ଆସନ୍ତାକାଲି ସଂସଦରେ ଶ୍ରାବଣୀ ଓ ଅମୀୟ ପ୍ରସଙ୍ଗ ଉଠାଇବେ ୨ ଓଡ଼ିଆ ସାଂସଦ

ଭୁବନେଶ୍ୱର: ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆର ଖାମଖିଆଲ ମନୋଭାବ ଯୋଗୁଁ ଦୁଇ ଓଡ଼ିଆ ଆଥଲେଟ ଶ୍ରାବଣୀ ନନ୍ଦ ଏବଂ ଅମୀୟ ମଲ୍ଲିକ ରିଓ ଅଲିମ୍ପିକ ଯୋଗ୍ୟତା ହାସଲରୁ ବଞ୍ଚିତ ହେବା ପ୍ରସଙ୍ଗ ଆସନ୍ତାକାଲି ରାଜ୍ୟସଭାରେ ଉଠିବ। ସାଂସଦ ଦିଲୀପ ତିର୍କି ଏହି ପ୍ରସଙ୍ଗ ଆସନ୍ତାକାଲି ରାଜ୍ୟସଭାରେ ଉଠାଇବେ ବୋଲି କହିଛନ୍ତି। ସେହିପରି ସାଂସଦ ଭୁପିନ୍ଦର ସିଂହ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଛନ୍ତି। କେବଳ ଓଡ଼ିଶାର ସାଂସଦ ନୁହନ୍ତି ଆଇପିଏଲ୍‌ ଚେୟାରମ୍ୟାନ ତଥା ରାଜ୍ୟସଭା ସଦସ୍ୟ […]

amiya-srabani

Rakesh Mallick
  • Published: Monday, 25 April 2016
  • , Updated: 26 April 2016, 02:53 AM IST

ଭୁବନେଶ୍ୱର: ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆର ଖାମଖିଆଲ ମନୋଭାବ ଯୋଗୁଁ ଦୁଇ ଓଡ଼ିଆ ଆଥଲେଟ ଶ୍ରାବଣୀ ନନ୍ଦ ଏବଂ ଅମୀୟ ମଲ୍ଲିକ ରିଓ ଅଲିମ୍ପିକ ଯୋଗ୍ୟତା ହାସଲରୁ ବଞ୍ଚିତ ହେବା ପ୍ରସଙ୍ଗ ଆସନ୍ତାକାଲି ରାଜ୍ୟସଭାରେ ଉଠିବ। ସାଂସଦ ଦିଲୀପ ତିର୍କି ଏହି ପ୍ରସଙ୍ଗ ଆସନ୍ତାକାଲି ରାଜ୍ୟସଭାରେ ଉଠାଇବେ ବୋଲି କହିଛନ୍ତି। ସେହିପରି ସାଂସଦ ଭୁପିନ୍ଦର ସିଂହ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଛନ୍ତି। କେବଳ ଓଡ଼ିଶାର ସାଂସଦ ନୁହନ୍ତି ଆଇପିଏଲ୍‌ ଚେୟାରମ୍ୟାନ ତଥା ରାଜ୍ୟସଭା ସଦସ୍ୟ ରାଜୀବ ଶୁକ୍ଳା ମଧ୍ୟ ଏପରି ଘଟଣାକୁ ଦୃଢ ଭାବେ ନିନ୍ଦା କରିଛନ୍ତି। ଅଲିମ୍ପିକ କ୍ୱାଲିଫାଇଂ ଭଳି ଏକ ପ୍ରତିଯୋଗିତାରେ ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ମାନୁଆଲ ଟାଇମର ବ୍ୟବହାର କରି ସାରା ଦେଶରେ ସମାଲୋଚନାର ସମ୍ମୁଖୀନ ହେଇଛି। ଏହାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗତକାଲି ଅପରାହ୍ନ ୪ଟା ୧୦ ମିନିଟରେ ଅମୀୟଙ୍କ ଏବଂ ୪ଟା ୨୦ ମିନିଟରେ ଶ୍ରାବଣୀଙ୍କ ୧୦୦ ମିଟର ଦୌଡ ଥିବା ବେଳେ ସାଢେ ୫ଟାରେ ଶ୍ରାବଣୀଙ୍କ ୪୦୦ ମିଟର ଦୌଡ଼ ଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଥିବାରୁ ଏହି ୩ଟି ଇଭେଣ୍ଟରେ ଇଲୋକ୍ଟ୍ରୋନିକ ଟାଇମର ବଦଳରେ ହ୍ୟାଣ୍ଡ ଟାଇମର ବ୍ୟବହାର କରାଯାଇଥିଲା ବୋଲି ଆୟୋଜକଙ୍କ ତରଫରୁ ସଫେଇ ଦିଆଯାଇଛି। ଫଳରେ ଅଲିମ୍ପିକ ପାଇଁ ଧାର୍ଯ୍ୟ ସମୟଠାରୁ କମ ସମୟରେ ରେସ୍‌ ଶେଷ କରି ସ୍ୱର୍ଣ୍ଣ ଜିତିଥିବା ଏହି ଦୁଇ ଖେଳାଳି ଯୋଗ୍ୟାତା ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି।

