ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉଠୁଚି ପଡୁଛି ସମଗ୍ର ପଶ୍ଚିମ ଓଡ଼ିଶା। ଘରେ ପିଠା ପଣା ଆଉ ସ୍ୱାଦିଷ୍ଟ ଭୋଜନର ମହକ। ତା’ ସାଙ୍ଗକୁ ନୂଆ ପୋଷାକ ପରିଧାନ ସହ ମଉଜ ମସ୍ତିର ଅବସର। ପରମ୍ପରା ଅନୁଯାୟୀ ଆଜି ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ସକାଳ ୮ଟା ୨୦ରୁ ୮ଟା ୩୫ ଭିତରେ ନବାନ୍ନ ଲାଗି ପାଇଁ ସମୟ ଧାର୍ଯ୍ୟ ହୋଇଛି। […]

samblpur

samblpur

Rakesh Mallick
  • Published: Friday, 18 September 2015
  • Updated: 18 September 2015, 04:12 AM IST

Sports

Latest News

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉଠୁଚି ପଡୁଛି ସମଗ୍ର ପଶ୍ଚିମ ଓଡ଼ିଶା। ଘରେ ପିଠା ପଣା ଆଉ ସ୍ୱାଦିଷ୍ଟ ଭୋଜନର ମହକ। ତା’ ସାଙ୍ଗକୁ ନୂଆ ପୋଷାକ ପରିଧାନ ସହ ମଉଜ ମସ୍ତିର ଅବସର। ପରମ୍ପରା ଅନୁଯାୟୀ ଆଜି ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ସକାଳ ୮ଟା ୨୦ରୁ ୮ଟା ୩୫ ଭିତରେ ନବାନ୍ନ ଲାଗି ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏହା ପରେ ଘରେ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି  କରାଯିବ।  ପରିବାର ଲୋକ ଏକତ୍ର ବସି ନବାନ୍ନ ଭୋଜନ କରିବେ। ଏଥିପାଇଁ ପଶ୍ଚିମ ଓଡ଼ିଶାର ଘରେ ଘରେ ଆନନ୍ଦ ଏବଂ ଉତ୍ସାହର ମାହୋଲ ଲାଗି ରହିଛି। ବର୍ଷକେ ଥରେ ଏଭଳି ଏକ ଭାଇଚାରା ପର୍ବରେ ଭରପୁର ଆନନ୍ଦ ଉଠାଇବା ଲାଗି ସମସ୍ତେ ମସଗୁଲ ଅଛନ୍ତି। ସେପଟେ ନୂଆଁଖାଇରେ ପରିବାରର ବଡ଼ ମାନଙ୍କଠାରୁ ସାନମାନେ ଆଶିର୍ବାଦ ନେବା ପରମ୍ପରା ରହିଛି। ଏହା ସାଙ୍ଗକୁ ନୂଆଖାଇ ଭେଟଘାଟ୍ ମଧ୍ୟ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos