ଚିଲିକାକୁ ଏ ବର୍ଷ ଆସିଛନ୍ତି ଅଧିକ ପକ୍ଷୀ

ବାଲୁଗାଁ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ୧୮୧ଟି ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ଟି ପକ୍ଷୀ ଚିଲିକାକୁ ଆସିଛନ୍ତି। ଗତବର୍ଷ ଅପେକ୍ଷା ଏ ବର୍ଷ ଦେଢ଼ ଲକ୍ଷରୁ ଅଧିକ ପକ୍ଷୀ ଏଠାକୁ ଆସିଛନ୍ତି। ଚଳିତ ବର୍ଷ କରାଯାଇଥିବା ପକ୍ଷୀ ଗଣନାରୁ ଏହା ଜଣାପଡ଼ିଛି। ଗତବର୍ଷ ଚିଲିକାକୁ ୮ ଲକ୍ଷ ୯୩ ହଜାର ୩୯୦ଟି ପକ୍ଷୀ ଆସିଥିଲେ। ଏବର୍ଷ ଆହୁରି ୧ ଲକ୍ଷ ୫୪ ହଜାର ୫୭୮ଟି ଅଧିକ ପକ୍ଷୀ ଏଠାକୁ ଆସିଛନ୍ତି। ଗତ ୧୦ ବର୍ଷ ଭିତରେ […]

birds

Jitendra Garnayak
  • Published: Saturday, 05 January 2019
  • , Updated: 05 January 2019, 09:48 AM IST

ବାଲୁଗାଁ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ୧୮୧ଟି ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ଟି ପକ୍ଷୀ ଚିଲିକାକୁ ଆସିଛନ୍ତି। ଗତବର୍ଷ ଅପେକ୍ଷା ଏ ବର୍ଷ ଦେଢ଼ ଲକ୍ଷରୁ ଅଧିକ ପକ୍ଷୀ ଏଠାକୁ ଆସିଛନ୍ତି। ଚଳିତ ବର୍ଷ କରାଯାଇଥିବା ପକ୍ଷୀ ଗଣନାରୁ ଏହା ଜଣାପଡ଼ିଛି।

ଗତବର୍ଷ ଚିଲିକାକୁ ୮ ଲକ୍ଷ ୯୩ ହଜାର ୩୯୦ଟି ପକ୍ଷୀ ଆସିଥିଲେ। ଏବର୍ଷ ଆହୁରି ୧ ଲକ୍ଷ ୫୪ ହଜାର ୫୭୮ଟି ଅଧିକ ପକ୍ଷୀ ଏଠାକୁ ଆସିଛନ୍ତି। ଗତ ୧୦ ବର୍ଷ ଭିତରେ ଚଳିତ ବର୍ଷ ଚିଲିକାକୁ ସର୍ବାଧିକ ପକ୍ଷୀ ଆସିଥିବା ଜଣାପଡ଼ିଛି।

ସେହପରି ଚଳିତ ବର୍ଷ ପକ୍ଷୀ ଅଭୟାରଣ୍ୟ ନଳବଣରେ ୩ ଲକ୍ଷ ୯୩ ହଜାର ୫୪୧ଟି ପକ୍ଷୀ ଅଛନ୍ତି। ଗତବର୍ଷ ଏହି ସଂଖ୍ୟା ୩ ଲକ୍ଷ ୨୦ ହଜାର ୮୨୬ ଥିଲା। ପକ୍ଷୀ ଗଣନାରେ ୱାଇଲ୍ଡ ଲାଇଭ୍‌ ଚିଲିକାର ୫ଟି ଡିଭିଜନରୁ ୨୧ଟି ଟିମ୍‌ ସାମିଲ ଥିଲେ।

Related story