ସତରେ କ’ଣ, କ୍ରିକେଟର୍‌ ସୁରେଶ ରୈନାଙ୍କ ସହ ଥିଲା ତାଙ୍କ ଆଫେୟାର୍‌ ?

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ସାଉଥ୍‌ ସୁପର୍‌ଷ୍ଟାର୍‌ କମଲ ହାସନ୍‌ ଓ ଅଭିନେତ୍ରୀ ସାରିକାଙ୍କ ଝିଅ ଶ୍ରୁତି ହାସନ୍ ବଲିଉଡ୍‌ରେ ଅଭିନୟ କରିବା ସହିତ ତାମିଲ୍‌ ଓ ତେଲୁଗୁ ଫିଲ୍ମରେ ମଧ୍ୟ ସକ୍ରିୟ ଭାବରେ ଅଭିନୟ କରୁଛନ୍ତି। କେବଳ ଏତିକି ନୁହେଁ, ଶ୍ରୁତି ଜଣେ ଭଲ ଗାୟିକା ମଧ୍ୟ। ଶ୍ରୁତି ବଲିଉଡ୍‌ରେ ୨୦୦୯ରେ ଫିଲ୍ମ ‘ଲକ୍‌’ ଜରିଆରେ ଏଣ୍ଟ୍ରି କରିଥିଲେ। କିନ୍ତୁ ବକ୍ସ ଅଫିସ୍‌ରେ ଫିଲ୍ମଟି ସଫଳ ହୋଇପାରି ନ ଥିଲା। ୨୮ ଜାନୁଆରୀ ୧୯୮୬ ଜନ୍ମ ହୋଇଥିବା ଶ୍ରୁତିଙ୍କର […]

srutip

Puspanjali Panda
  • Published: Monday, 28 January 2019
  • , Updated: 28 January 2019, 12:16 PM IST

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ସାଉଥ୍‌ ସୁପର୍‌ଷ୍ଟାର୍‌ କମଲ ହାସନ୍‌ ଓ ଅଭିନେତ୍ରୀ ସାରିକାଙ୍କ ଝିଅ ଶ୍ରୁତି ହାସନ୍ ବଲିଉଡ୍‌ରେ ଅଭିନୟ କରିବା ସହିତ ତାମିଲ୍‌ ଓ ତେଲୁଗୁ ଫିଲ୍ମରେ ମଧ୍ୟ ସକ୍ରିୟ ଭାବରେ ଅଭିନୟ କରୁଛନ୍ତି। କେବଳ ଏତିକି ନୁହେଁ, ଶ୍ରୁତି ଜଣେ ଭଲ ଗାୟିକା ମଧ୍ୟ। ଶ୍ରୁତି ବଲିଉଡ୍‌ରେ ୨୦୦୯ରେ ଫିଲ୍ମ ‘ଲକ୍‌’ ଜରିଆରେ ଏଣ୍ଟ୍ରି କରିଥିଲେ। କିନ୍ତୁ ବକ୍ସ ଅଫିସ୍‌ରେ ଫିଲ୍ମଟି ସଫଳ ହୋଇପାରି ନ ଥିଲା।

୨୮ ଜାନୁଆରୀ ୧୯୮୬ ଜନ୍ମ ହୋଇଥିବା ଶ୍ରୁତିଙ୍କର ଆଜି ହେଉଛି ଜନ୍ମଦିନ। ଆସନ୍ତୁ ତାଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା।

ଶ୍ରୁତି ଚେନ୍ନାଇରୁ ନିଜର ସ୍କୁଲ ପାଠପଢ଼ା ଶେଷ କରିଥିଲେ। ଏହାପରେ ସେ ମୁମ୍ୱାଇର ଏସ୍‌.ଟି ଆଣ୍ଡ୍ରିଉ କଲେଜ୍‌ରୁ ସାଇକୋଲୋଜିରେ ଗ୍ରାଜୁଏସନ୍‌ କରିଥିଲେ। ପିଲାବେଳୁ ଶ୍ରୁତିଙ୍କର ସଙ୍ଗୀତ ପ୍ରତି ଦୁର୍ବଳତା ରହିଥିଲା। ଏଥିପାଇଁ ଗ୍ରାଜୁଏସନ୍‌ ପରେ ସେ ଗୀତ ଶିଖିବା ପାଇଁ କାର୍ଲିଫର୍ଣ୍ଣିଆ ଯାଇଥିଲେ । ଶ୍ରୁତି ତାଙ୍କ ପିତାଙ୍କ ଫିଲ୍ମ ‘ଚାଚି ୪୨୦’ରେ ଏକ ଗୀତ ମଧ୍ୟ ଗାଇଥିଲେ।ସେହିପରି ବଲିଉଡ୍‌ ଫିଲ୍ମରେ ‘ଦିଲ୍‌ ତୋ ବଚ୍ଚା ହୈ’, ‘ରମୈୟା ବସ୍ତାବୈୟା’, ‘ୱେଲକମ୍‌ ବ୍ୟାକ୍‌’ ଓ ‘ଗବ୍ବର’ ପରି ଫିଲ୍ମରେ କାମ କରିଛନ୍ତି। ଶ୍ରୁତି ହାସନ୍‌ଙ୍କର ମାତାପିତାଙ୍କର ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ ହିଟ୍‌ ହୋଇଥିଲା। ‘ବାରନମ ଆୟିରମ୍‌’(୨୦୦୮), ‘ପୃଥ୍ୱୀ’(୨୦୧୦), ‘ୟେନନାମୋ ୟେଧୋ’(୨୦୧୪) ପରି ଫିଲ୍ମରେ ଶ୍ରୁତିଙ୍କର ମାତାପିତା କାମ କରିଛନ୍ତି।

ବ୍ୟକ୍ତିଗତ ଜୀବନରେ ଶ୍ରୁତି ଇଟାଲିୟନ୍ ଆକ୍ଟର୍‌ ମାଇକଲ୍‌ କୋର୍ସଲ୍‌ଙ୍କୁ ଡେଟ୍‌ କରୁଛନ୍ତି। ମାଇକେଲ୍‌ ଲଣ୍ଡନ୍‌ରେ ରୁହନ୍ତି। ଶ୍ରୁତି ଖୁବ୍‌ ଶୀଘ୍ର ତାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁହିଁଙ୍କର ଫଟୋ ସୋଶାଲ ମିଡିଆରେ ଅନେକ ସମୟରେ ଦେଖିବାକୁ ମିଳିଥାଏ।

କେବଳ ଏତିକି ନୁହେଁ, ଶ୍ରୁତି ହାସନଙ୍କର ନାମ କ୍ରିକେଟର୍‌ ସୁରେଶ ରୈନାଙ୍କ ସହିତ ମଧ୍ୟ ଯୋଡ଼ା ଯାଇଥିଲା। ଶ୍ରୁତି ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗସ୍‌ଙ୍କୁ ଚିୟର୍‌ କରୁଥିବା ସମୟରେ ଏପରି ଗୁଜବ ପ୍ରଚାରିତ ହୋଇଥିଲା। କିନ୍ତୁ ପରେ ସୁରେଶ ରୈନା ଏହାକୁ ଖଣ୍ଡନ କରିଥିଲେ।

Related story