ଆସନ୍ତାକାଲିଠାରୁ ଦେଶବ୍ୟାପୀ ଟ୍ରକ ଧର୍ମଘଟ: ସାମିଲ ହେଲା ରାଜ୍ୟ ଟ୍ରକ ମାଲିକ ସଂଘ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଅନୁର୍ଦ୍ଦିଷ୍ଟ କାଳ ପାଇଁ ଦେଶାରେ ଟ୍ରକ ଧର୍ମଘଟ ଆରମ୍ଭ ହେଉଛି । ରାଜ୍ୟ ଟ୍ରକ ମାଲିକ ସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛି । ଆସନ୍ତାକାଲିଠାରୁ ସକାଳ ୬ଟାରୁ ଏହି ଧର୍ମଘଟ ଆରମ୍ଭ ହେବ । ରାଜ୍ୟର ପ୍ରାୟ ୧ଲକ୍ଷ ୭୦ହଜାର ଟ୍ରକ ଧର୍ମଘଟ ବେଳେ ବନ୍ଦ ରହିବ ବୋଲି ରାଜ୍ୟ ଟ୍ରକ ମହାସଂଘ ସଭାପତି କହିଛନ୍ତି ।