ଯଦି ବିଦ୍ୟୁତ୍‌ ନ ଥିଲା ତେବେ ଏହି ଇଭେଣ୍ଟ ପରେ କରାଯାଇ ପାରିଥାନ୍ତା ବୋଲି ଶ୍ରାବଣୀ ଓ ଅମୀୟଙ୍କ କୋଚ୍‌ ନୀଳ ମାଧବ ଦେଓ କହିଛନ୍ତି । ସେ କହିଛନ୍ତି, “ଡେରିରେ ଇଭେଣ୍ଟ କରାଯିବାରେ କିଛି ଅସୁବିଧା ନ ଥିଲା। ସବୁ ଜାଣତରେ ଏପରି କରାଯାଇଛି। ପିଲାମାନଙ୍କ ପ୍ରତି ଅନ୍ୟାୟ ହୋଇଛି।

ଓଡ଼ିଶା ସାଂସଦମାନେ ଆସନ୍ତାକାଲି ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହୋଇସାରିଛନ୍ତି।

ସାଂସଦ ସିଂହ କହିଛନ୍ତି, “ହ୍ୟାଣ୍ଡ ଟାଇମର ବ୍ୟବହାର କରାଯିବା ଦୁର୍ଭାଗ୍ୟଜନକ। ଏ ପ୍ରସଙ୍ଗ ସଂସଦରେ ଉଠାଇବା ସହ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଆଉ ଥରେ ସୁଯୋଗ ଦେବାକୁ କହିବି।”

ସାଂସଦ ତିର୍କି କହିଛନ୍ତି, “ଓଡ଼ିଆ ଖେଳାଳି ଭାବେ ଏହା ବହୁତ ଦୁଃଖଦାୟକ ଘଟଣା। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଆଲୋଚନା ପାଇଁ ନୋଟିସ୍‌ ଦେଇଛି। ୧୨ରୁ ୧୩ ସେକେଣ୍ଡର ଖେଳରେ ମଧ୍ୟ ରାଜନୀତି କରାଯାଉଛି।”

ଖେଳାଳିମାନଙ୍କ ସହ ଅନ୍ୟାୟ ହେବା ଅନୁଚିତ ବୋଲି ଆଇପିଏଲ୍‌ ଚେୟାରମ୍ୟାନ ତଥା ସାଂସଦ ଶୁକ୍ଲା କହିଛନ୍ତି।

କେବଳ ଏହି ଘଟଣା ନୁହେଁ ଆସାମରେ ଅନୁଷ୍ଠିତ ସାଫ ଗେମ୍ସରେ ବି ଏଭଳି ମାନୁଆଲ ଟାଇମର ବ୍ୟବହାର ଅଭିଯୋଗ ଆସିଥିଲା।

କ୍ରୀଡା ବିଶେଷଜ୍ଞ ସମ୍ବିତ ମହାପାତ୍ର କହିଛନ୍ତି, “ସେମାନଙ୍କୁ ପୁଣି ଥରେ କ୍ୱାଲିଫାଇ କରିବାକୁ ଏକ ପ୍ରକାର ବାଧ୍ୟ କରାଯାଇଛି। ଏହାକୁ ଗତକାଲି ମଧ୍ୟ କରାଯାଇ ପାରିଥାନ୍ତା। ଏପରି କରା ନ ଯାଇ ସେମାନଙ୍କୁ ପୁଣି ଏକ ଇଭେଣ୍ଟରେ ଭାଗ ନେବାକୁ କୁହାଯାଇଛି। ଏହା ଏକ ରାକେଟ୍‌, ଏହାର ତଦନ୍ତ ହେବା ଆବଶ୍ୟକ। ଓଡ଼ିଆ ଖେଳାଳିଙ୍କୁ ହଇରାଣ କରିବାକୁ ଚକ୍ରାନ୍ତ ଚାଲିଛି।”

ଉଭୟ ଶ୍ରାବଣୀ ଏବଂ ଅମୀୟଙ୍କର ଏହା ଥିଲା କ୍ୟାରିୟରର ଶ୍ରେଷ୍ଟ ଟାଇମିଂ। ହେଲେ ଆଥଲେଟିକ୍ସ ଫେଡେରେସନ ଅଫ୍‌ ଇଣ୍ଡିଆର ଖାମଖିଆଲ ମନୋଭାବ ଯୋଗୁଁ ଏମାନଙ୍କୁ ପୁଣି ଥରେ ଟେଷ୍ଟ ଦେବାକୁ ପଡିବ।

ଗତକାଲିର ଘଟଣା ପରେ ଆଟଲେଟ ଅମୀୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ଏ ନେଇ କିଛି ସ୍ପଷ୍ଟୀକରଣ ଦେଇନାହିଁ। ଅଲିମ୍ପିକରେ ଯୋଗ୍ୟତା ପାଇଁ ଆଗକୁ ଆହୁରି ସୁଯୋଗ ଥିଲେ ବି ଗତକାଲିର ସଫଳତା ଦୋହରାଇବା ସହଜ ନୁହେଁ।”

Related story