ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌: ୧୧ଟି ପ୍ରସ୍ତାବରେ ଲାଗିପାରେ ମୋହର

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏଥିରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। କମିଶନ ଗଠନ ହେବା ଓ କାର୍ଯ୍ୟକ୍ଷମ ହେବାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି। ବିପିୟୁଟି ସଂଶୋଧନ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ଲାଗି ପାରେ। ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବ ଆସିପାରେ। ଫଳରେ ବିଶ୍ୱବିଦ୍ୟାଳୟରେ ସରକାରଙ୍କ କ୍ଷମତା ଅଧିକ ରହିବ। ବିଭାଗୀୟ ମନ୍ତ୍ରୀ ବିଶ୍ୱବିଦ୍ୟାଳୟର ପ୍ରୋ ଚାନସେଲର ରହିବେ। କୁଳପତିଙ୍କ କାର୍ଯ୍ୟକାଳ ୫ରୁ ୩ […]

sectret

sectret

Rakesh Mallick
  • Published: Thursday, 25 February 2016
  • Updated: 26 February 2016, 02:50 AM IST

Sports

Latest News

law commisionଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏଥିରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। କମିଶନ ଗଠନ ହେବା ଓ କାର୍ଯ୍ୟକ୍ଷମ ହେବାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି।

ବିପିୟୁଟି ସଂଶୋଧନ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ଲାଗି ପାରେ। ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବ ଆସିପାରେ। ଫଳରେ ବିଶ୍ୱବିଦ୍ୟାଳୟରେ ସରକାରଙ୍କ କ୍ଷମତା ଅଧିକ ରହିବ। ବିଭାଗୀୟ ମନ୍ତ୍ରୀ ବିଶ୍ୱବିଦ୍ୟାଳୟର ପ୍ରୋ ଚାନସେଲର ରହିବେ। କୁଳପତିଙ୍କ କାର୍ଯ୍ୟକାଳ ୫ରୁ ୩ ବର୍ଷକୁ କମିବ। ସେହିପରି ଓଡ଼ିଶା ପବ୍ଲିକ ଡିଷ୍ଟ୍ରିବ୍ୟୁସେନ ସିଷ୍ଟମ ଅର୍ଡରକୁ କ୍ୟାବିନେଟ ଅନୁମୋଦନ ହୋଇପାରେ। ଜଙ୍ଗଲ ଓ ପରିବେଶ ବିଭାଗର ‘ଆମ ଜଙ୍ଗଲ ଯୋଜନା’ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ମାଲକାନଗିରିରେ ବିଏସ୍‌ଏନ୍‌ଏଲ୍‌ ଟାୱାର ପାଇଁ ଏକ ଜମି ଲିଜ ପ୍ରସ୍ତାବ ବି ରହିଛି। ବିଶେଷ କରି ଲ’ କମିଶନ ଓ ଫୁଡ଼ କମିଶନ ଗଠନ ପ୍ରସ୍ତାବ ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଏହି ଦୁଇ କମିଶନର ଭାଗ୍ୟକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି। ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଫୁଡ଼ କମିଶନ ଗଠନ ରାଜ୍ୟ ପାଇଁ ବାଧ୍ୟତାମୂଳକ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଲ’ କମିଶନ ପାଇଁ ପ୍ରସ୍ତାବ ରହିଛି।

