ଆଜିଠୁ ମିଳିବ ଭୁବନେଶ୍ୱର ରେଳଷ୍ଟେସନରେ ମାଗଣା ୱାଇ-ଫାଇ ସେବା

ନୂଆଦିଲ୍ଲୀ: ଆଜିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଗୁଗଲ୍‌ର ମାଗଣା ୱାଇ-ଫାଇ ସେବା ଆରମ୍ଭ ହେବ। ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଏହାକୁ ଉଦ୍‌ଘାଟନ କରିବେ। ରେଳଯାତ୍ରୀମାନଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ନେଟ୍‌ୱର୍କ ସୁବିଧା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଦେଶର ଦ୍ୱିତୀୟ ରେଳ ଷ୍ଟେସନ୍ ଭାବେ ସାମିଲ ହୋଇଛି। ଏହା ପୂର୍ବରୁ ଗୁଗଲ୍‌ର ମାଗଣା ୱାଇ-ଫାଇ ସେବା ପାଇବାରେ ଦେଶର ପ୍ରଥମ ଷ୍ଟେସନ୍ ହେବାର ଗୌରବ ଅର୍ଜନ କରିଛି ମୁମ୍ବାଇ ସେଣ୍ଟ୍ରାଲ୍ ଷ୍ଟେସନ୍। […]

bhubaneswar

Rakesh Mallick
  • Published: Sunday, 17 April 2016
  • , Updated: 17 April 2016, 09:25 AM IST

ନୂଆଦିଲ୍ଲୀ: ଆଜିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଗୁଗଲ୍‌ର ମାଗଣା ୱାଇ-ଫାଇ ସେବା ଆରମ୍ଭ ହେବ। ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଏହାକୁ ଉଦ୍‌ଘାଟନ କରିବେ।

ରେଳଯାତ୍ରୀମାନଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ନେଟ୍‌ୱର୍କ ସୁବିଧା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଦେଶର ଦ୍ୱିତୀୟ ରେଳ ଷ୍ଟେସନ୍ ଭାବେ ସାମିଲ ହୋଇଛି। ଏହା ପୂର୍ବରୁ ଗୁଗଲ୍‌ର ମାଗଣା ୱାଇ-ଫାଇ ସେବା ପାଇବାରେ ଦେଶର ପ୍ରଥମ ଷ୍ଟେସନ୍ ହେବାର ଗୌରବ ଅର୍ଜନ କରିଛି ମୁମ୍ବାଇ ସେଣ୍ଟ୍ରାଲ୍ ଷ୍ଟେସନ୍।

ଯେଉଁ ରେଳଯାତ୍ରୀଙ୍କର ସ୍ମାର୍ଟଫୋନ୍ ଥିବ ସେମାନେ ଏହି ଇଣ୍ଟରନେଟ୍ ସେବା ପାଇପାରିବେ। ୱାଇ-ଫାଇ କାର୍ଯ୍ୟକାରୀ ହେଲେ ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ରେଳଯାତ୍ରୀମାନେ ନିଜ ସ୍ମାର୍ଟଫୋନ୍‌ରେ ହାଇ ଡେଫିନେସନ୍‌ର ଭିଡିଓ ମଧ୍ୟ ଦେଖିପାରିବେ ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଖୁବ୍‌ଶୀଘ୍ର ଜୟପୁର, ପାଟନା, ରାଞ୍ଚି, ଏର୍ଣ୍ଣାକୁଲମ, ଆହ୍ଲାବାଦ, ଲକ୍ଷ୍ନୌ ଓ ଗୌହାଟିରେ ମଧ୍ୟ ଗୁଗଲ୍ ମାଗଣା ୱାଇ-ଫାଇ ସେବାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଏହି ଅଧିକାରୀ ଜଣଙ୍କ କହିଛନ୍ତି।

ଚଳିତବର୍ଷ ଶେଷ ସୁଦ୍ଧା ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ୧୦୦ଟି ଷ୍ଟେସନକୁ ଉତ୍ତମ ଇଣ୍ଟରନେଟ୍ ସେବା ଯୋଗାଇ ଦେବାକୁ ରେଳବାଇ ଲକ୍ଷ୍ୟ ରଖିଛି। ରେଳବାଇର ଏକ ପିଏସ୍‌ୟୁ ରେଲ୍‌ଟେଲ୍‌ ଓ ଗୁଗଲର ମିଳିତ ଉଦ୍ୟମରେ ଏହି ସବୁ ଷ୍ଟେସନ୍‌ଗୁଡ଼ିକରେ ମାଗଣା ୱାଇ-ଫାଇ ସେବା ଉପଲବ୍ଧ କରାଯିବ।

ପ୍ରର୍ଯ୍ୟାୟକ୍ରମେ ଏହି ସେବା ଦେଶର ଅନ୍ୟ ୪୦୦ଟି ପ୍ରମୁଖ ଷ୍ଟେସନକୁ ମଧ୍ୟ ଯୋଗାଇ ଦିଆଯିବ।

Related story