ନୂଆଦିଲ୍ଲୀ: ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବେଲଗାମ ହେଉଛି। ଏନେଇ ଯୋଗଗୁରୁ ରାମଦେବ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି କରିବା ପାଇଁ ସରକାରଙ୍କୁ ଅନୁମତି ମାଗିଛନ୍ତି। ଯେଉଁସବୁ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ୯୦ ଟଙ୍କାରେ ବିକ୍ରି ହେଉଛି, ଦେଶର ସେ ସବୁ ସ୍ଥାନରେ ୩୦ରୁ ୪୦ ଟଙ୍କାରେ ବିକ୍ରି କରିବାକୁ ସରକାରଙ୍କୁ ଅନୁମତି ମାଗିଛନ୍ତି। ସରକାର ଅନୁମତି ଦେଲେ ସେ ଏହି ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରିବେ ବୋଲି ସେ କହିଛନ୍ତି।
ପେଟ୍ରୋଲ ଓ ଡିଜେଲର ଜିଏସଟି ଟ୍ୟାକ୍ସକୁ ସର୍ବନିମ୍ନ ସ୍ଲାବ ୫ ପ୍ରତିଶତରେ ସୀମିତ ରଖିବା ଉଚିତ ବୋଲି ସେ କହିଛନ୍ତି।
ବାବା ରାମଦେବ ଆହୁରି କହିଛନ୍ତି,“ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଯୋଗୁଁ ସାଧାରଣ ଲୋକଙ୍କ ପକେଟରେ ପଇସା ରହୁନାହିଁ। ୨୮ ପ୍ରତିଶତ ଜିଏସଟିରେ ପେଟ୍ରୋଲ ଓ ଡିଜେଲକୁ ସାମିଲ କରାଗଲେ,ସାଧାଣର ଲୋକଙ୍କୁ ଏହି ସଙ୍କଟରୁ ମୁକ୍ତି ମିଳିବ ନାହିଁ।
ଏନଡିଟିଭିର ଯୁବା କାର୍ଯ୍ୟକ୍ରମ ଅବସରରେ ପେଟ୍ରୋଲ ଓ ଡିଜେଲ ଦର କମ୍ କରିବା ପାଇଁ ରାମଦେବ ବାବା କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସେ କହିଛନ୍ତି,“ ପେଟ୍ରୋଲ ଓ ଡିଜେଲ ଦର କମ୍ ଯୋଗୁ ଯଦି ସରକାରଙ୍କ ରାଜସ୍ୱରେ କ୍ଷତି ହେଉଛି, ତାହାହେଲେ ଏହି କ୍ଷତିକୁ ପୂରଣ କରିବାକୁ ଦେଶର ଧନୀ ଲୋକଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଯାଉ।”
ସୌଜନ୍ୟ: ଆଜତକ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।