ଦୂରରେ ଥିଲେ  କମ୍ପ୍ୟୁଟର, ଲ୍ୟାପ୍‌ଟପ୍‌ ଅପରେଟ୍‌ ସମ୍ଭବ: ବାଟ ବତାଇବ ଏହି ସବୁ ଆପ୍‌

ଦୂରରୁ ଥାଇ ନିଜ କମ୍ପ୍ୟୁଟରକୁ କିମ୍ପା ଲ୍ୟାପଟପ୍‌କୁଇ  ଅପରେଟ୍ କରିବା କ’ଣ ସମ୍ଭବ ? ଆଜ୍ଞା ହଁ ଏପରି କରିବା ସମ୍ଭବ। ପାଖରେ କମ୍ପ୍ୟୁଟର କିମ୍ବା ଲ୍ୟାପ୍‌ଟପ୍‌ ନ ଥିଲେ ବି ଦୂରରେ ଥାଇ ଆପଣ ଏହାକୁ ଅପରେଟ୍ କରିପାରିବେ। ଏହା କିପରି କରିବେ ଆଜି ଆମେ ଆପଣଙ୍କୁ ବତାଇବୁ। କହିବୁ ୫ଟି ଟପ୍‌ ଆପ୍‌ ବିଷୟରେ।  ଯାହା ସାହାଯ୍ୟରେ ଆପଣ ଯେଉଁଠି ବି ଥାଆନ୍ତୁ ନା କାହିଁକି ନିଜ କମ୍ପ୍ୟୁଟରକୁ ସହଜରେ ଅପରେଟ୍ କରିପାରିବେ। PC […]

control-android-from-pc

Rakesh Mallick
  • Published: Sunday, 03 December 2017
  • , Updated: 03 December 2017, 09:26 PM IST

ଦୂରରୁ ଥାଇ ନିଜ କମ୍ପ୍ୟୁଟରକୁ କିମ୍ପା ଲ୍ୟାପଟପ୍‌କୁଇ  ଅପରେଟ୍ କରିବା କ'ଣ ସମ୍ଭବ ? ଆଜ୍ଞା ହଁ ଏପରି କରିବା ସମ୍ଭବ। ପାଖରେ କମ୍ପ୍ୟୁଟର କିମ୍ବା ଲ୍ୟାପ୍‌ଟପ୍‌ ନ ଥିଲେ ବି ଦୂରରେ ଥାଇ ଆପଣ ଏହାକୁ ଅପରେଟ୍ କରିପାରିବେ। ଏହା କିପରି କରିବେ ଆଜି ଆମେ ଆପଣଙ୍କୁ ବତାଇବୁ। କହିବୁ ୫ଟି ଟପ୍‌ ଆପ୍‌ ବିଷୟରେ।  ଯାହା ସାହାଯ୍ୟରେ ଆପଣ ଯେଉଁଠି ବି ଥାଆନ୍ତୁ ନା କାହିଁକି ନିଜ କମ୍ପ୍ୟୁଟରକୁ ସହଜରେ ଅପରେଟ୍ କରିପାରିବେ।

PC Remote: ଏହି ଆପ୍ ସାହାଯ୍ୟରେ ଆଣ୍ଡ୍ରଏଡ୍ ଫୋନ୍‌ରୁ Windows XP, 7, 8, 10 ଭର୍ଜନ ବିଶିଷ୍ଟ  କମ୍ପ୍ୟୁଟରକୁ ଅପରେଟ୍ କରିପାରିବେ। ଏଥିପାଇଁ କମନ୍ ବ୍ଲ୍ୟୁଟୁଥ୍ କିମ୍ବା ୱାଇଫାଇର ଆବଶ୍ୟକତା ପଡ଼ିବ। ଏଥିପାଇଁ ଏହି ଆପ୍‌କୁ ନିଜ ମୋବାଇଲ ଓ କମ୍ପ୍ୟୁଟରରେ ଇନଷ୍ଟଲ କରିବାକୁ ପଡ଼ିବ। ଦୁଇ ଆପ୍‌କୁ ଲିଙ୍କ୍ କରିବାମାତ୍ରେ ଏଥିରେ ଥିବା FTP ସର୍ଭର ଦ୍ୱାରା ମୋବାଇଲ୍ ସ୍କ୍ରିନ୍‌ରେ କମ୍ପ୍ୟୁଟର ଡିସ୍‌ପ୍ଲେ ଦେଖି ନିଜ କମ୍ପ୍ୟୁଟର କି-ବୋର୍ଡ, ମାଉସ୍‌କୁ ସମ୍ପୂର୍ଣ୍ଣ ଅପରେଟ୍ କରିପାରିବେ। ଏଥିସହିତ ଫାଇଲ ଟ୍ରାନ୍ସଫର କରିପାରିବେ। ପିସିରେ ଥିବା ଭିଡିଓ କିମ୍ବା ଫିଲ୍ମକୁ ମୋବାଇଲ୍‌ରେ ଦେଖିପାରିବେ। ଏଥିପାଇଁ ଅଧିକ ଡାଟା ଥିବା ଫିଲ୍ମକୁ ମୋବାଇଲ୍‌ରେ ଲୋଡ କରିବାକୁ ପଡ଼ିବ ନାହିଁ।

