ସପ୍ତାହକ ଭିତରେ ୩ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାଡରର ତିନିଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ସପ୍ତାହକ ମଧ୍ୟରେ ସ୍ୱେଚ୍ଛାକୃତ ଅବସର(VRS) ନେବାକୁ ଆବେଦନ କରିଛନ୍ତି। ଯାହାକୁ ନେଇ ଅମଲାତନ୍ତ୍ରରେ ଅଲୋଚନା ଜୋର ଧରିଛି। ଏହି ତିନି ଅଧିକାରୀ ହେଉଛନ୍ତି ରେଣୁକା କୁମାର (୧୯୮୭ ବ୍ୟାଚ୍), ଜୁଥିକା ପାଟାନକର (୧୯୮୮ ବ୍ୟାଚ୍) ଏବଂ ବିକାଶ ଗୋଥାଲୱାଲ (୨୦୦୩)। ରେନୁକା କୁମାର ୩୦ ଜୁନ୍ ୨୦୨୩ରେ ସେବାରୁ ଅବସର ନେବାକୁ ଯାଉଥିଲେ। ଜୁଲାଇ ୨୮ରେ ତାଙ୍କ ମୂଳ କ୍ୟାଡର ୟୁପିକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ନବେ ଦଶକରେ […]

3-ias

  • Published: Wednesday, 03 August 2022
  • , Updated: 03 August 2022, 03:21 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାଡରର ତିନିଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ସପ୍ତାହକ ମଧ୍ୟରେ ସ୍ୱେଚ୍ଛାକୃତ ଅବସର(VRS) ନେବାକୁ ଆବେଦନ କରିଛନ୍ତି। ଯାହାକୁ ନେଇ ଅମଲାତନ୍ତ୍ରରେ ଅଲୋଚନା ଜୋର ଧରିଛି। ଏହି ତିନି ଅଧିକାରୀ ହେଉଛନ୍ତି ରେଣୁକା କୁମାର (୧୯୮୭ ବ୍ୟାଚ୍), ଜୁଥିକା ପାଟାନକର (୧୯୮୮ ବ୍ୟାଚ୍) ଏବଂ ବିକାଶ ଗୋଥାଲୱାଲ (୨୦୦୩)।

ରେନୁକା କୁମାର ୩୦ ଜୁନ୍ ୨୦୨୩ରେ ସେବାରୁ ଅବସର ନେବାକୁ ଯାଉଥିଲେ। ଜୁଲାଇ ୨୮ରେ ତାଙ୍କ ମୂଳ କ୍ୟାଡର ୟୁପିକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ନବେ ଦଶକରେ ୟୁପି ଆଇଏଏସ୍ ଆସୋସିଏସନ୍ ଅଭିଯାନରେ ସେ ରାଜ୍ୟ କ୍ୟାଡରର ତିନିଜଣ ଦୁର୍ନୀତିଗ୍ରସ୍ତ ଆଇଏଏସ୍ ଅଧିକାରୀଙ୍କୁ ଚିହ୍ନଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଖବର ମୁତାବକ, ସେ ଉତ୍ତରପ୍ରଦେଶକୁ ଫେରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଏବଂ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। କେନ୍ଦ୍ରରେ ଡେପୁଟେସନରେ ଥିବା ଜୁଥିକା ପାଟାନକର ମଧ୍ୟ ରାମ ନାୟକଙ୍କ କାର୍ଯ୍ୟକାଳ ସମୟରେ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ। ସେ ଜାନୁଆରୀ ୨୦୨୪ ରେ ଅବସର ନେବାକୁ ଯାଉଥିଲେ ହେଁ ସେ ଏହା ପୂର୍ବରୁ VRS ମାଗିଛନ୍ତି।

ବ୍ରିଟେନରେ ପାଠପଢ଼ିବା ନିମନ୍ତେ ଛୁଟିରେ ଥିବା ବିକାଶ ଗୋଥାଲୱାଲ ସ୍ୱାସ୍ଥ୍ୟଗତ କାରଣରୁ VRS ଆବେଦନ କରିଥିଲେ।

ଜାଣିବାକୁ ମିଳିଛି ଯେ ତିନିଜଣ ଅଧିକାରୀ ମୁଖ୍ୟ ସଚିବ ଦୁର୍ଗା ଶଙ୍କର ମିଶ୍ର ଏବଂ ରାଜ୍ୟ ନିଯୁକ୍ତି ବିଭାଗକୁ VRS ଆବେଦନ ଚିଠିର କପି ପଠାଇଛନ୍ତି। ଏହାକୁ ନେଇ IAS ଅଧିକାରୀଙ୍କ ଆଭ୍ୟନ୍ତରୀଣ ହ୍ୱାଟସ୍ ଆପ୍ ଗ୍ରୁପ୍‌ରେ ଆଗାମୀ ପରିସ୍ଥିତି ନେଇ ଚର୍ଚ୍ଚା ଜୋର ଧରିଛି। ଅଧିକାରୀମାନେ ସେବା ସର୍ତ୍ତ ଉପରେ ବିତର୍କ କରୁଛନ୍ତି। ଏହାଛଡ଼ା ଅମଲାତନ୍ତ୍ରକୁ ଉତ୍ତରପ୍ରଦେଶଠାରୁ ଦୂରରେ ରଖିବା ଏବଂ ରାଜ୍ୟରେ ଅମଲାତନ୍ତ୍ରର ତୀବ୍ର ରାଜନୀତିକରଣ କରାଯାଉଥିବା ଉପରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। କେତେକ ବରିଷ୍ଠ ବ୍ୟୁରୋକ୍ରାଟଙ୍କୁ ମଧ୍ୟ ଏହି ପରିସ୍ଥିତି ପାଇଁ ଦାୟୀ କରାଯାଉଛି।

Related story