୨୯ ବର୍ଷରେ ପାଦ ଦେଲେ ଚହଲ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ୟୁଥ୍ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ତାଙ୍କୁ ସାଥି କ୍ରିକେଟରମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆ ଚହଲଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦେଇଛି। Happy Birthday @yuzi_chahal . Isi Attitude ke paise hain, baaki sab ek jaise hain! pic.twitter.com/DJUuTtSfhM — Virender Sehwag (@virendersehwag) July 23, […]

yuzi

yuzi

Ranjit Kumar Jena
  • Published: Tuesday, 23 July 2019
  • Updated: 23 July 2019, 05:59 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ୟୁଥ୍ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ତାଙ୍କୁ ସାଥି କ୍ରିକେଟରମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆ ଚହଲଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦେଇଛି।

କିନ୍ତୁ ସେ ଏହି ଗସ୍ତ ପାଇଁ ଦିନିକିଆ ସିରିଜ୍ ସ୍କ୍ୱାଡରେ ଅଛନ୍ତି। ଏହି ଯୁବ ସ୍ପିନରଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ କ୍ୟାରିୟର ଶୁଭାରମ୍ଭ କରିବାର ସୁଯୋଗ ମିଳିନାହିଁ। ତେଣୁ ନିଜର ଏହି ଜନ୍ମଦିନରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରବା ନେଇ ଆଶାବାଦୀ ଥିବେ।

ଏହି ଅବସରରେ ବର୍ଥଡେ' ବୟ ଚହଲଙ୍କୁ ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ବଧେଇ ଜଣାଇଛନ୍ତି। ଟ୍ୱିଟରରେ ସେହ୍ୱାଗ ନିଜର ମଜାକିଆ ଢ଼ଙ୍ଗରେ ଚହଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହ୍ୱାଗ ଚହଲଙ୍କ ଆରାମ କରୁଥିବା ଏକ ଫଟୋ ଶେୟାର କରିଛନ୍ତି।

ଏହି ଫଟୋଟି ନିକଟରେ ଶେଷ ହୋଇଥିବା ବିଶ୍ୱକପର, ଯାହା ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ବୀରୁ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ଚହଲ୍", ଏଥିସହ ସେ ଆହୁରି ଲେଖିଛନ୍ତି, "ଇସି ଆଟିଚ୍ୟୁଡ୍ କେ ପୈସେ ହୈଁ, ବାକି ସବ୍ ଏକ ଜୈସେ ହୈଁ।"

ସେହିପରି ରୋହିତ୍ ଶର୍ମା 'ଗୋଟ୍' ଲେଖି ଚହଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଜଦ୍ମଦିନ ଆପଣଙ୍କ ପାଇଁ ସର୍ବଶ୍ରେଷ୍ଠ ହେଉ ଗୋଟ୍ (ଗ୍ରେଟ୍ ଅଫ୍ ଅଲ୍ ଟାଇମ୍)। ଅନ୍ୟମାନଙ୍କ ମଧ୍ୟରେ ସୁରେଶ ରାଇନା, ଶିଖର ଧୱନ୍, ଚେତେଶ୍ୱର ପୂଜାରା, କୁଲଦୀପ ଯାଦବ ମଧ୍ୟ ଚହଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ବିସିସିଆଇ ଓ ଆଇସିସି ମଧ୍ୟ ତା'ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଚହଲଙ୍କୁ ବଧେଇ ଜଣାଇଛି।

 

ସୂଚନାଯୋଗ୍ୟ, ଚହଲ୍ ଭାରତ ଭାରତ ୪୯ ଦିନିକିଆ ଓ ୩୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ୨୬.୩୫ ହାରରେ ୮୪ ଦିନିକିଆ ଏବଂ ୨୧.୧୩ ହାରରେ ୪୬ ଟି-୨୦ ୱିକେଟ୍ ନେଇଛନ୍ତି। ଦିନିକିଆ ଓ ଟି-୨୦ରେ ଚହଲ୍ ଦୁଇଥର ଲେଖାଏ ୫ରୁ ଅଧିକ ୱିକେଟ୍ ହାସଲ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଚହଲ୍ ୧୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos