ଭୁବନେଶ୍ୱର: ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଆଇଆରସି ଭିଲେଜ ଅଞ୍ଚଳରୁ ଆଜି ଜଣେ ଯୁବକଙ୍କ କ୍ଷତାକ୍ତ ଯୁବକଙ୍କ ମୃତଦେହ କମିଶନରେଟ ପୋଲିସ ଉଦ୍ଧାର କରିଛି। ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜୟଦେବ ବିହାର-ବିଜୁ ପଟ୍ଟନାୟକ ପାର୍କ ରସ୍ତାର ଆଇଆରସି ଭିଲେଜ ନିକଟରେ ଏକ ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତ ଯୁବକଙ୍କ ହାତ ବନ୍ଧା ଯାଇଥିବା ବେଳେ ଶରୀରର ବିଭିନ୍ନ […]

bbsr-murder

bbsr-murder

Rakesh Mallick
  • Published: Monday, 08 February 2016
  • Updated: 08 February 2016, 04:45 AM IST

Sports

Latest News

ଭୁବନେଶ୍ୱର: ଆଇଆରସି ଭିଲେଜ ଅଞ୍ଚଳରୁ ଆଜି ଜଣେ ଯୁବକଙ୍କ କ୍ଷତାକ୍ତ ଯୁବକଙ୍କ ମୃତଦେହ କମିଶନରେଟ ପୋଲିସ ଉଦ୍ଧାର କରିଛି। ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଜୟଦେବ ବିହାର-ବିଜୁ ପଟ୍ଟନାୟକ ପାର୍କ ରସ୍ତାର ଆଇଆରସି ଭିଲେଜ ନିକଟରେ ଏକ ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତ ଯୁବକଙ୍କ ହାତ ବନ୍ଧା ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଉକ୍ତ ସ୍ଥାନରେ ରାସ୍ତା କାମ ହେଉଥିଲା। ଏପରି ସ୍ଥିତିରେ କେହି ବାହାରୁ ଯୁବକ ଜଣଙ୍କୁ ଆଣି ଉକ୍ତ ସ୍ଥାନରେ ମାଡ ମାରି ପକାଇ ଦେଇଯାଇଥିବା ଅନୁମାନ କରାଯାଉଛି। ମାଡ଼ ଯୋଗୁଁ ଯୁବକ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos