ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୋଇଲା ରାଷ୍ଟ୍ର ମନ୍ତ୍ରୀ ପୀୟୂଷ ଗୋୟଲ। ସେ ଅନୁଗୁଳ ଜିଲ୍ଲାର କଣିହାଁ ଯାଇ ସେଠାରେ ଏନଟିପିସିର ଏକ ପ୍ଲାଣ୍ଟ ପରିଦର୍ଶନ କରିବା ସହ  ସେଠାରେ ଏକ ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ତା’ ପରେ ମନ୍ତ୍ରୀ ଏମସିଏଲର ଭରତପୁର ଖଣି ଅଞ୍ଚଳ ବୁଲିବା ସହ କଳିଙ୍ଗ ଅନୁଗୁଳ ରେଲୱେ ଲିଙ୍କର ସମୀକ୍ଷା କରିବେ। ସେହିଭଳି ତାଳଚେରରେ ପ୍ରସ୍ତାବିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ […]

PIYUSH

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 05:31 AM IST

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୋଇଲା ରାଷ୍ଟ୍ର ମନ୍ତ୍ରୀ ପୀୟୂଷ ଗୋୟଲ। ସେ ଅନୁଗୁଳ ଜିଲ୍ଲାର କଣିହାଁ ଯାଇ ସେଠାରେ ଏନଟିପିସିର ଏକ ପ୍ଲାଣ୍ଟ ପରିଦର୍ଶନ କରିବା ସହ  ସେଠାରେ ଏକ ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ତା’ ପରେ ମନ୍ତ୍ରୀ ଏମସିଏଲର ଭରତପୁର ଖଣି ଅଞ୍ଚଳ ବୁଲିବା ସହ କଳିଙ୍ଗ ଅନୁଗୁଳ ରେଲୱେ ଲିଙ୍କର ସମୀକ୍ଷା କରିବେ।

ସେହିଭଳି ତାଳଚେରରେ ପ୍ରସ୍ତାବିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର- ମେଡିକାଲ କଲେଜ ପାଇଁ ଶିଳାନ୍ୟାସ ଉତ୍ସବରେ ଯୋଗଦେବେ। ସନ୍ଧ୍ୟାରେ ଗୋଏଲ ଭୁବନେଶ୍ୱର ଫେରି ଏଠାରେ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ସହ କୋଇଲା, ଶକ୍ତି, ଅକ୍ଷୟ ଶକ୍ତି ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ଏହାପରେ ଶୁକ୍ରବାର ଗୋଏଲ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରିବା ସହ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

Related story