ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ। ଆଜିଠୁ ସେମାନେ କାର୍ଯ୍ୟରେ ଯୋଗ ଦେବେ। ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା ସଂଘ। ଏଥିସହିତ ଆଜି ଗଞ୍ଜ।ମ ଜିଲ୍ଲା ହିଞ୍ଜିଳିକାଟୁରେ ହେବାକୁ ଥିବା ଶିକ୍ଷକ ସମାବେଶକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ପ୍ରାୟ ଦେଢ଼ ମାସ ଧରି ୨୨ଶହ ୯ଟି ବ୍ଲକ ଗ୍ରାଣ୍ଟ ହାଇସ୍କୁଲର ସାଢେ଼ ୩ ଲକ୍ଷ ପିଲାଙ୍କ ପାଠପଢ଼ା ବନ୍ଦ ହୋଇ ଯାଇଥିଲା। ଗତ ୨୪ ତାରିଖରେ ମନ୍ତ୍ରୀସ୍ତରୀୟ ବୈଠକରେ ୨୦୧୩ର ଗ୍ରାଣ୍ଟ ଇନ୍ ଏଡ୍ ପଲିସି ବଦଳରେ ନୂଆ ଅନୁଦାନ ନୀତି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ସେହିଦିନ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଥିଲା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ତେବେ ପୂର୍ଣ୍ଣ ଅନୁଦାନ ଦାବିରେ ବ୍ଲକ୍ ଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ଆନ୍ଦୋଳନ ଜାରି ରଖିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।