୫୦ ଲକ୍ଷ ଟଙ୍କା ହଡ଼ପ ମାମଲା: ପୋଲିସ୍‌ କମିଶନରଙ୍କ ଅଫିସ୍‌ ଆଗରେ ଧାରଣା ଦେଲେ ବ୍ୟବସାୟୀ

ଭୁବନେଶ୍ୱର: ମୃଦୁ ପାନୀୟ ବିଜ୍‌ନେସ୍‌ କରିବା ନାଁରେ  ୫୦ ଲକ୍ଷ ଟଙ୍କା ହଡପ୍‌ ଘଟଣାରେ  ଆଜି ପୋଲିସ୍‌ କମିଶନରଙ୍କ ଅଫିସ୍‌ ଆଗରେ ଠକାମିର ଶିକାର ହୋଇଥିବା ୮ ଜଣ ବ୍ୟବସାୟୀ ଧାରଣା ଦେଇଛନ୍ତି। ଏହି ଘଟଣାରେ ଦୁଇ ଜଣ ଜେଲ୍‌ ଯାଇଥିବା ବେଳେ ଆଉ ୩ ଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ଜେଲ୍‌ ଯାଇଥିବା ୨ ଅଭିଯୁକ୍ତଙ୍କ ସହ କମିଶନରେଟ୍‌ ପୋଲିସ୍‌ର ଜଣେ ଇନ୍ସପେକ୍ଟରଙ୍କ ଘନିଷ୍ଠତାକୁ ନେଇ ବିକ୍ଷୋଭକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଜେଲ୍‌ ଯାଇଥିବା ଅଭିଯୁକ୍ତ ପ୍ରଭାତ […]

balaji

Rakesh Mallick
  • Published: Thursday, 15 September 2016
  • , Updated: 15 September 2016, 09:19 PM IST

ଭୁବନେଶ୍ୱର: ମୃଦୁ ପାନୀୟ ବିଜ୍‌ନେସ୍‌ କରିବା ନାଁରେ  ୫୦ ଲକ୍ଷ ଟଙ୍କା ହଡପ୍‌ ଘଟଣାରେ  ଆଜି ପୋଲିସ୍‌ କମିଶନରଙ୍କ ଅଫିସ୍‌ ଆଗରେ ଠକାମିର ଶିକାର ହୋଇଥିବା ୮ ଜଣ ବ୍ୟବସାୟୀ ଧାରଣା ଦେଇଛନ୍ତି। ଏହି ଘଟଣାରେ ଦୁଇ ଜଣ ଜେଲ୍‌ ଯାଇଥିବା ବେଳେ ଆଉ ୩ ଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି।

ଜେଲ୍‌ ଯାଇଥିବା ୨ ଅଭିଯୁକ୍ତଙ୍କ ସହ କମିଶନରେଟ୍‌ ପୋଲିସ୍‌ର ଜଣେ ଇନ୍ସପେକ୍ଟରଙ୍କ ଘନିଷ୍ଠତାକୁ ନେଇ ବିକ୍ଷୋଭକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଜେଲ୍‌ ଯାଇଥିବା ଅଭିଯୁକ୍ତ ପ୍ରଭାତ ମୁଦୁଲିଙ୍କ ସହ କଟକ ମର୍କତନଗର ଥାନା ଅଧିକାରୀ ବିମଳ ବାରିକଙ୍କ ଏକାଧିକ ଫଟୋ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଓ ଖଣ୍ଡଗିରି ଆଦି  ଥାନାରେ  ଏନେଇ ୬ରୁ ଅଧିକ ମାମଲା ହୋଇଥିବା ବେଳେ  ସଂପୃକ୍ତ ଥାନା ଅଧିକାରୀ ବାରମ୍ୱାର ହସ୍ତକ୍ଷେପ କରୁଥିବା ବ୍ୟସାୟୀମାନେ ଅଭିଯୋଗ କରିଛନ୍ତି।

ଏହି ଘଟଣାର ତଦନ୍ତ କରାଯାଇ ସେମାନେ କିପରି ଅର୍ଥ ଫେରସ୍ତ ପାଇବେ  ସେ ନେଇ ପଦକ୍ଷେପ ନିଆଯାଉ ବୋଲି ବ୍ୟବସାୟୀମାନେ କହିଛନ୍ତି। ସଂପୃକ୍ତ ଥାନା ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Related story