେ ଅନିୟମିତ ସମୟରେ ଲଗାତାର ଭାବେ କାମ କରିବା ମହିଳାମାନଙ୍କ ପାଇଁ ବହୁତ କ୍ଷତିକାରକ। କାରଣ ନିଜର ନିତିଦିନ ସିଫ୍ଟ ବଦଳରେ ଲଗାତାର ଭାବେ ନାଇଟ୍ ସିଫ୍ଟ ପରି ଅଲଗା ସିଫ୍ଟରେ କାମ କରିବା ଦ୍ୱାରା ମହିଳାମାନଙ୍କ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ୧୯% ବଢ଼ିଯାଏ।

ହୋଇପାରେ ସ୍ତନ କର୍କଟ: ସବୁ ପ୍ରକାରର ସର୍ଭେ ଓ ଗବେଷଣା କରିବା ପରେ ଜଣାପଡ଼ିଲା ଯେ, ଲଗାତାର ଭବେ ନାଇଟ୍ ସିଫ୍ଟ କରିବା ଦ୍ୱାରା ମହିଳାମାନଙ୍କୁ ସ୍ତନ କର୍କଟ ହେବାର ଭୟ ଅଧିକ ରହିଥାଏ। ଚୀନ୍‌ର ସିଚୁଆନ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁଯାୟୀ, କର୍ମକ୍ଷେତ୍ରରେ ଯେଉଁ ମହିଳାମାନେ ନାଇଟ୍ ସିଫ୍ଟରେ କାମ କରନ୍ତି ସେମାନଙ୍କ କ୍ଷେତ୍ରରେ ଯେଉଁମାନେ ନାଇଟ୍ ସିଫ୍ଟ କରନ୍ତି ନାହିଁ, ସେମାନଙ୍କ ତୁଳନାରେ ୪୧ ପ୍ରତିଶତ ଅଧିକ ଚର୍ମ କର୍କଟ, ୩୨ ପ୍ରତିଶତ ଅଧିକ ସ୍ତନ କର୍କଟ ଓ ୧୮ ପ୍ରତିଶତ ଅଧିକ ଗେଷ୍ଟ୍ରୋଇଣ୍ଟେସ୍ଟାଇନଲ୍ କ୍ୟାନ୍‌ସର ହେବାର ଭୟ ରହିଥାଏ। ତେଣୁ ଯେତେ ସମ୍ଭବ ନାଇଟ ସିଫ୍ଟରେ କାମ ନ କରିବାକୁ ଚେଷ୍ଟା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos