ଫ୍ଲପ୍‌ ହେବ କି ‘2.0’ ?

ମୁମ୍ବାଇ: ୨୦୧୮ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ଗୁଡିକ ମଧ୍ୟରେ ଜୋରଦାର କମ୍ପିଟିସନ୍‌ ଦେଖିବାକୁ ମିଳିବ।  ଏମିତି କହିବାର ଅର୍ଥ ହେଲା ଏକାଧିକ ଫିଲ୍ମ ଗୁରୁତ୍ୱ ପୂର୍ଣ୍ଣ କାହାଣୀ ଉପରେ ପର୍ଯ୍ୟବେଶିତ ରହିବ। ସେଥିମଧ୍ୟରେ ଅନେକ ବଡ ବଜେଟ୍‌ର ଫିଲ୍ମ ରହିଛି। ସେଥିମଧ୍ୟରୁ ୪୫୦ କୋଟିର ଫିଲ୍ମ ‘2.0’ ଗୋଟିଏ।  ତେବେ ଏହାର ସଫଳତାକୁ ନେଇ ଏବେଠାରୁ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମର ବଜେଟ୍‌ ୪୫୦ କୋଟି […]

akhya

akhya

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 02:47 PM IST

Sports

Latest News

ମୁମ୍ବାଇ: ୨୦୧୮ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ଗୁଡିକ ମଧ୍ୟରେ ଜୋରଦାର କମ୍ପିଟିସନ୍‌ ଦେଖିବାକୁ ମିଳିବ।  ଏମିତି କହିବାର ଅର୍ଥ ହେଲା ଏକାଧିକ ଫିଲ୍ମ ଗୁରୁତ୍ୱ ପୂର୍ଣ୍ଣ କାହାଣୀ ଉପରେ ପର୍ଯ୍ୟବେଶିତ ରହିବ। ସେଥିମଧ୍ୟରେ ଅନେକ ବଡ ବଜେଟ୍‌ର ଫିଲ୍ମ ରହିଛି। ସେଥିମଧ୍ୟରୁ ୪୫୦ କୋଟିର ଫିଲ୍ମ ‘2.0’ ଗୋଟିଏ।  ତେବେ ଏହାର ସଫଳତାକୁ ନେଇ ଏବେଠାରୁ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି।

ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମର ବଜେଟ୍‌ ୪୫୦ କୋଟି ରହିଛି। କିନ୍ତୁ ଏହି ଫିଲ୍ମ ସହ ଟକ୍କର ଦେବାକୁ ଏକା ସମୟରେ ଆସୁଛି ଆହୁରି ତିନୋଟି ଫିଲ୍ମ।  ‘2.0’ ଫିଲ୍ମ ରିଲିଜ୍‌ ସମୟରେ ଟାଇଗର ଶ୍ରଫ ଓ ଦିସା ପଟାନୀଙ୍କ ଫିଲ୍ମ ‘ବାଗୀ-୨’, କଙ୍ଗନା କଣାୱତ ଓ ଅଙ୍କିତା ଲୋଖଣ୍ଡେଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ଓ ଆଉ ଏକ ହଲିଉଡ୍‌ ଫିଲ୍ମ ଏକା ସମୟରେ ରିଲିଜ୍‌ ହେବ। ‘ବାଗୀ’ର ସଫଳତା ପରେ ଏହାର ସିକ୍ୱେଲକୁ ଦର୍ଶକେ ଚାହିଁ ବସିଛନ୍ତି। ‘ମଣିକର୍ଣିକା’ ମଧ୍ୟ ଏକ ବଡ ପ୍ରୋଜେକ୍ଟ ଫିଲ୍ମ ଓ ହଲିଉଡ୍‌ ଫିଲ୍ମ ମଧ୍ୟ ଅନେକ ଲୋକଙ୍କର ପସନ୍ଦ। ଏମିତିରେ ‘2.0’ ଉପରେ  ପ୍ରଭାବ ପଡିପାରେ। ତେଣୁ ଦେଖିବା ବାକି ରହିଲା ବକ୍ସ ଅଫିସ୍‌ରେ କେଉଁ ଫିଲ୍ମ ବାଜି ମାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos