ଏମାନେ ଅକ୍ଷମ ହୋଇବି ସକ୍ଷମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ଭଳି ଏମାନେ ବି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଦିବ୍ୟାଙ୍ଗ ସତ, କିନ୍ତୁ କୌଣସି ଗୁଣରେ ଏମାନେ କମ୍ ନୁହନ୍ତି। ଅନ୍ୟର ସାହାଯ୍ୟକୁ ଆଶା ନକରି ନିଜେ ହୋଇଛନ୍ତି ସ୍ୱାବଲମ୍ବୀ ଓ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ। ବିଶ୍ୱ ଭିନ୍ନକ୍ଷମ ଦିବସ ଉପଲକ୍ଷେ କେନ୍ଦୁଝର ଓ ସୋରର କିଛି ଦିବ୍ୟାଙ୍ଗ କାହାଣୀକୁ ନେଇ ଓଡ଼ିଶା ରିପୋର୍ଟର ବିଶେଷ ଉପସ୍ଥାପନା। କେନ୍ଦୁଝର ସଦର ହର୍ଷପୁରର ପୁରୁଷୋତ୍ତମ ନାଏକ। ୧୫ […]

World Disability Day

Rakesh Mallick
  • Published: Sunday, 03 December 2017
  • , Updated: 03 December 2017, 06:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ଭଳି ଏମାନେ ବି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଦିବ୍ୟାଙ୍ଗ ସତ, କିନ୍ତୁ କୌଣସି ଗୁଣରେ ଏମାନେ କମ୍ ନୁହନ୍ତି। ଅନ୍ୟର ସାହାଯ୍ୟକୁ ଆଶା ନକରି ନିଜେ ହୋଇଛନ୍ତି ସ୍ୱାବଲମ୍ବୀ ଓ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ। ବିଶ୍ୱ ଭିନ୍ନକ୍ଷମ ଦିବସ ଉପଲକ୍ଷେ କେନ୍ଦୁଝର ଓ ସୋରର କିଛି ଦିବ୍ୟାଙ୍ଗ କାହାଣୀକୁ ନେଇ ଓଡ଼ିଶା ରିପୋର୍ଟର ବିଶେଷ ଉପସ୍ଥାପନା।

କେନ୍ଦୁଝର ସଦର ହର୍ଷପୁରର ପୁରୁଷୋତ୍ତମ ନାଏକ। ୧୫ ବର୍ଷ ତଳେ ରେଳ ଦୁର୍ଘଟଣାରେ ବାମ ହାତ ହରାଇ ବି ପରିବାର ଚଳାଇବା ପାଇଁ ମୂଲ ଲାଗୁଛନ୍ତି ପୁରୁଷୋତ୍ତମ। ଅକ୍ଷମତାକୁ ପଛରେ ପକାଇ ତାଙ୍କର ଏହି ଆତ୍ମ ନିର୍ଭରଶୀଳ ହେବାର ପ୍ରଚେଷ୍ଟା ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ସେହିଭଳି ଆଉ ଜଣେ ହେଉଛନ୍ତି ସଦର ବ୍ଲକ୍ ନରସିଂହପୁର ଗାଁର ଭଗବାନ ମୁଣ୍ଡା। ଛୋଟବେଳେ ପୋଲିଓରେ ଆକ୍ରାନ୍ତ ହୋଇଥିବା ଭଗବାନ ଏବେ ନୂଆଗାଁ ଅଞ୍ଚଳରେ ଜଣେ ଜଣାଶୁଣା ସାଇକେଲ୍ ମେକାନିକ୍। ତାଙ୍କ ପାରିବା ପଣିଆ  ଆଗରେ ହାରି ଯାଇଛି ଶାରୀରିକ ଅକ୍ଷମତା।

ଆମେ ଭିନ୍ନ ସତ, କିନ୍ତୁ କାହାଠୁ କମ୍ ନୁହେଁ। ଏ କଥାକୁ ଜୀବନର ମନ୍ତ୍ର କରିଛନ୍ତି ବାଲେଶ୍ୱର ବାହାନଗା ବ୍ଲକ୍ କୁରୁଡା ଗାଁର ପ୍ରଭାତୀ ନାୟକ। ପୋଲିଓରେ ଆକ୍ରାନ୍ତ ପ୍ରଭାତୀ ଦୃଢ ମନୋବଳ ପାଇଁ ସ୍ଥାନୀୟ ଅଚଳରେ ଜଣେ ପ୍ରଶଂସାର ପାତ୍ରୀ ହୋଇପାରିଛନ୍ତି। ଗାଁ ଗାଁ ବୁଲି ପିଲାଙ୍କୁ ଟ୍ୟୁସିନ କରିବା ସହ ବଳକା ସମୟରେ ଘରେ ସିଲେଇ କାମ କରି ପରିବାର ଚଳାଇବାରେ ବାପାଙ୍କୁ ସହଯୋଗ କରୁଛନ୍ତି ପ୍ରଭାତୀ।

ସେହିପରି ନିଜର ଦୃଢ ଇଚ୍ଛାଶକ୍ତି ବଳରେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇଛନ୍ତି ଉଦଳାର ସନ୍ଦିପ୍ତା ପଣ୍ଡା। ମୟୁରଭଞ୍ଜ ଜିଲ୍ଲା ଉଦଳା ପ୍ରଫୁଲଚନ୍ଦ୍ରପୁର ଗାଁର ସନ୍ଦିପ୍ତା ଦିବ୍ୟାଙ୍ଗ ହେଲେ ବି ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ୧୩ ବର୍ଷ ବୟସରେ ଗଛରୁ ଖସିପଡି ତାଙ୍କର ଦୁଇଟି ଗୋଡ ସଂପୂର୍ଣ୍ଣ ଭାବେ ଅକ୍ଷମ ହୋଇଯାଇଛି। ଏହା ଭିତରେ ୧୯ ବର୍ଷ ବିତି ଯାଇଛି, କିନ୍ତୁ ଜୀବନ ଯୁଦ୍ଧରେ କେବେ ହାର୍ ମାନି ନାହାନ୍ତି ସନ୍ଦିପ୍ତା। ଦୁଇ ଗୋଡ ଅକାମୀ ହୋଇଯିବା ପରେ ବି ପାଠପଢାରୁ ଦୂରେଇ ଯାଇନାହାଁନ୍ତି ସନ୍ଦିପ୍ତା। ଘରେ ବସି ବସି ଯୁକ୍ତ ତିନି ପାସ୍ କରିଛନ୍ତି।

https://www.youtube.com/watch?v=-8gj7YekeAc

Related story