ବିଧାନସଭାରେ ଅଶ୍ଲୀଳ ଭିଡିଓ: ବାଚସ୍ପତିଙ୍କୁ ସ୍ପଷ୍ଟୀକରଣ ଦେବେ ନବ ଦାସ

ଭୁବନେଶ୍ୱର: ବିଧାନସଭା ଭିତରେ ଅଶ୍ଲୀଳ ଭିଡିଓ ଦେଖିବା ଭଳି ସଙ୍ଗୀନ ଅଭିଯୋଗ ସମ୍ପର୍କରେ ବିଧାୟକ ନବ ଦାସ ବାଚସ୍ପତିଙ୍କୁ ଆଜି ସ୍ପଷ୍ଟୀକରଣ ଦେବେ। ସୋମବାର ବିଧାନସଭା ଚାଲିଥିଲା ବେଳେ ବିଧାୟକ ଦାସ ଗୃହରେ ମୋବାଇଲରୁ ଅଶ୍ଲୀଳ ଭିଡିଓ ଦେଖୁଥିବା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଗତକାଲି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରମିଳା କହିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା। ଯାହା ଗୃହର ମର୍ଯ୍ୟାଦା ହାନି କରିଛି। ବାଚସ୍ପତି […]

assembly

assembly

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 06:36 AM IST

Sports

Latest News

ଭୁବନେଶ୍ୱର: ବିଧାନସଭା ଭିତରେ ଅଶ୍ଲୀଳ ଭିଡିଓ ଦେଖିବା ଭଳି ସଙ୍ଗୀନ ଅଭିଯୋଗ ସମ୍ପର୍କରେ ବିଧାୟକ ନବ ଦାସ ବାଚସ୍ପତିଙ୍କୁ ଆଜି ସ୍ପଷ୍ଟୀକରଣ ଦେବେ। ସୋମବାର ବିଧାନସଭା ଚାଲିଥିଲା ବେଳେ ବିଧାୟକ ଦାସ ଗୃହରେ ମୋବାଇଲରୁ ଅଶ୍ଲୀଳ ଭିଡିଓ ଦେଖୁଥିବା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଗତକାଲି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରମିଳା କହିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା। ଯାହା ଗୃହର ମର୍ଯ୍ୟାଦା ହାନି କରିଛି। ବାଚସ୍ପତି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ଅପରପକ୍ଷେ ଏହି ଘଟଣା ପଦାକୁ ଆସିବା ପରେ ଗୃହ ବାହାରେ ବିଧାୟକ ନବ ଦାସ ଅଶ୍ଲୀଳ ଭିଡିଓ ଦେଖିବା ଘଟଣାକୁ ଅସ୍ୱୀକାର କରିଥିଲେ। ମୋବାଇଲରେ ନିଜ ୱେବ୍ ପେଜକୁ ଯିବା ସମୟରେ  ୟୁ-ଟିଉବ୍ ଭୁଲ୍ ବଶତଃ ୟୁ-ଟିଉବରେ ହାତ ବାଜି ଯାଇଥିଲା ବୋଲି ନବ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos