ଆସନ୍ତାକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ। ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦୀର୍ଘ ୧୫ଦିନ ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ଆଜି ରାତିରେ ଦତ୍ତ ମହାପାତ୍ର ସେବାୟତ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଭୋର ୪ଟାରେ ଚକା ଅପସର କରାଯାଇ ସକାଳ ୬ଟାରୁ ପରିମାଣିକ ଦର୍ଶନ ଆରମ୍ଭ ହେବ। ସକାଳ ୮ଟାରୁ ସାଢେ ୯ଟା ଯାଏଁ ସର୍ବସାଧାରଣଙ୍କ ଦର୍ଶନ […]

puri temple

Rakesh Mallick
  • Published: Monday, 04 July 2016
  • , Updated: 05 July 2016, 07:47 AM IST

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କର ନବଯୌବନ ଦର୍ଶନ। ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଦୀର୍ଘ ୧୫ଦିନ ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ଆଜି ରାତିରେ ଦତ୍ତ ମହାପାତ୍ର ସେବାୟତ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଭୋର ୪ଟାରେ ଚକା ଅପସର କରାଯାଇ ସକାଳ ୬ଟାରୁ ପରିମାଣିକ ଦର୍ଶନ ଆରମ୍ଭ ହେବ। ସକାଳ ୮ଟାରୁ ସାଢେ ୯ଟା ଯାଏଁ ସର୍ବସାଧାରଣଙ୍କ ଦର୍ଶନ ଚାଲିବ ବୋଲି ବନକଲାଗି ସେବକ ସଞ୍ଜୟ ଦତ୍ତ ମହାପାତ୍ର କହିଛନ୍ତି।

୬ ତରିଖ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥ ଟଣାକୁ କିଭଳି ଶୃଙ୍ଖଳିତ କରାଯିବ ସେଥିପାଇଁ ଆଜି ପୁରୀ ପୋଲିସ ଲାଇନ୍‌ ପଡିଆରେ ମକ୍‌ଡ୍ରିଲ ହୋଇଥିଲା। ପୋଲିସ ଡିଜି କେ.ବି. ସିଂଙ୍କ ଉପସ୍ଥିତିରେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ, ୩ ରଥ ଦାୟିତ୍ୱରେ ଥିବା ଅଧିକାରୀ ଓ ରାପିଡ ଆକ୍ସନ ଫୋର୍ସ ସାମିଲ ହୋଇଥିଲେ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୨ ପ୍ଲାଟୁନ୍‌ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ସହ ୧୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

Related story