ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା ଆତଙ୍କବାଦୀମାନେ ଯୋଜନା କରୁଛନ୍ତି:  ନିର୍ମଳ ସିଂ

ଜାମ୍ମୁ: ଜୁଲାଇ ୨ରେ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା  ପାଇଁ  ଆତଙ୍କବାଦୀମାନେ ଯୋଜନା କରୁଛନ୍ତି। ଅମରନାଥ ଯାତ୍ରା ଆରମ୍ଭ ହେଲେ ସେମାନେ ଭଣ୍ଡୁର କରିବାକୁ ଚେଷ୍ଟା କରିବେ ବୋଲି ଜାମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ  ନିର୍ମଳ ସିଂ କହିଛନ୍ତି। ସେ କହିଛନ୍ତି, “ଆତଙ୍କବାଦୀଙ୍କ ଏହି ଆକ୍ରମଣ ଯୋଜନାକୁ ଭଣ୍ଡୁର କରିବା ପାଇଁ  ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି।ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।  ସେନା ଓ ସୁରକ୍ଷା ଏଜେନ୍ସିମାନେ ଆଲର୍ଟ  ଅଛନ୍ତି।” ଗତବର୍ଷ […]

nirmal-singh-_

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 08:51 PM IST

ଜାମ୍ମୁ: ଜୁଲାଇ ୨ରେ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା  ପାଇଁ  ଆତଙ୍କବାଦୀମାନେ ଯୋଜନା କରୁଛନ୍ତି। ଅମରନାଥ ଯାତ୍ରା ଆରମ୍ଭ ହେଲେ ସେମାନେ ଭଣ୍ଡୁର କରିବାକୁ ଚେଷ୍ଟା କରିବେ ବୋଲି ଜାମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ  ନିର୍ମଳ ସିଂ କହିଛନ୍ତି।

ସେ କହିଛନ୍ତି, “ଆତଙ୍କବାଦୀଙ୍କ ଏହି ଆକ୍ରମଣ ଯୋଜନାକୁ ଭଣ୍ଡୁର କରିବା ପାଇଁ  ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି।ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।  ସେନା ଓ ସୁରକ୍ଷା ଏଜେନ୍ସିମାନେ ଆଲର୍ଟ  ଅଛନ୍ତି।”

ଗତବର୍ଷ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ ଯୋଜନା କରିଥିଲେ। ୨୦୦ରୁ ୨୨୫ ଆତଙ୍କବାଦୀ ନିୟନ୍ତ୍ରଣ ରେଖା ନିକଟରେ ଭାରତ ମଧ୍ୟକୁ ଅନୁପ୍ରବେଶ କରି ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ।

Related story