ଆଜିଠୁ ପୁଣି ଆରମ୍ଭ ହେବ ଜଗମୋହନର ମରାମତି କାମ

ପୁରୀ: ବିପଦସଙ୍କୁଳ ଅବସ୍ଥାରେ ଥିବା ଶ୍ରୀମନ୍ଦିର ଜଗମୋହନର ମରାମତି କାମ ଆଜିଠୁ ପୁଣି ଆରମ୍ଭ ହେବ। ଯାନ୍ତ୍ରିକ ତୃଟି ଯୋଗୁଁ ଗତ ଶୁକ୍ରବାର  ମରାମତି କାମକୁ ବନ୍ଦ କରି ଦିଆଯାଇଥିଲା। ପ୍ରଥମ ଦିନରେ ଡ୍ରିଲିଂ ମେସିନ୍ ସାହାଯ୍ୟରେ ୩ଟି ସ୍ତରର ପଥରକୁ କଟାଯାଇ ନିଅଁ ଖୋଳାଯାଇଥିଲା। ସେସବୁକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ଚାରିକୋଣରେ ଷ୍ଟିଲ୍‌ ପିଲାର୍ ଯୋଗେ ଉପର ବିମ୍‌ର ସଂଯୋଗ କାମ ଆରମ୍ଭ ହେବ। ଫଳରେ ଜଗମୋହନ ସୁରକ୍ଷିତ ରହିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ […]

jagannathTemple

Rakesh Mallick
  • Published: Monday, 25 April 2016
  • , Updated: 25 April 2016, 05:44 PM IST

ପୁରୀ: ବିପଦସଙ୍କୁଳ ଅବସ୍ଥାରେ ଥିବା ଶ୍ରୀମନ୍ଦିର ଜଗମୋହନର ମରାମତି କାମ ଆଜିଠୁ ପୁଣି ଆରମ୍ଭ ହେବ। ଯାନ୍ତ୍ରିକ ତୃଟି ଯୋଗୁଁ ଗତ ଶୁକ୍ରବାର  ମରାମତି କାମକୁ ବନ୍ଦ କରି ଦିଆଯାଇଥିଲା। ପ୍ରଥମ ଦିନରେ ଡ୍ରିଲିଂ ମେସିନ୍ ସାହାଯ୍ୟରେ ୩ଟି ସ୍ତରର ପଥରକୁ କଟାଯାଇ ନିଅଁ ଖୋଳାଯାଇଥିଲା। ସେସବୁକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ଚାରିକୋଣରେ ଷ୍ଟିଲ୍‌ ପିଲାର୍ ଯୋଗେ ଉପର ବିମ୍‌ର ସଂଯୋଗ କାମ ଆରମ୍ଭ ହେବ। ଫଳରେ ଜଗମୋହନ ସୁରକ୍ଷିତ ରହିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଛି।

Related story