ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଦୂର କରିବା ଲାଗି ଆଜି ପୁଣି ବାଚସ୍ପତିଙ୍କ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ସର୍ବଦଳୀୟ ବୈଠକ ବସିଛି। କିନ୍ତୁ ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା ଯୋଗ ଦେଇ ନାହାନ୍ତି। ବିଜେପି ବିଧାୟକ ରବି ନାଏକ ଉପସ୍ଥିତ ଥିବା ଜଣାପଡ଼ିଛି।
ଗୃହକୁ ସ୍ୱାଭାବିକ କରିବା ଲାଗି ଗତକାଲି ୩ଟି ପର୍ଯ୍ୟାୟରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। ତେବେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିରୋଧୀ ଦଳ ନେତା ଯୋଗ ଦେଇ ନ ଥିଲେ ମଧ୍ୟ ତୃତୀୟଟିରେ ଯୋଗ ଦେଇଥିଲେ। ଏହି ତିନୋଟି ପର୍ଯ୍ୟାୟ ବୈଠକରେ ସନ୍ତୋଷଜନକ ଆଲୋଚନା ହୋଇଛି କିନ୍ତୁ କୌଣସି ନିର୍ଯ୍ୟାସ ବାହାରି ନ ଥିବା ବାଚସ୍ପତି କହିଥିଲେ।