ଭୁବନେଶ୍ୱର: ନିଆରା ଢଙ୍ଗରେ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ନିଆରା ଢଙ୍ଗରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ.  ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ । ସମାଜ ଓ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ କଲାମ କହିଯାଇଥିବା କୋଟେସନ ଓ ତାଙ୍କ ସମ୍ପର୍କିତ ବିଭିନ୍ନ ଫଟୋ ସବୁକୁ ନେଇ ବିଦ୍ୟାଳୟ ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ସେହିପରି ଭୁବନେଶ୍ୱର ସାଇ ଇଣ୍ଟର ନ୍ୟାଶନାଲ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିପାଇଁ ସ୍କୁଲ ପରିସରରେ ଏକ ଶୋକସଭାର […]

kv on apj

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 03:25 PM IST

ଭୁବନେଶ୍ୱର: ନିଆରା ଢଙ୍ଗରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ.  ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ । ସମାଜ ଓ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ କଲାମ କହିଯାଇଥିବା କୋଟେସନ ଓ ତାଙ୍କ ସମ୍ପର୍କିତ ବିଭିନ୍ନ ଫଟୋ ସବୁକୁ ନେଇ ବିଦ୍ୟାଳୟ ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ସେହିପରି ଭୁବନେଶ୍ୱର ସାଇ ଇଣ୍ଟର ନ୍ୟାଶନାଲ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିପାଇଁ ସ୍କୁଲ ପରିସରରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନେ କଲାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କ୍ୟାଣ୍ଡେଲ ଜଳାଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ। କଲାମ ଏହି ସ୍କୁଲକୁ ଅତିଥି ହୋଇ ଆସିଥିବା ବେଳର ସ୍ମୃତିକୁ ଛାତ୍ରଛାତ୍ରୀମାନେ ମନେ ପକାଇଥିଲେ।

Related story