KiwiMote: ଆଣ୍ଡ୍ରଏଡ୍‌ ମୋବାଇଲ୍‌ର ପ୍ଲେ-ଷ୍ଟୋରରେ ଉପଲବ୍ଧ ଥିବା KiwiMote ଆପ୍ ୱାଇଫାଇ ସାହଯ୍ୟରେ ୱିଣ୍ଡୋଜ୍ କିମ୍ବା ଲାଇନେକ୍ସ କମ୍ପ୍ୟୁଟରକୁ ସମ୍ପୂର୍ଣ୍ଣ ଆକ୍ସେସ କରିବାର ସୁବିଧା ଦେଇଥାଏ। ଏଥିପାଇଁ ନିଜ କମ୍ପ୍ୟୁଟରରେ ଏହି ଆପର ସର୍ଭର ଭର୍ସନ୍ ଓ ମୋବାଇଲ୍‌ରେ ଆଣ୍ଡ୍ରଏଡ୍ ଭର୍ସନ୍ ଇନଷ୍ଟଲ କରିବାକୁ ପଡ଼ିବ। ଏଥିପାଇଁ କମ୍ପ୍ୟୁଟରରେ ଜାଭା ଅପ୍‌ଡେଟ୍ ଆବଶ୍ୟକ ହୋଇଥାଏ। କମ୍ପ୍ୟୁଟର ଡେକ୍ସଟପ୍‌ରେ ଦେଖାଯାଉଥିବା qr କୋଡ୍‌କୁ ଫୋନ୍‌ରେ ଥିବା ଆପ୍‌ରେ ସ୍କାନ୍ କରିବାକୁ ପଡ଼ିବ। ଏହାପରେ କମ୍ପ୍ୟୁଟରକୁ ସମ୍ପୂର୍ଣ୍ଣ ଭାବେ ଅପରେଟ୍ କରିପାରିବେ।

Chrome Remote Desktop: ଏଥିରେ ମଧ୍ୟ ଆପଣ ନିଜ କମ୍ପ୍ୟୁଟରକୁ ଅପରେଟ୍‌ କରିପାରିବେ। ଗୁଗ୍‌ଲ ଆକାଉଣ୍ଟ ବ୍ୟବାହାର କରି ଆପଣ ଏପିର କରିପାରିବେ। ଏଥିପାଇଁ ଆପଣଙ୍କୁ Chrome Remote Desktop ଆପ୍‌କୁ ଇନ୍‌ଷ୍ଟଲ୍ କରିବାକୁ ପଡ଼ିବ। କ୍ରୋମ ରିମୋଟ୍ ଡେକ୍ସଟପ୍‌ ଏକ୍ସେଟେସଂନ୍‌କୁ Chrome Browser ରେ ପ୍ଲଗ୍‌ଇନ୍‌ କରିବାକୁ ପଡ଼ିବ। ପରେ ଇଣ୍ଟରନେଟ୍ ମାଧ୍ୟମରେ ଯେକୌଣସି ଜାଗାରେ ଥାଇ ମଧ୍ୟ ନିଜ କମ୍ପ୍ୟୁଟରକୁ ଅପରେଟ୍ କରିପାରିବେ।

TeamViewer: ଏହି ଆପ୍‌ ମାଧ୍ୟମରେ Windows,  ଲାଇନେକ୍ସ୍, ଏବଂ Apple Mac କମ୍ପ୍ୟପୁଟରକୁ ଅପରେଟ୍ କରିପାରିବେ। ଏଥିପାଇଁ ୱାଇଫାଇଁ କିମ୍ବା ଇଣ୍ଟରନେଟ୍ ସାହାଯ୍ୟରେ ଆପଣ ଏପରି କରିପାରିବେ। ଏଥିପାଇଁ TeamViewer ଆପକୁ ନିଜ ମୋବାଇଲ୍‌ରେ ଓ କମ୍ପ୍ୟୁଟରରେ ଇନ୍‌ଷ୍ଟଲ କରିବାକୁ ପଡ଼ିବ। ଏବାପରେ କମ୍ପ୍ୟୁଟରରେ ଭର୍ସନ ଦେଖାଯାଉଥିବା କୋଡ୍‌କୁ ମୋବାଇଲ୍‌ରେ ଏଣ୍ଟ୍ରି କରିବାକୁ ପଡ଼ିବ। ଏହାପରେ ଆପଣ ଏପରି କରିପାରିବେ। ଅନ୍ୟ ଆପ୍‌ ଆପେକ୍ଷା ଏହା ଅଧିକ ସୁରକ୍ଷିତ ହୋଇଥାଏ।

Unified Remote:  ବ୍ଲୁଟୁଥ୍‌ କିମ୍ବା ୱାଇଫାଇ ଦ୍ୱାରା Unified Remote ଆପ୍‌ରେ ମଧ୍ୟ କମ୍ପ୍ୟୁଟରକୁ ଦୂରରେ ଥାଇ ଅପରେଟ୍ କରିହେବ। କମ୍ପ୍ୟୁଟର ସ୍ଲିପିଂ ମୋଡ୍‌ରେ ଥିଲେ ବି ଫୋନ୍‌ ସାହାଯ୍ୟରେ ଏହାକୁ ଆକ୍ଚିଭ୍ କରିପାରିବେ। ଭଏସ୍ କମାଣ୍ଡ ଦେଇ ମଧ୍ୟ କମ୍ପ୍ୟୁଟର ପରିଚାଳନା କରିବାର ସୁବିଧା ଏହି ଆପ୍‌ରେ ରହିଛି।

Related story