ବ୍ଲୁହ୍ୱେଲ୍‌ ପଞ୍ଝାରେ ଯୁବକ!

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ଯୁବକ ବ୍ଲୁ ହ୍ୱେଲ୍‌ ପଞ୍ଝାରେ ପଡ଼ିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଗେମ୍‌ ଖେଳି ହାତ କାଟି ଦେଇଛି। ଏପରିକି ହାତରେ ମାଛ ଚିତ୍ର ଆଙ୍କିଛି। ପରିବାର ଲୋକେ ଜାଣିପାରି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ଯୁବକଙ୍କ ସ୍ୱାସ୍ଥ୍ୟ […]

Rakesh Mallick
  • Published: Saturday, 14 October 2017
  • , Updated: 14 October 2017, 06:19 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ଯୁବକ ବ୍ଲୁ ହ୍ୱେଲ୍‌ ପଞ୍ଝାରେ ପଡ଼ିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଗେମ୍‌ ଖେଳି ହାତ କାଟି ଦେଇଛି। ଏପରିକି ହାତରେ ମାଛ ଚିତ୍ର ଆଙ୍କିଛି। ପରିବାର ଲୋକେ ଜାଣିପାରି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।

ଆଜି ସକାଳେ କେନ୍ଦୁଝର ଜିଲ୍ଲା ‌ଆନନ୍ଦପୁର ଅଞ୍ଚଳର ଜଣେ ଯୁବକ ବ୍ଲୁ ହ୍ୱେଲ୍ ଗେମ୍‌ ଖେଳି ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ରାଜ୍ୟ ସରକାର ବ୍ଲୁ ହ୍ୱେଲ ଗେମ୍‌ ସମ୍ପର୍କରେ ସଚେତନତା କରୁଛନ୍ତି। ଏହା ସତ୍ତ୍ୱେ

ସେ କିଛି ଦିନ ହେଲା ବ୍ଲୁ ହ୍ୱେଲ୍ ଗେମ୍ ଖେଳୁଥିଲେ।  ୩ଟି ଷ୍ଟେଜ ଖେଳିବା ସାରିବା ପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି କୁହାଯାଇଛି।

Related story