ଫୁଡ୍‌ କମିଶନ ଗଠନର ଡ୍ରାଫଟ୍‌ ନୋଟିଫିକେସନ ଉପରେ ଆପତ୍ତି ଅଭିଯୋଗ ଣୁଣାଣି ପରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରସ୍ତାବ ଅନୁସାରେ ୨ ମାସ ମଧ୍ୟରେ ଫୁଡ଼୍‌ କମିଶନ କାର୍ଯ୍ୟକ୍ଷମ ହେବ। ଏଥିରେ ଜଣେ ଚେୟାରମ୍ୟାନ, ଜଣେ ମେମ୍ବର ସେକ୍ରେଟାରୀ ଓ ୫ ଜଣ ସଦସ୍ୟ ରହିବେ। ସେହିପରି ଲ’ କମିଶନ ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁର ମିଳିବା ସମ୍ଭାବନା ରହିଛି। ପ୍ରସ୍ତାବିତ ଲ’ କମିଶନରେ ଜଣେ ଅଧ୍ୟକ୍ଷ ରହିବେ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହି ପଦରେ ରଖାଯିବ। ଏଥିରେ ୬ଜଣ ସଦସ୍ୟ ରହିବେ। ରାଜ୍ୟର ପ୍ରଚଳିତ ଆଇନରେ ଆବଶ୍ୟକ ପରିବର୍ତ୍ତନ ନେଇ କମିଶନ ସରକାରଙ୍କୁ ପରାମର୍ଶ ଦେବେ। ପୂର୍ବରୁ ଥିବା ସୂଚନା କମିଶନ ଓ ମାନବିକ ଅଧିକାର କମିଶନରେ ଅଧ୍ୟକ୍ଷ ଓ ସଦସ୍ୟ ପଦ ଖାଲି ଥିବାବେଳେ ଲୋକାୟୁକ୍ତ ଗଠନ ହୋଇ ନ ଥିବାରୁ ପ୍ରସ୍ତାବିତ ନୂଆ କମିଶନର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ବିରୋଧୀ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ଜ୍ଞାନ ଉଦୟ ହୋଇଛି। ଖାଲି କମିଶନ୍‌ ଗଠନ କରିଦେଲେ ହେବ ନାହିଁ, କମିଶନ୍‌ ସଦସ୍ୟ ପଦ କିପରି ପୂରଣ ହୋଇପାରିବ, ତାହାର ଭିତ୍ତିଭୂମି କିପରି ଯୋଗାଇ ଦିଆଯାଇ ପାରିବ, ଲୋକଙ୍କ ସମସ୍ୟାର ସମାଧାନ କରିପାରିବ ସେ ଦିଗରେ ମଧ୍ୟ ଗୁରୁତ୍ୱ ଦେଇ ବିଚାର କରିବାର ଆବଶ୍ୟକତା ରହିଛି।”

ବିଜେପି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ଯେଉଁ କମିଶନ୍‌ର ଆବଶ୍ୟକତା ଅଛି ତାହା ଗଠନ କରାଯାଉ। ହେଲେ ଯେଉଁ କମିଶନ୍‌ ମୃତ ଅବସ୍ଥାରେ ଅଛି ତାକୁ  ପ୍ରଥମେ ଜୀବନ୍ତ କରାଯାଉ। କେବଳ ନାଁ ନେବାକୁ କମିଶନ ଗଠନ କରା ନ ଯାଇ, ଏହା କିପରି କାର୍ଯ୍ୟ କରିବ ସେଥିପ୍ରତି ଧ୍ୟାନ ଦିଆଯାଉ।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “ସୁପ୍ରମିକୋର୍ଟଙ୍କ କହିବା ଅନୁସାରେ ରାଜ୍ୟ ସରକାର କମିଶନ୍‌ ଗଠନ କରୁଛନ୍ତି। ସରକାର ଯେହେତୁ କମିଶନ ଗଠନ୍‌ କରୁଛନ୍ତି, ତାହା କିପରି ଚାଲିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଉଛନ୍ତି।”

ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଥିଲେ ବି ଏପର୍ଯ୍ୟନ୍ତ ଫୁଡ଼୍‌ କମିଶନର ସଦସ୍ୟ ଓ ଅଧ୍ୟକ୍ଷ କିଏ ହେବେ ତାହା ଚୂଡାନ୍ତ ହୋଇନାହିଁ। ରାଜ୍ୟ ପାଇଁ ଏହି କମିଶନ ଗଠନ ଜରୁରୀ ଥିଲେ ମଧ୍ୟ ଡ୍ରାଫଟ୍‌ ବିଜ୍ଞପ୍ତର ଆପତ୍ତି ଅଭିଯୋଗ ତର୍ଜମା କାମ ସରି ନ ଥିବାରୁ ସରକାର କାଲି କ୍ୟାବିନେଟରେ ଏହାକୁ ନ ଆଣି ପରେ ଆଣିବାକୁ ବିଚାର ବିମର୍ଷ କରୁଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos